ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା
ଭୁବନେଶ୍ୱର, ୧୬।୪(ସୁନିତ୍ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ ସରକାର ଚଳାଉଛନ୍ତି। ଓଡ଼ିଶାରେ ସମ୍ବିଧାନ ବହିର୍ଭୂତ କ୍ଷମତା କେନ୍ଦ୍ର ତିଆରି ହେବା ଗଣତନ୍ତ୍ର ପାଇଁ ବିପଜ୍ଜନକ। ଯାଜପୁର ବାରବାଟୀ ବସ୍ ଦୁର୍ଘଟଣାରେ ଆହତଙ୍କୁ ଏସ୍ସିବି ମେଡିକାଲରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭେଟିଛନ୍ତି। ରୋଗୀଙ୍କ ଚିକିତ୍ସା ଅପେକ୍ଷା ସରକାରୀ ଅଧିକାରୀମାନେ ପାଣ୍ଡିଆନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଥିଲେ। […] The post ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା appeared first on Dharitri Odia News.
ଭୁବନେଶ୍ୱର, ୧୬।୪(ସୁନିତ୍ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ ସରକାର ଚଳାଉଛନ୍ତି। ଓଡ଼ିଶାରେ ସମ୍ବିଧାନ ବହିର୍ଭୂତ କ୍ଷମତା କେନ୍ଦ୍ର ତିଆରି ହେବା ଗଣତନ୍ତ୍ର ପାଇଁ ବିପଜ୍ଜନକ। ଯାଜପୁର ବାରବାଟୀ ବସ୍ ଦୁର୍ଘଟଣାରେ ଆହତଙ୍କୁ ଏସ୍ସିବି ମେଡିକାଲରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭେଟିଛନ୍ତି। ରୋଗୀଙ୍କ ଚିକିତ୍ସା ଅପେକ୍ଷା ସରକାରୀ ଅଧିକାରୀମାନେ ପାଣ୍ଡିଆନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଥିଲେ। ପାଣ୍ଡିଆନଙ୍କ ସହ ଚୌଦ୍ୱାର-କଟକ ବିଧାୟକ ତଥା ଘୋଷିତ ପ୍ରାର୍ଥୀ ସୌଭିକ ବିଶ୍ୱାଳ, ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଏସ୍ପି ଭିନିତ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ରହି ସୁରକ୍ଷା ଯୋଗାଉଥିଲେ। ବିଜେଡିର ଜଣେ ନେତାଙ୍କ ପାଇଁ କମିଶନରେଟ୍ ପୋଲିସ ତରଫରୁ ଯେଉଁ ବ୍ୟବସ୍ଥା କରାଯାଇଥିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ସରକାରୀ ଅଧିକାରୀମାନଙ୍କ ଏଭଳି ଉପସ୍ଥିତି ରାଜ୍ୟରେ ଏକ ସ୍ବଚ୍ଛ, ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନକୁ ନେଇ ଅନେକ ସନ୍ଦେହ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ଅଧିକାରୀମାନଙ୍କ ତ୍ରୁଟି ଧରାପଡ଼ିଲେ ବିଜେଡି ନେତାମାନେ ବିବ୍ରତ ଓ ପ୍ରତିକ୍ରିୟାଶୀଳ ହେଉଛନ୍ତି ବୋଲି ଅଭିଯୋଗ କରି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।
The post ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା appeared first on Dharitri Odia News.