ଯେଉଁଦିନ ଏଭଳି ହେଲା, ସନ୍ନ୍ୟାସ ଘୋଷଣା କରିଦେବେ ରୋହିତ ଶର୍ମା
ଧର୍ମଶାଳା,୯।୩: ଭାରତରେ ଟେଷ୍ଟ ସିରିଜ ଜିତିବା ବିଦେଶୀ ଦଳଗୁଡ଼ିକ ପାଇଁ ଅସମ୍ଭବ ଭଳି ମନେ ହେଉଛି। ଏହାର ସଦ୍ୟ ଶିକାର ହୋଇଛି ବେନ ଷ୍ଟୋକ୍ସଙ୍କ ଅଧିନାୟକତ୍ୱର ଇଂଲଣ୍ଡ। ଦଳ ଶନିବାର ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ପରାଜୟ ସହ ସିରିଜକୁ ହରାଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଭାବୀ ପ୍ରଦର୍ଶନ କରିଥିବା ବେଳେ ଏବେ ତାଙ୍କର ଅବସରକୁ ନେଇ ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଏକ […] The post ଯେଉଁଦିନ ଏଭଳି ହେଲା, ସନ୍ନ୍ୟାସ ଘୋଷଣା କରିଦେବେ ରୋହିତ ଶର୍ମା appeared first on Dharitri Odia News.
ଧର୍ମଶାଳା,୯।୩: ଭାରତରେ ଟେଷ୍ଟ ସିରିଜ ଜିତିବା ବିଦେଶୀ ଦଳଗୁଡ଼ିକ ପାଇଁ ଅସମ୍ଭବ ଭଳି ମନେ ହେଉଛି। ଏହାର ସଦ୍ୟ ଶିକାର ହୋଇଛି ବେନ ଷ୍ଟୋକ୍ସଙ୍କ ଅଧିନାୟକତ୍ୱର ଇଂଲଣ୍ଡ। ଦଳ ଶନିବାର ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ପରାଜୟ ସହ ସିରିଜକୁ ହରାଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଭାବୀ ପ୍ରଦର୍ଶନ କରିଥିବା ବେଳେ ଏବେ ତାଙ୍କର ଅବସରକୁ ନେଇ ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଏକ ସାକ୍ଷାତକାର ଜାନୁଆରୀ ୨୪ରେ ସାମ୍ନାକୁ ଆସିଥିଲା। ଭାରତୀୟ ଉଇକେଟ କିପର ଦୀନେଶ କାର୍ତ୍ତିକ ସିରିଜ ବ୍ରଡକାଷ୍ଟର ଜିଓ ସିନେମା ପାଇଁ ଅଧିନାୟକ ରୋହିତଙ୍କ ଏହି ସାକ୍ଷାତକାର କରିଥିଲେ। ଏଥିରେ ଯେତେବେଳେ ଖେଳରୁ ଅବସର ନେବା କଥା ଚର୍ଚ୍ଚା ହେଉଥିଲା, ଷ୍ଟାର ବ୍ୟାଟ୍ସମ୍ୟାନ କେଉଁ ଦିନ କ୍ରିକେଟ ଛାଡିବେ ତାହା କହିଥିଲେ। ଯେଉଁ ଦିନ ଉଠିବା ପରେ ଫିଟ୍ ନାହିଁ ବୋଲି ଅନୁଭବ କରିବି, ଖେଳିପାରିବି ବୋଲି ଲାଗିବ ନାହିଁ, ଖୋଲାଖୋଲି ଭାବେ ସମସ୍ତଙ୍କୁ ଜଣାଇବି ବୋଲି ରୋହିତ କହିଥିଲେ।
ପ୍ରକାଶ ଥାଉ କି, ଏପ୍ରିଲରେ ୩୭ ବର୍ଷର ହେବାକୁ ଯାଉଥିବା ରୋହିତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସମୟରେ ତାଙ୍କର ଏପରି ଉଦ୍ଦେଶ୍ୟ ନାହିଁ। କାରଣ ଗତ ୨ରୁ ୩ ବର୍ଷ ମଧ୍ୟରେ ସେ ନିଜର ଶ୍ରେଷ୍ଠ କ୍ରିକେଟ ଖେଳୁଛନ୍ତି। ତାଙ୍କ ଖେଳ ମଧ୍ୟ ପୂର୍ବଠାରୁ ଭଲ ହୋଇଯାଇଛି। ଟେଷ୍ଟରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ପରେ ରୋହିତ ବର୍ତ୍ତମାନ ଜୁନ ମାସରେ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୪ ଉପରେ ନଜର ରଖିବେ, ଯେଉଁଥିରେ ସେ ଟିମ ଇଣ୍ଡିଆର ନେତୃତ୍ୱ ନେବେ।
The post ଯେଉଁଦିନ ଏଭଳି ହେଲା, ସନ୍ନ୍ୟାସ ଘୋଷଣା କରିଦେବେ ରୋହିତ ଶର୍ମା appeared first on Dharitri Odia News.