ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ ସାହୁ

ଭୁବନେଶ୍ୱର,୪ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶନିବାର ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ  ପାଇଛି। ତେବେ ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜଙ୍କୁ ନିଯୁକ୍ତି ମିଳିଛି। ଇଣ୍ଟର କ୍ୟାଡର ଡେପୁଟେଶନରେ ଆସିଛନ୍ତି ମନୋଜ। ୨୦୦୬ ବ୍ୟାଚ୍‌ର ଆଇଏଏସ୍‌ ମନୋଜ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍‌ ଅଧିକାରୀ।  ମନୋଜ  ଜଗତସିଂହପୁର ଜିଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା। ସେ ବିଭିନ୍ନ ସମ୍ବେଦନଶୀଳ ଜିଲାରେ ଜିଲାପାଳ, […] The post ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ ସାହୁ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ ସାହୁ

ଭୁବନେଶ୍ୱର,୪ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶନିବାର ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ  ପାଇଛି। ତେବେ ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜଙ୍କୁ ନିଯୁକ୍ତି ମିଳିଛି। ଇଣ୍ଟର କ୍ୟାଡର ଡେପୁଟେଶନରେ ଆସିଛନ୍ତି ମନୋଜ।

୨୦୦୬ ବ୍ୟାଚ୍‌ର ଆଇଏଏସ୍‌ ମନୋଜ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍‌ ଅଧିକାରୀ।  ମନୋଜ  ଜଗତସିଂହପୁର ଜିଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା। ସେ ବିଭିନ୍ନ ସମ୍ବେଦନଶୀଳ ଜିଲାରେ ଜିଲାପାଳ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ହର ଘର୍ ଜଲ୍‌ରେ କାମ କରି ଖୁବ୍ ପ୍ରଶଂସିତ ହୋଇଛନ୍ତି ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ଏହି ଆଇଏଏସ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ହେଉଥିଲା ।

The post ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ ସାହୁ appeared first on Dharitri Odia News.