ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ: ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ମାଲକାନଗିରି,୧୨ା୯(ଦୁର୍ଯ୍ୟୋଧନ ପାତ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିନିକିଆ ମାଲକାନଗିରି ଜିଲାକୁ ଯାଇ ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବିଏସ୍‌ଏଫ୍‌ ହେଲିପ୍ୟାଡରେ ଅବତରଣ କରିଥିଲେ ା ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ […] The post ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ: ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ: ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ମାଲକାନଗିରି,୧୨ା୯(ଦୁର୍ଯ୍ୟୋଧନ ପାତ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିନିକିଆ ମାଲକାନଗିରି ଜିଲାକୁ ଯାଇ ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବିଏସ୍‌ଏଫ୍‌ ହେଲିପ୍ୟାଡରେ ଅବତରଣ କରିଥିଲେ ା ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ ସିଂ, ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝି, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଦକ୍ଷିଣାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଆରକ୍ଷୀ ଅଧୀକ୍ଷକ ନୀତେଶ ବାଧ୍ୱାନୀ ପ୍ରମୁଖ ମଞ୍ଚାସୀନ ଥିଲେ ା ୭ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରେରଣ କରିବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଗ୍ରାଧିକାର ଭିତ୍ତିିରେ ଭାଙ୍ଗି ଯାଇଥିବା କଚ୍ଚା ଘର ନିମନ୍ତେ ସହାୟତା ଓ ବିଜୁଳି ସଂଯୋଗକୁ ସେ ଗୁରୁତ୍ୱ ଦେଇଥିଲେ। ଜଣେ ମଧ୍ୟ କ୍ଷତିଗ୍ରସ୍ତ ବ୍ୟକ୍ତି ଯେପରି ସରକାରୀ ସହାୟତା ପଇବାରୁ ବଞ୍ଚିିତ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷାଯୋଗୁ ଜଳ ଜନିତ ରୋଗକୁ ପ୍ରତିହତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କୁହାଯାଇଛି। ଜିଲା ଓ ପୋଲିସ ପ୍ରଶାସନର ପୂର୍ବ ପ୍ରସ୍ତୁତି ଯୋଗୁ ଜିରୋ କାଜୁଆଲିଟି ସମ୍ଭବ ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପାଣିପାଗ ବିଭାଗରୁ ପ୍ରାପ୍ତ ସୂଚନା ଜିଲାପାଳମାନଙ୍କୁ ପ୍ରେରଣ କରାଯାଇ ସତର୍କ ରହିବାକୁ କୁହାଯାଇଥିଲା। ଏଥିସହ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ରରୁ ପରିସ୍ଥିତି ଉପରେ ୨୪ ଘଣ୍ଟିିଆ ନଜର ରଖାଯାଉଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଭଳି ସମ୍ବେଦନଶୀଳ ସମୟରେ ଓଡ୍ରାଫ୍‌ ଓ ଅଗ୍ନିଶମ କର୍ମଚାରୀଙ୍କ ସେବା ପ୍ରଶଂସନୀୟ ବୋଲି ରାଜସ୍ବ ମନ୍ତ୍ରୀ ପୂଜାରୀ ମତ ଦେଇଥିଲେ। ରିଲିଫ୍‌ କୋଡ୍‌ ଅନୁଯାୟୀ ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ ପର୍ଯ୍ୟାପ୍ତ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପୂଜାରୀ କହିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୫ରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହା କ୍ରମେ ଘନୀଭୁତ ହୋଇ ୮ ତାରିଖରେ ଗଭୀର ଅବପାତରେ ପରିଣତ ହୋଇଥିଲା ା ଏହାର ପ୍ରଭାବରେ ୯ ଓ ୧୦ତାରିଖରେ ମାଲକାନଗିରି ଜିଲାରେ ଅତି ପ୍ରବଳ ବର୍ଷା ହୋଇଥିଲା। ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବିଏସ୍‌ଏଫ୍‌ ହେଲିପ୍ୟାଡରେ ଅବତରଣ କରିଥିଲେ ା ଏହି ଅବସରରେ ମୁଖୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଜିଲାସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ା

The post ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ: ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ appeared first on Dharitri Odia News.