ମୁଖ୍ୟମନ୍ତ୍ରୀଙ୍କୁ ଫଟୋଚିତ୍ର ପ୍ରଦାନ କଲେ ଛାତ୍ର
ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ପାଇକ ସାହିର ଭଗବାନ ସାହୁଙ୍କ ପୁଅ ତଥା ସୋରଡ଼ା ଶଶୀଭୂଷଣ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍ ସାହୁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟ ଅତିଥି ଭବନରେ ଭେଟି ପେନସିଲ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଆଙ୍କିଥିବା ଫଟୋଚିତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଶୁଭମ୍ଙ୍କ ବାପା ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭମ୍ଙ୍କୁ ଉଚ୍ଚ ଶିକ୍ଷିତ ହେବା ସହ ମା’, ବାପା, ଶିକ୍ଷକଙ୍କ ନିର୍ଦ୍ଦେଶମାନି ଚଳିବାକୁ ପରାମର୍ଶ […] The post ମୁଖ୍ୟମନ୍ତ୍ରୀଙ୍କୁ ଫଟୋଚିତ୍ର ପ୍ରଦାନ କଲେ ଛାତ୍ର appeared first on Dharitri Odia News.
ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ପାଇକ ସାହିର ଭଗବାନ ସାହୁଙ୍କ ପୁଅ ତଥା ସୋରଡ଼ା ଶଶୀଭୂଷଣ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍ ସାହୁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟ ଅତିଥି ଭବନରେ
ଭେଟି ପେନସିଲ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଆଙ୍କିଥିବା ଫଟୋଚିତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଶୁଭମ୍ଙ୍କ ବାପା ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭମ୍ଙ୍କୁ ଉଚ୍ଚ ଶିକ୍ଷିତ ହେବା ସହ ମା’, ବାପା, ଶିକ୍ଷକଙ୍କ ନିର୍ଦ୍ଦେଶମାନି ଚଳିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଜୀବନରେ ସଦା ସର୍ବଦା ଶୃଙ୍ଖଳିତ ରହିବାକୁ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଶୁଭମ ସୋରଡ଼ା ଅଞ୍ଚଳରେ ଶିଶୁ କଳାକାର ଭାବେ ବେଶ ଜଣାଶୁଣା। ପୂର୍ବରୁ ଶୁଭମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡାକଯୋଗେ ଫଟୋ ଚିତ୍ର ପଠାଇଥିବା ବେଳେ ଗତ ସାଧାରଣ ର୍ନିବାଚନ ସମୟରେ ସୋରଡ଼ା ଗସ୍ତରେ ଆସିଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହାଙ୍କୁ ଭେଟି ଫଟୋ ଚିତ୍ର ପ୍ରଦାନ କରିଥିଲେ।
ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫୋଟ ଆଙ୍କି ଡାକ ଯୋଗେ ପଠାଇ ଥିଲେ। ଏନେଇ ରାଷ୍ଟ୍ରପତି ଭବନରୁ ଶୁଭମଙ୍କ ପାଖକୁ ଧନ୍ୟବାଦ ପତ୍ର ଆସିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ସୋରଡାର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତିଙ୍କ ଫୋଟ ଚିତ୍ର ଆଙ୍କି ଶୁଭମ୍ ପ୍ରଶଂସିତ ହୋଇଛନ୍ତି ।
The post ମୁଖ୍ୟମନ୍ତ୍ରୀଙ୍କୁ ଫଟୋଚିତ୍ର ପ୍ରଦାନ କଲେ ଛାତ୍ର appeared first on Dharitri Odia News.