ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ମହିଳା ଅସୁରକ୍ଷିତ: ନାରୀ ନିର୍ଯାତନା ବନ୍ଦ ନ ହେଲେ…
କେନ୍ଦୁଝର, ୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ରାଜ୍ୟରେ ମହିଳା ହିଂସା ସୀମା ଟପିଛି ବୋଲି ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି। କେନ୍ଦୁଝର କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟରେ ବିଜେଡି ୨୪ ବର୍ଷର କୁଶାସନ ପରେ ଭାଜପା ସରକାରରେ ମଧ୍ୟ ଏବେ ମହିଳା ଅସୁରକ୍ଷିତ। ରାଜ୍ୟ ସରକାରଙ୍କ ମା’କୁ ସମ୍ମାନ, ବେଟି ବଚାଓ, ବେଟି ପଢ଼ାଓ, ଶକ୍ତି, ସୁଭଦ୍ରା ଓ ମିଶନ ଶକ୍ତି ଭଳି କାର୍ଯ୍ୟକ୍ରମ ମହିଳା ବିରୋଧୀ ହୋଇଯାଇଛି। ପୂର୍ବତନ […] The post ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ମହିଳା ଅସୁରକ୍ଷିତ: ନାରୀ ନିର୍ଯାତନା ବନ୍ଦ ନ ହେଲେ… appeared first on Dharitri Odia News.
କେନ୍ଦୁଝର, ୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ରାଜ୍ୟରେ ମହିଳା ହିଂସା ସୀମା ଟପିଛି ବୋଲି ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି। କେନ୍ଦୁଝର କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟରେ ବିଜେଡି ୨୪ ବର୍ଷର କୁଶାସନ ପରେ ଭାଜପା ସରକାରରେ ମଧ୍ୟ ଏବେ ମହିଳା ଅସୁରକ୍ଷିତ। ରାଜ୍ୟ ସରକାରଙ୍କ ମା’କୁ ସମ୍ମାନ, ବେଟି ବଚାଓ, ବେଟି ପଢ଼ାଓ, ଶକ୍ତି, ସୁଭଦ୍ରା ଓ ମିଶନ ଶକ୍ତି ଭଳି କାର୍ଯ୍ୟକ୍ରମ ମହିଳା ବିରୋଧୀ ହୋଇଯାଇଛି। ପୂର୍ବତନ ବିଜେଡି ସରକାର ବାଟରେ ଭାଜପା ସରକାର ଯାଉଛନ୍ତି। ଭାଜପା ସରକାର ବିରୋଧରେ କଂଗ୍ରେସ ରାଜ୍ୟ ସାରା ଆନ୍ଦୋଳନ କରିବ ବୋଲି ନିଶିକାନ୍ତ କହିଛନ୍ତି।
ଆହୁରି କହିଛନ୍ତି, ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ୮ ମାସ ହେଲାଣି ଡବଲ ଇଞ୍ଜନ ସରକାର ଚାଲିଛିି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜ଼ିଲା କେନ୍ଦୁଝର ହୋଇଥିଲେ ମଧ୍ୟ ଏଠି ବି ଛାତ୍ରୀ ଓ ମହିଳା ଅସୁରକ୍ଷିତ। ପୂର୍ବ ବିଜେଡି ସରକାର ସମୟରେ ଡିଏମ୍ଏଫ୍ ବାବଦରେ ଅନେକ କୋଟି ଟଙ୍କା ଲୁଟ୍ କରାଯାଇଛି। ଏବେ ଭାଜପା ସରକାର ସମୟରେ ସମାନ ପରିସ୍ଥିତି। ବିଜେଡି ଯେଉଁ ବାଟରେ ଯାଉଥିଲା, ଭାଜପା ସେହି ବାଟରେ ଯାଉଛି। ଏଣୁ କଂଗ୍ରେସ ଏକ ମାତ୍ର ବିକଳ୍ପ ବୋଲି ପିସିସି ମୁଖପାତ୍ର କହିଛନ୍ତି। ନାରୀ ନିର୍ଯାତନା, ବିଧାନସଭାରେ ଶାସକ ଦଳର ଅସାମ୍ବିଧାନିକ କାର୍ଯ୍ୟ ପ୍ରତିବାଦରେ ମାର୍ଚ୍ଚ ୨୭ରେ ଭୁବନେଶ୍ୱରଠାରେ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପିସିସି ପର୍ଯ୍ୟବେକ୍ଷକ ଓ ନେତୃବୃନ୍ଦ କହିଛନ୍ତି।
ସମ୍ମିଳନୀରେ ଜ଼ିଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ବିଧାୟକ ଇଂ. ସୁବର୍ଣ୍ଣ ନାଏକ, ପୂର୍ବତନ ଏମ୍ପି ପ୍ରାର୍ଥୀ ଇଂ. ବିନୋଦ ବିହାରୀ ନାଏକ, ତେଲକୋଇ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ନାଏକ, ଜ଼ିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ସଦର ବ୍ଲକ୍ ସଭାପତି ଉତ୍ତମ ସାହୁ, ଜ଼ିଲା କଂଗ୍ରେସ ମିଡ଼ିଆ ଅଧକ୍ଷ ଦିଲ୍ଲୀପ କୁମାର ସାହୁ, ସୁଢଳ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
The post ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ମହିଳା ଅସୁରକ୍ଷିତ: ନାରୀ ନିର୍ଯାତନା ବନ୍ଦ ନ ହେଲେ… appeared first on Dharitri Odia News.