ଲାଇନଚ୍ୟୁତ ହେବାରୁ ବର୍ତ୍ତିଲା ବରେଲି-ବାରାଣସୀ ଏକ୍ସପ୍ରେସ, ଟ୍ରାକ୍‌ରୁ ମିଳିଲା ବଡ଼ କାଠଗଣ୍ଡି

ଲକ୍ଷ୍ନୌ,୨୬।୧୦: ଲକ୍ଷ୍ନୌରେ ବରେଲି-ବାରାଣସୀ ଏକ୍ସପ୍ରେସ ଲାଇନଚ୍ୟୁତ ହେବାରୁ ଅଳ୍ପକେ ବର୍ତ୍ତିଛି। ଲୋକୋ ପାଇଲଟ୍‌ ହଠାତ୍‌ ଟ୍ରେନ୍‌କୁ ଅଟକାଇ ଦୁର୍ଘଟଣାକୁ ଏଡ଼ାଇ ଯାଇଛନ୍ତି। ମାଲିହାବାଦ-କାକୋରୀ ମଧ୍ୟରେ ଥିବା ଉଭୟ ଟ୍ରାକ୍‌ରେ ବଡ଼ କାଠ ଗଣ୍ଡ ଦେଖିବାକୁ ମିଳିଥିଲା। ଏହାର ଲମ୍ବ ୨ଫୁଟରୁ ଅଧିକ ହୋଇଥିବା ବେଳେ ଓଜନ ୧୦ କିଲୋଗ୍ରାମ ଥିବା ଜଣାପଡ଼ିଛି। ଲକ୍ଷ୍ନୌ-ନୂଆଦିଲ୍ଲୀ ରେଳପଥରେ ମାଲିହାବାଦ ଏବଂ କାକୋରୀ ରେଳ ଷ୍ଟେସନ ମଧ୍ୟରେ ରଖାଯାଇଥିବା କାଠଗଣ୍ଡ ବରେଲି-ବାରାଣସୀ ଏକ୍ସପ୍ରେସ ଟ୍ରେନ୍‌ରେ ଫସି ଯାଇଥିଲା। ଲୋକେ ପାଇଲଟ ତୁରନ୍ତ […] The post ଲାଇନଚ୍ୟୁତ ହେବାରୁ ବର୍ତ୍ତିଲା ବରେଲି-ବାରାଣସୀ ଏକ୍ସପ୍ରେସ, ଟ୍ରାକ୍‌ରୁ ମିଳିଲା ବଡ଼ କାଠଗଣ୍ଡି appeared first on Dharitri Odia News.

ଲାଇନଚ୍ୟୁତ ହେବାରୁ ବର୍ତ୍ତିଲା ବରେଲି-ବାରାଣସୀ ଏକ୍ସପ୍ରେସ, ଟ୍ରାକ୍‌ରୁ ମିଳିଲା ବଡ଼ କାଠଗଣ୍ଡି

ଲକ୍ଷ୍ନୌ,୨୬।୧୦: ଲକ୍ଷ୍ନୌରେ ବରେଲି-ବାରାଣସୀ ଏକ୍ସପ୍ରେସ ଲାଇନଚ୍ୟୁତ ହେବାରୁ ଅଳ୍ପକେ ବର୍ତ୍ତିଛି। ଲୋକୋ ପାଇଲଟ୍‌ ହଠାତ୍‌ ଟ୍ରେନ୍‌କୁ ଅଟକାଇ ଦୁର୍ଘଟଣାକୁ ଏଡ଼ାଇ ଯାଇଛନ୍ତି। ମାଲିହାବାଦ-କାକୋରୀ ମଧ୍ୟରେ ଥିବା ଉଭୟ ଟ୍ରାକ୍‌ରେ ବଡ଼ କାଠ ଗଣ୍ଡ ଦେଖିବାକୁ ମିଳିଥିଲା। ଏହାର ଲମ୍ବ ୨ଫୁଟରୁ ଅଧିକ ହୋଇଥିବା ବେଳେ ଓଜନ ୧୦ କିଲୋଗ୍ରାମ ଥିବା ଜଣାପଡ଼ିଛି।

ଲକ୍ଷ୍ନୌ-ନୂଆଦିଲ୍ଲୀ ରେଳପଥରେ ମାଲିହାବାଦ ଏବଂ କାକୋରୀ ରେଳ ଷ୍ଟେସନ ମଧ୍ୟରେ ରଖାଯାଇଥିବା କାଠଗଣ୍ଡ ବରେଲି-ବାରାଣସୀ ଏକ୍ସପ୍ରେସ ଟ୍ରେନ୍‌ରେ ଫସି ଯାଇଥିଲା। ଲୋକେ ପାଇଲଟ ତୁରନ୍ତ ଟ୍ରେନ୍‌କୁ ଅଟକାଇ ଦେଇଥିଲେ, ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା। ଖବର ପାଇ ଆର୍‌ପିଏଫ୍‌, ଜିଆର୍‌ପି ଏବଂ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତେବେ ଏହି ଏକ୍ସପ୍ରେସ ଗୁରୁବାର ରାତିରେ ମାଲିହାବାଦରୁ ଲକ୍ଷ୍ନୌ ଆଡ଼କୁ ଆସୁଥିଲା। ଧାରଣାରେ କାଠଗଣ୍ଡି ବନ୍ଧା ଯାଇଥିବାରୁ କେହି ଜାଣିଶୁଣି ଏଭଳି କରିଥିବା ସନ୍ଦେହ କରାଯାଉଛି। ଏନେଇ ସିନିୟର ସେକ୍ସନ ଇଞ୍ଜିନିୟରଙ୍କ ଅଭିଯୋଗପରେ ମାଲିହାବାଦ ପୋଲିସ ଷ୍ଟେଶନରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

କହିରଖୁଛୁ, ସେପ୍ଟେମ୍ବରରେ କାନପୁରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା, ଯେଉଁଠାରେ ଭିବାନୀ ଯାଉଥିବା କାଳନ୍ଦି ଏକ୍ସପ୍ରେସ ଲାଇନଚ୍ୟୁତ ହେବାରୁ ବର୍ତ୍ତି ଥିଲା। କାରଣ ଟ୍ରାକ୍‌ରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା। ଏହାପୂର୍ବରୁ ବରେଲିରେ ଟ୍ରେନ୍‌କୁ ଲାଇନଚ୍ୟୁତ କରିବାକୁ ଚେଷ୍ଟା କରାଯାଇଥିଲା। ଲଗାତାର ଭାବେ ଏଭଳି ଘଟଣା ରେଳ କର୍ମଚାରୀଙ୍କ ସମେତ ଯାତ୍ରୀଙ୍କୁ ମଧ୍ୟ ଚିନ୍ତାରେ ପକାଇଛି।

The post ଲାଇନଚ୍ୟୁତ ହେବାରୁ ବର୍ତ୍ତିଲା ବରେଲି-ବାରାଣସୀ ଏକ୍ସପ୍ରେସ, ଟ୍ରାକ୍‌ରୁ ମିଳିଲା ବଡ଼ କାଠଗଣ୍ଡି appeared first on Dharitri Odia News.