ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨୩୩ କୋଟିର ବିମାନ, ମନ୍ତ୍ରୀଙ୍କ ପାଇଁ କିଣାଗଲା ଦାମୀ ଗାଡ଼ି

ଭୋପାଳ,୧୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପାଇଁ କିଣାଯିବ ବିମାନ। ଏହାର ମୂଲ୍ୟ ୨୦୦ କୋଟିରୁ ଊର୍ଦ୍ଧ୍ୱ ବୋଲି କୁହାଯାଉଛି। ଏଥିସହ ମନ୍ତ୍ରୀମାନଙ୍କ ପାଇଁ ଦାମୀ ଗାଡ଼ି ମଧ୍ୟ କିଣାଯାଇସାରିଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମନ୍ତ୍ରୀମାନଙ୍କୁ ତାହା ଯୋଗାଇ ଦିଆଯିବ। ମଧ୍ୟପ୍ରଦେଶ ସରକାର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପାଇଁ କାନାଡ଼ାର ଏକ କମ୍ପାନୀଠାରୁ ବିମାନ କିଣିବାକୁ ଯାଉଛି। ଏହାର ମୂଲ୍ୟ ୨୩୩ କୋଟି ଟଙ୍କା ହେବ। ତେବେ ରାତ୍ରିରେ ଉଡାଣ ଭରିବା ସହ ସୁରକ୍ଷିତ […] The post ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨୩୩ କୋଟିର ବିମାନ, ମନ୍ତ୍ରୀଙ୍କ ପାଇଁ କିଣାଗଲା ଦାମୀ ଗାଡ଼ି appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨୩୩ କୋଟିର ବିମାନ, ମନ୍ତ୍ରୀଙ୍କ ପାଇଁ କିଣାଗଲା ଦାମୀ ଗାଡ଼ି

ଭୋପାଳ,୧୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପାଇଁ କିଣାଯିବ ବିମାନ। ଏହାର ମୂଲ୍ୟ ୨୦୦ କୋଟିରୁ ଊର୍ଦ୍ଧ୍ୱ ବୋଲି କୁହାଯାଉଛି। ଏଥିସହ ମନ୍ତ୍ରୀମାନଙ୍କ ପାଇଁ ଦାମୀ ଗାଡ଼ି ମଧ୍ୟ କିଣାଯାଇସାରିଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମନ୍ତ୍ରୀମାନଙ୍କୁ ତାହା ଯୋଗାଇ ଦିଆଯିବ।

ମଧ୍ୟପ୍ରଦେଶ ସରକାର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପାଇଁ କାନାଡ଼ାର ଏକ କମ୍ପାନୀଠାରୁ ବିମାନ କିଣିବାକୁ ଯାଉଛି। ଏହାର ମୂଲ୍ୟ ୨୩୩ କୋଟି ଟଙ୍କା ହେବ। ତେବେ ରାତ୍ରିରେ ଉଡାଣ ଭରିବା ସହ ସୁରକ୍ଷିତ ଭାବେ ଓହ୍ଲାଇବାରେ ଏହା ସକ୍ଷମ ହେବ। ବିମାନରେ ୧୦ ଯାତ୍ରୀ ରହିପାରିବେ। ତେବେ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଭଡ଼ାରେ ଆସୁଥିବା ବିମାନରେ ଯାତ୍ରା କରୁଛନ୍ତି। ଏହାକୁ ନେଇ ସ୍ବତନ୍ତ୍ର ଭାବେ ବିମାନ କ୍ରୟର ଯୋଜନା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୂଆ ଫର୍ଚୁନର ଗାଡ଼ି ମଧ୍ୟ କିଣାଯିବ ବୋଲି କୁହାଯାଉଛି।

ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ରାଜ୍ୟର ମୋହନ ସରକାର ନିଜ ମନ୍ତ୍ରୀମାନଙ୍କ ଆରାମଦାୟକ ଯାତ୍ରା ଲାଗି ନୂଆ ଦାମୀ କାର୍‌ କିଣିବାକୁ ଯାଉଛି। ଏଥିଲାଗି ପ୍ରାୟ ୫ କୋଟିର ବଜେଟ୍‌ରେ ନୂଆ ଇନୋଭା କିଷ୍ଟା କିଣାଯାଇଛି।

ଗୋଟିଏ ପଟେ ଭାଜପା ମନ୍ତ୍ରୀମାନଙ୍କ ପାଇଁ ଦାମୀ ଗାଡ଼ିକିାକୁ ଆବଶ୍ୟକତା ବୋଲି କହୁଥିବା ବେଳେ କଂଗ୍ରେସ ଓଲଟା ଆକ୍ରମଣ କରୁଛି। ରାଜ୍ୟ ଉପରେ ପୂର୍ବରୁ ୩.୭୫ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ଏବେ ସରକାର ମନ୍ତ୍ରୀଙ୍କ ସୁଖ ସୁବିଧା ଲାଗି ଆଉ ୧୧ ହଜାର କୋଟି ଟଙ୍କାର ଋଣ ନେବାକୁ ଯାଉଛି, ଯାହାଦ୍ୱାରା ରାଜ୍ୟବାସୀ ଦେଉଥିବା ଟିକସର ଦୂରୁପଯୋଗ ହେଉଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨୩୩ କୋଟିର ବିମାନ, ମନ୍ତ୍ରୀଙ୍କ ପାଇଁ କିଣାଗଲା ଦାମୀ ଗାଡ଼ି appeared first on Dharitri Odia News.