ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ମାମଲା
ନୂଆଦିଲ୍ଲୀ,୪।୨: ଗୋବିନ୍ଦପୁରୀରେ ଘଟିଥିବା ହଙ୍ଗାମାକୁ ନେଇ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୋବିନ୍ଦପୁରୀ ପୋଲିସ ବିଏନଏସର ଧାରା ୧୮୮ ଅନୁଯାୟୀ, ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି ପୋଲିସ। ଦିଲ୍ଲୀ ପୋଲିସ ଆତିଶୀଙ୍କ ସମର୍ଥକଙ୍କ ବିରୋଧରେ ଦ୍ୱିତୀୟ ମାମଲା ରୁଜୁ କରିଛି। ସେମାନେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ପୋଲିସ ଅଭିଯୋଗ କରିଛି। ସେମାନେ ନିର୍ବାଚନ ଆୟୋଗର […] The post ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ମାମଲା appeared first on Dharitri Odia News.
ନୂଆଦିଲ୍ଲୀ,୪।୨: ଗୋବିନ୍ଦପୁରୀରେ ଘଟିଥିବା ହଙ୍ଗାମାକୁ ନେଇ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୋବିନ୍ଦପୁରୀ ପୋଲିସ ବିଏନଏସର ଧାରା ୧୮୮ ଅନୁଯାୟୀ, ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି ପୋଲିସ।
ଦିଲ୍ଲୀ ପୋଲିସ ଆତିଶୀଙ୍କ ସମର୍ଥକଙ୍କ ବିରୋଧରେ ଦ୍ୱିତୀୟ ମାମଲା ରୁଜୁ କରିଛି। ସେମାନେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ପୋଲିସ ଅଭିଯୋଗ କରିଛି। ସେମାନେ ନିର୍ବାଚନ ଆୟୋଗର ସଦସ୍ୟ ପରିଚୟ ଦେଇ ରମେଶ ବିଧୁରୀଙ୍କ ପୁତୁରାଙ୍କ ରାସ୍ତା ଅବରୋଧ କରିଥିଲେ। ଦିଲ୍ଲୀ ପୋଲିସ ରମେଶଙ୍କ ପୁତୁରାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ରୁଜୁ କରିଛି।
ଦିଲ୍ଲୀ ପୋଲିସ ଦ୍ୱାରା ନିଜ ବିରୋଧରେ ମାମଲା ରୁଜୁ ହେବା ପରେ ଆତିଶୀ ଏକ୍ସ ପୋଷ୍ଟରେ କହିଛନ୍ତି, ନିର୍ବାଚନ ଆୟୋଗ ବି ଗଜବ। ଭାଜପା ପ୍ରତିନିଧି ରମେଶ ବିଧୁରୀଙ୍କର ପରିବାରର ସଦସ୍ୟମାନେ ଖୋଲାଖୋଲି ଆଚାର ସଂହିତାର ଉଲ୍ଲଙ୍ଘନ କରୁଛନ୍ତି, କିନ୍ତୁ ସେମାନେ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି। ପୋଲିସ ଏବଂ ନିର୍ବାଚନ ଆୟୋଗକୁ ମୋ ଉପରେ ମାମଲା ରୁଜୁ କରିଛନ୍ତି। ସିଇସି ରାଜୀବ କୁମାର, ଆପଣ ନିର୍ବାଚନ ପ୍ରକ୍ରିୟାକୁ ଆଉ କେତେ ନଷ୍ଟ କରିବେ।
The post ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ମାମଲା appeared first on Dharitri Odia News.