ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ବର: ଭାଗବତ ଟୁଙ୍ଗି ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗି ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ। ଆମ ରାଜ୍ୟରେ ଥିବା ୭,୨୦୦ଟି ଭାଗବତ ଟୁଙ୍ଗି ଗୁଡିକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ ଟୁଙ୍ଗି ପାଇଁ […]

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟର ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା
Bhagabata Tungi

ଭୁବନେଶ୍ବର: ଭାଗବତ ଟୁଙ୍ଗି ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗି ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ।

ଆମ ରାଜ୍ୟରେ ଥିବା ୭,୨୦୦ଟି ଭାଗବତ ଟୁଙ୍ଗି ଗୁଡିକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ ଟୁଙ୍ଗି ପାଇଁ ୫୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଜରିଆରେ ଭାଗବତ ଟୁଙ୍ଗି ଗୁଡିକର ବିକାଶ କାର୍ଯ୍ୟ କରାଯିବ।