ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୀଡ଼ିତାଙ୍କ ବାପା କହିଲେ ଝିଅ ସବୁବେଳେ ରାତିରେ…
ଭୁୁବନେଶ୍ୱର,୨୩।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ନେଉନି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଆଣିଥିବା ଯୁବତୀ ତାଙ୍କ ବାପା ଓ ମେଜର। ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିନିଧି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ଆଲୋଚନା ସକାରାତ୍ମକ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ସବୁ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପୀ ବାପା। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ […] The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୀଡ଼ିତାଙ୍କ ବାପା କହିଲେ ଝିଅ ସବୁବେଳେ ରାତିରେ… appeared first on Dharitri Odia News.
ଭୁୁବନେଶ୍ୱର,୨୩।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ନେଉନି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଆଣିଥିବା ଯୁବତୀ ତାଙ୍କ ବାପା ଓ ମେଜର।
ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିନିଧି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ଆଲୋଚନା ସକାରାତ୍ମକ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ସବୁ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପୀ ବାପା।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଆମ ଅନୁରୋଧ ରଖି ସାକ୍ଷାତ କରିବାକୁ ସମୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ। ଦୁଇ ଦିନ ପୂର୍ବେ ପୋଲିସ ଅଧିକାରୀମାନେ ୟୁନିଫର୍ମ ପିନ୍ଧି ପ୍ରତିବାଦ ଜଣାଇଥିବାରୁ ଏହି ତଦନ୍ତ ନିରପେକ୍ଷ ହେବ କି ନାହିଁ ମନରେ ସନ୍ଦେହ ଥିଲା। ତେଣୁ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲୁ। ମୁଖ୍ୟମନ୍ତ୍ରୀ ଆମର ଏହି ଦାବିକୁ ମାନି ନେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ତଦନ୍ତ ରିପୋର୍ଟରେ ସତ ଉନ୍ମୋଚନ ହେବ ବୋଲି ବିଶ୍ୱାସ ଥିବା ସେ କହିଛନ୍ତି। ଏଥିସହ ଯେଉଁମାନେ ଝିଅର ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଯୁବତୀଙ୍କ ବାପା କହିଛନ୍ତି।
ଝିଅ ରେଷ୍ଟୁରାଣ୍ଟ ଚଳାଉଥିବାରୁ ସବୁବେଳେ ରାତିରେ ଘରକୁ ଫେରେ। ତେଣୁ ଏହାକୁ ନେଇ ଭବିଷ୍ୟତରେ ଯେପରି କୌଣସି ସମସ୍ୟା ନହୁଏ ତାହା ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ତାଙ୍କ ବାପା । ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଗୁରୁତର ସହ ବିଚାରକୁ ନେଇଛନ୍ତି।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଭେଟିଥିବା ବେଳେ ଏହି ସମୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ।
ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପରେ ବିଜେଡି ମଧ୍ୟ ମଙ୍ଗଳବାର ପାଇଁ ଦେଇଥିବା ହରତାଳ ଡାକରାକୁ ପ୍ରତ୍ୟାହାର କରିଛି।
The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୀଡ଼ିତାଙ୍କ ବାପା କହିଲେ ଝିଅ ସବୁବେଳେ ରାତିରେ… appeared first on Dharitri Odia News.