ମୁଖ୍ୟମନ୍ତ୍ରୀଙ୍କ ରଣପୁର ଗସ୍ତ: କ୍ଷତିଗ୍ରସ୍ତ ଜମି ବୁଲି ଚାଷୀଙ୍କ ସହ କଲେ ଆଲୋଚନା

ନୟାଗଡ଼,୨୯।୧୨: ଅଦିନିଆ ଲଗାଣ ବର୍ଷାରେ ନୟାଗଡ଼ ଧନ ଫସଲ ଉଜୁଡି ଯାଇଛି। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲି କ୍ୟାପ୍ଟରରେ ରଣପୁର ଜେଲଛକ ପଡ଼ିଆରେ ଅବତରଣ କରି ସିଧା ସଳଖ ଚାଷୀମାନଙ୍କ ସହ କଥାବାର୍ତ୍ତା କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। କ୍ଷୟକ୍ଷତି ନିଜେ ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ତଥା ରଣପୁର ବିଧାୟକ ସୁରମା ପାଢ଼ୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କ୍ଷୟକ୍ଷତି ଦେଖୁଛନ୍ତି। ପ୍ରକଶ ଯେ, ନୟାଗଡ଼ ଜିଲାରେ […] The post ମୁଖ୍ୟମନ୍ତ୍ରୀଙ୍କ ରଣପୁର ଗସ୍ତ: କ୍ଷତିଗ୍ରସ୍ତ ଜମି ବୁଲି ଚାଷୀଙ୍କ ସହ କଲେ ଆଲୋଚନା appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ରଣପୁର ଗସ୍ତ: କ୍ଷତିଗ୍ରସ୍ତ ଜମି ବୁଲି ଚାଷୀଙ୍କ ସହ କଲେ ଆଲୋଚନା

ନୟାଗଡ଼,୨୯।୧୨: ଅଦିନିଆ ଲଗାଣ ବର୍ଷାରେ ନୟାଗଡ଼ ଧନ ଫସଲ ଉଜୁଡି ଯାଇଛି। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲି କ୍ୟାପ୍ଟରରେ ରଣପୁର ଜେଲଛକ ପଡ଼ିଆରେ ଅବତରଣ କରି ସିଧା ସଳଖ ଚାଷୀମାନଙ୍କ ସହ କଥାବାର୍ତ୍ତା କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। କ୍ଷୟକ୍ଷତି ନିଜେ ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ତଥା ରଣପୁର ବିଧାୟକ ସୁରମା ପାଢ଼ୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କ୍ଷୟକ୍ଷତି ଦେଖୁଛନ୍ତି।
ପ୍ରକଶ ଯେ, ନୟାଗଡ଼ ଜିଲାରେ ଅଦିନିଆ ବର୍ଷା ଦୁଃଖରକାରଣ ପାଲଟିଛି। କିଛି ଜମିରେ ଧାନ ଗଜା ହୋଇଯାଇଛି ଓ ଧନ ନଷ୍ଟ ହୋଇ ଯାଇଛି। ଏଭଳିସ୍ଥଳେ ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ସମେତ କୃଷକ ଯୁବ ମୋର୍ଚ୍ଚା, ବ୍ଲକ ଅଧ୍ୟକ୍ଷା କୃଷକମାନଙ୍କ ସହିତ ଆଲୋଚନା କରି ଜମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ରଣପୁରକୁ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ରଣପୁର ଗସ୍ତ: କ୍ଷତିଗ୍ରସ୍ତ ଜମି ବୁଲି ଚାଷୀଙ୍କ ସହ କଲେ ଆଲୋଚନା appeared first on Dharitri Odia News.