ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବାତ୍ୟା ଅଞ୍ଚଳରେ ମିଳିବ ନୂଆ ପକ୍କା ଘର, ଏମାନେ ପାଇବେ…

ଭୁବନେଶ୍ୱର,୨୫।୧୦: ରାଜ୍ୟ ସରକାରଙ୍କ ବଡ ଘୋଷଣା । ମିଳିବ ପକ୍କା ଘର । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲେ ମିଳିବ ନୂଆ ପକ୍କା ଘର । ଏ ନେଇ ବଡ ଘୋଷଣା କରିଛନ୍ତି ମୋହନ ସରକାର । ଯେଉଁମାନଙ୍କର କଚ୍ଚା ଘର ଥିଲା ସେମାନଙ୍କ ଘର ଭାଙ୍ଗିଥିଲେ କିମ୍ବା କ୍ଷତିଗ୍ରସ୍ତ ହୋଇଥିଲେ ନୂଆ ଘର ଦେବେ ସରକାର । ଏ ନେଇ ଶୁକ୍ରବାର ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ବାତ୍ୟା ‘ଦାନା’ ର ବିଭୀଷିକାରେ ବହୁ […] The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବାତ୍ୟା ଅଞ୍ଚଳରେ ମିଳିବ ନୂଆ ପକ୍କା ଘର, ଏମାନେ ପାଇବେ… appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବାତ୍ୟା ଅଞ୍ଚଳରେ ମିଳିବ ନୂଆ ପକ୍କା ଘର, ଏମାନେ ପାଇବେ…

ଭୁବନେଶ୍ୱର,୨୫।୧୦: ରାଜ୍ୟ ସରକାରଙ୍କ ବଡ ଘୋଷଣା । ମିଳିବ ପକ୍କା ଘର । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲେ ମିଳିବ ନୂଆ ପକ୍କା ଘର । ଏ ନେଇ ବଡ ଘୋଷଣା କରିଛନ୍ତି ମୋହନ ସରକାର । ଯେଉଁମାନଙ୍କର କଚ୍ଚା ଘର ଥିଲା ସେମାନଙ୍କ ଘର ଭାଙ୍ଗିଥିଲେ କିମ୍ବା କ୍ଷତିଗ୍ରସ୍ତ ହୋଇଥିଲେ ନୂଆ ଘର ଦେବେ ସରକାର । ଏ ନେଇ ଶୁକ୍ରବାର ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ବାତ୍ୟା ‘ଦାନା’ ର ବିଭୀଷିକାରେ ବହୁ ତଳିଆ ଅଞ୍ଚଳରେ ଥିବା ଘର ଓ ଚାଳିଆ କିମ୍ବା ମାଟି ଘର ଭାଙ୍ଗିଯାଇଛି । ଯାହା ଫଳରେ ବାସହରା ହୋଇପଡିଛନ୍ତି ଅନେକ ପରିବାର । ବିଶେଷ କରି କେନ୍ଦ୍ରାପଡା ଓ ଭଦ୍ରକ ଜିଲାରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ସେଥିପାଇଁ ବଡ ଘୋଷଣା କରିଛନ୍ତି ମୋହନ ସରକାର । ବାତ୍ୟାରେ ଯଦି ଘର ଭାଙ୍ଗିଥାଏ କିମ୍ବା କ୍ଷତିଗ୍ରସ୍ତ ହୋଇଥାଏ ତେବେ ନୂଆ ଘର ଦେବେ ସରକାର । ଘର ଭାଙ୍ଗିଥିବା ଲୋକଙ୍କୁ ମିଳିବ ପକ୍କାଘର। ଯେଉଁ ମାନଙ୍କ କଚ୍ଚା ଘର ସମ୍ପୂର୍ଣ ରୂପେ ଭାଙ୍ଗି ଯାଇଛି ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ।

ଏ ନେଇ ମୁଖ୍ୟମନ୍ତ୍ରୀ ଓ ମୂଖ୍ୟ ଶାସନ ସଚିବଙ୍କ ସହ ବିଚାର ବିମର୍ଶ ହୋଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଆଜି ଆଇ ଏଷ୍ଟିମେଟ ରିପୋର୍ଟ ଆସିବ। ରବିବାରଠୁ ରାଜସ୍ବ ବିଭାଗ, କୃଷି ବିଭାଗ, ସମନ୍ବୟ ବିଭାଗ, ପରିସଂଖ୍ୟାନ ବିଭାଗ ଅଧିକାରୀ କ୍ଷେତ୍ର ସ୍ତରରେ ସ୍ଥିତି ଅନୁଧ୍ୟାନ କରି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ୭ ଦିନ ମଧ୍ୟରେ ଚୂଡାନ୍ତ ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ସହାୟତା ପ୍ରଦାନ କରାଯିବ। ବାରମ୍ବାର ପ୍ରଭାବିତ ହୋଇ ଆସୁଥିବା ଲୋକ ଓ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବାତ୍ୟା ଅଞ୍ଚଳରେ ମିଳିବ ନୂଆ ପକ୍କା ଘର, ଏମାନେ ପାଇବେ… appeared first on Dharitri Odia News.