ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୨୦ା୧୨(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯାଇଛନ୍ତି। ୨୦ ତାରିଖରେ ଦିଲ୍ଲୀରୁ ରାଜସ୍ଥାନ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜସ୍ଥାନର ଜୟସାଲମେରରେ ପ୍ରାକ୍‌ ବଜେଟ ପ୍ରସ୍ତୁତି ଆଲୋଚନାରେ ମୁଖ୍ୟମନ୍ତ୍ରୀ ଭାଗନେବେ। ମୁଖ୍ୟମନ୍ତ୍ରୀ ୧୯, ୨୦ ଓ ୨୧ ତାରିଖ ରାଜସ୍ଥାନରେ ରହିବାର କାର୍ଯ୍ୟକ୍ରମ ରହିଛି। ତେବେ ୨୧, ୨୨ ଓ ୨୩ ତାରିଖରେ ଦିଲ୍ଲୀରେ ରହିବେ ବୋଲି ଜଣାପଡ଼ିଛି। ଏହି ଗସ୍ତ ସମୟରେ ଦିଲ୍ଲୀରେ ଆୟୋଜିତ ୫୫ତମ […] The post ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୨୦ା୧୨(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯାଇଛନ୍ତି। ୨୦ ତାରିଖରେ ଦିଲ୍ଲୀରୁ ରାଜସ୍ଥାନ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜସ୍ଥାନର ଜୟସାଲମେରରେ ପ୍ରାକ୍‌ ବଜେଟ ପ୍ରସ୍ତୁତି ଆଲୋଚନାରେ ମୁଖ୍ୟମନ୍ତ୍ରୀ ଭାଗନେବେ। ମୁଖ୍ୟମନ୍ତ୍ରୀ ୧୯, ୨୦ ଓ ୨୧ ତାରିଖ ରାଜସ୍ଥାନରେ ରହିବାର କାର୍ଯ୍ୟକ୍ରମ ରହିଛି। ତେବେ ୨୧, ୨୨ ଓ ୨୩ ତାରିଖରେ ଦିଲ୍ଲୀରେ ରହିବେ ବୋଲି ଜଣାପଡ଼ିଛି। ଏହି ଗସ୍ତ ସମୟରେ ଦିଲ୍ଲୀରେ ଆୟୋଜିତ ୫୫ତମ ଜିଏସ୍‌ଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ମୁଖ୍ୟମନ୍ତ୍ରୀ କେତେକ କେନ୍ଦ୍ରମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିଆସିବାର କାର୍ଯ୍ୟକ୍ରମ ରହିଛି।

The post ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ appeared first on Dharitri Odia News.