ଏସ୍‌ସିବିରେ ରୋଗୀ, ଡାକ୍ତରଙ୍କ ସହ ଆଲୋଚନା କଲେ ସ୍ବାସ୍ଥ୍ୟମନ୍ତ୍ରୀ

କଟକ,୨୫।୬(ଶିଳ୍ପା ପ୍ରିୟଦର୍ଶିନୀ): ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଏସ୍‌ସିବି ମେଡିକାଲ ଗସ୍ତ କରିଛନ୍ତି। ମେଡିକାଲରେ ସମସ୍ତ ବିଭାଗ ଭ୍ରମଣ କରିବା ସହ ଏସ୍‌ସବି ଅଧିକ୍ଷକ ଏବଂ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ନୂଆ ସରକାର ଗଠନ ହେବା ପରେ ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଡାକ୍ତରଙ୍କୁ ସୁରକ୍ଷା ସହ ଉନ୍ନତମାନର ରୋଗୀ ସେବା ଯୋଗାଇଦେବାକୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟ […] The post ଏସ୍‌ସିବିରେ ରୋଗୀ, ଡାକ୍ତରଙ୍କ ସହ ଆଲୋଚନା କଲେ ସ୍ବାସ୍ଥ୍ୟମନ୍ତ୍ରୀ appeared first on Dharitri Odia News.

ଏସ୍‌ସିବିରେ ରୋଗୀ, ଡାକ୍ତରଙ୍କ ସହ ଆଲୋଚନା କଲେ ସ୍ବାସ୍ଥ୍ୟମନ୍ତ୍ରୀ

କଟକ,୨୫।୬(ଶିଳ୍ପା ପ୍ରିୟଦର୍ଶିନୀ): ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଏସ୍‌ସିବି ମେଡିକାଲ ଗସ୍ତ କରିଛନ୍ତି। ମେଡିକାଲରେ ସମସ୍ତ ବିଭାଗ ଭ୍ରମଣ କରିବା ସହ ଏସ୍‌ସବି ଅଧିକ୍ଷକ ଏବଂ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ନୂଆ ସରକାର ଗଠନ ହେବା ପରେ ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଡାକ୍ତରଙ୍କୁ ସୁରକ୍ଷା ସହ ଉନ୍ନତମାନର ରୋଗୀ ସେବା ଯୋଗାଇଦେବାକୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରୋଗୀ ଓ ଡାକ୍ତରମାନଙ୍କ ମଧ୍ୟରେ ଯେପରି ଭଲ ସମ୍ପର୍କ ରହିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଯେପରି ଡାକ୍ତର ରୋଗୀଙ୍କ ପ୍ରତି ଭଲ ବ୍ୟବହାର କରିବେ ସେନେଇ ଅଧିକ ଯତ୍ନବାନ ହେବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗମୀ ଦିନରେ ଯେପରି ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆସିବ ସେନେଇ ଏକ ସ୍ବତନ୍ତ୍ର ରୋଡ଼ମ୍ୟାପ ପ୍ରସ୍ତୁତ କରାଯିବ। ଏସସିବିରେ ଡାକ୍ତର ଅଭାବ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାବ୍ୟତୀତ ଏସ୍‌ସିବି ସମ୍ପ୍ରସାରଣ ପ୍ରୋଜେକ୍ଟ ଉପରେ ଆଲୋଚନା ପରେ ସ୍ଥିତି ଅନୁଧ୍ୟାନ କରାଯାଇ କାର୍ଯ୍ୟର ସମୀକ୍ଷା କରାଯିବ। ଏହାସହ କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡିରେ ଡିପ୍‌ଥେରିଆ ଆୟତ୍ତରେ ରହିଛି ଓ ସମ୍ବଲପୁରରେ ଜଣ୍ଡିସ ବ୍ୟାପିବା ଉପରେ ଜିଲାପାଳଙ୍କ ସହ ଆଲୋଚନା କରାଯାଇଥିବା ମନ୍ତ୍ରୀ କହିଛନ୍ତି।

The post ଏସ୍‌ସିବିରେ ରୋଗୀ, ଡାକ୍ତରଙ୍କ ସହ ଆଲୋଚନା କଲେ ସ୍ବାସ୍ଥ୍ୟମନ୍ତ୍ରୀ appeared first on Dharitri Odia News.