ଦୂଷିତ ପିଇବା ପାଣି ପାଇଁ ବ୍ୟାପୁଛି ଜଣ୍ଡିସ, ଏବେ ସୁଦ୍ଧା ୮୨ ପଜିଟିଭ ଚିହ୍ନଟ

ସମ୍ବଲପୁର ୨୫/୬: ଜଣ୍ଡିସରେ ଜର୍ଜରିତ ସମ୍ବଲପୁର ସହରବାସୀ । କିଛି ଦିନ ହେବ ସହରରେ ବଢିଚାଲିଛି କାମଳ ରୋଗୀଙ୍କ ସଂଖ୍ୟା । ଏବେ ସୁଦ୍ଧା ୮୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରିପୋର୍ଟରୁ ଜଣାପଡିଛି । ୧୪ ବର୍ଷରୁ କମ ବୟସର ଛୋଟ ପିଲା ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ସ୍ଥିତି ଉପରେ ପୁରା ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ ।  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ରାପିଡ ରେସପନ୍ସ ଟିମ୍‌ର ୨ ଜଣ ସଦସ୍ୟ ସମ୍ବଲପୁରରେ ସ୍ଥିତି ପରଖୁଛନ୍ତି । ସହରର ବିଭିନ୍ନ ସଂକ୍ରମିତ ଅଞ୍ଚଳର ପ୍ରତି ଘର ଘର ବୁଲି ଯାଞ୍ଚ କରାଯାଉଛି । ଦୂଷିତ ପିଇବା ପାଣିରୁ ଜଣ୍ଡିସ ବ୍ୟାପୁଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗର ଟିମ୍‌ । ସଚେତନ ରହିବା ସହ ଔଷଧ ସେବନ, ଫୁଟା ପାଣି ପିଇବା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି । You Can Read:ରାଜୁଆ ନଦୀରେ ଭାସୁଛନ୍ତି କୁଢ଼ କୁଢ଼ ମଲା ମାଛ, ଦୂଷିତ ହେବାରେ ଲାଗିଛି ନଦୀ ଜଳ 

ଦୂଷିତ ପିଇବା ପାଣି ପାଇଁ ବ୍ୟାପୁଛି ଜଣ୍ଡିସ, ଏବେ ସୁଦ୍ଧା ୮୨ ପଜିଟିଭ ଚିହ୍ନଟ

ସମ୍ବଲପୁର ୨୫/୬: ଜଣ୍ଡିସରେ ଜର୍ଜରିତ ସମ୍ବଲପୁର ସହରବାସୀ । କିଛି ଦିନ ହେବ ସହରରେ ବଢିଚାଲିଛି କାମଳ ରୋଗୀଙ୍କ ସଂଖ୍ୟା । ଏବେ ସୁଦ୍ଧା ୮୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରିପୋର୍ଟରୁ ଜଣାପଡିଛି । ୧୪ ବର୍ଷରୁ କମ ବୟସର ଛୋଟ ପିଲା ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ସ୍ଥିତି ଉପରେ ପୁରା ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ ।  

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ରାପିଡ ରେସପନ୍ସ ଟିମ୍‌ର ୨ ଜଣ ସଦସ୍ୟ ସମ୍ବଲପୁରରେ ସ୍ଥିତି ପରଖୁଛନ୍ତି । ସହରର ବିଭିନ୍ନ ସଂକ୍ରମିତ ଅଞ୍ଚଳର ପ୍ରତି ଘର ଘର ବୁଲି ଯାଞ୍ଚ କରାଯାଉଛି । ଦୂଷିତ ପିଇବା ପାଣିରୁ ଜଣ୍ଡିସ ବ୍ୟାପୁଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗର ଟିମ୍‌ । ସଚେତନ ରହିବା ସହ ଔଷଧ ସେବନ, ଫୁଟା ପାଣି ପିଇବା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି । 

You Can Read:

ରାଜୁଆ ନଦୀରେ ଭାସୁଛନ୍ତି କୁଢ଼ କୁଢ଼ ମଲା ମାଛ, ଦୂଷିତ ହେବାରେ ଲାଗିଛି ନଦୀ ଜଳ