ଜଗନ୍‌ ମୋହନଙ୍କୁ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କଲେ ଚନ୍ଦ୍ରାବାବୁ

ଅମରାବତୀ,୨୬ା୭:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ଆର୍‌ସିପି ନେତା ଜଗନ୍‌ ମୋହନ ରେଡ୍ଡୀଙ୍କୁ କଲମ୍ବିଆର ଡ୍ରଗ୍‌ ବ୍ୟବସାୟୀ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କରିଛନ୍ତି। ଗୁରୁବାର ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏକ ଶ୍ୱେତପତ୍ର ପ୍ରକାଶ କରିବା ଅବସରରେ ଚନ୍ଦ୍ରବାବୁ କହିଛନ୍ତି, ସେ ଦେଶର ଜଣେ ବରିଷ୍ଠ ରାଜନେତା। ତେବେ ଜଗନ୍‌ଙ୍କ ଶାସନ ସମୟରେ ଯେଭଳି ସ୍ଥିତି ଉପୁଜିଥିଲା ତାହା ସେ ପୂର୍ବରୁ କେବେ ଦେଖି ନ ଥିଲେ। ତେଣୁ ତାଙ୍କୁ କେବଳ ପାବ୍‌ଲୋ ଏସ୍‌କୋବରଙ୍କ […] The post ଜଗନ୍‌ ମୋହନଙ୍କୁ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କଲେ ଚନ୍ଦ୍ରାବାବୁ appeared first on Dharitri Odia News.

ଜଗନ୍‌ ମୋହନଙ୍କୁ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କଲେ ଚନ୍ଦ୍ରାବାବୁ

ଅମରାବତୀ,୨୬ା୭:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ଆର୍‌ସିପି ନେତା ଜଗନ୍‌ ମୋହନ ରେଡ୍ଡୀଙ୍କୁ କଲମ୍ବିଆର ଡ୍ରଗ୍‌ ବ୍ୟବସାୟୀ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କରିଛନ୍ତି। ଗୁରୁବାର ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏକ ଶ୍ୱେତପତ୍ର ପ୍ରକାଶ କରିବା ଅବସରରେ ଚନ୍ଦ୍ରବାବୁ କହିଛନ୍ତି, ସେ ଦେଶର ଜଣେ ବରିଷ୍ଠ ରାଜନେତା। ତେବେ ଜଗନ୍‌ଙ୍କ ଶାସନ ସମୟରେ ଯେଭଳି ସ୍ଥିତି ଉପୁଜିଥିଲା ତାହା ସେ ପୂର୍ବରୁ କେବେ ଦେଖି ନ ଥିଲେ। ତେଣୁ ତାଙ୍କୁ କେବଳ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କରାଯାଇପାରେ। ଚନ୍ଦ୍ରବାବୁ କହିଛନ୍ତି, ପାବ୍‌ଲୋ କଲମ୍ବିଆର ଜଣେ ନାର୍କୋଟେରୋରିଷ୍ଟ ତଥା ରାଜନେତା ଭାବେ ଜଣାଶୁଣା। ସେ ରାଜନେତା ପାଲଟିବା ପରେ ଡ୍ରଗ୍ସ ବିକ୍ରି କରି ଏହାର ଏକ ସଂଘ ଗଢ଼ିଥିଲେ। ସେ ଏକଦା ୩୦ ବିଲିୟନ ଡଲାର ଅର୍ଜନ କରିଥିଲେ, ଯାହାର ମୂଲ୍ୟ ଏବେ ୯୦ ବିଲିୟନ ଡଲାର ହେବ। ପାବ୍‌ଲୋଙ୍କୁ ୧୯୭୬ରେ ଗିରଫ କରାଯାଇଥିଲା। ୧୯୮୦ରେ ସେ ବିଶ୍ୱର ସବୁଠାରୁ ଧନୀ ଡ୍ରଗ୍‌ ଲର୍ଡ ହୋଇଯାଇଥିଲେ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜଗନ୍‌ମୋହନ ରେଡ୍ଡୀଙ୍କୁ ଉପଲକ୍ଷ୍ୟ କରି ଚନ୍ଦ୍ରବାବୁ କହିଛନ୍ତି, ଟାଟା, ରିଲାଏନ୍ସ, ଅମ୍ବାନୀଙ୍କ ପ୍ରଚୁର ଅର୍ଥ ଅଛି। କିନ୍ତୁ ଜଗନ୍‌ ସେମାନଙ୍କଠାରୁ ଅଧିକ ଧନୀ ହେବାର ଉଚ୍ଚାକାଂକ୍ଷା ରଖି କାର୍ଯ୍ୟ କରିଥିଲେ। ଜଗନ୍‌ଙ୍କ ସରକାର ଅମଳରେ କି ପ୍ରକାର ଆଇନ ଶୃଙ୍ଖଳା ସ୍ଥିତି ଉପୁଜିଥିଲା, ତାହା ସମସ୍ତେ ଜାଣନ୍ତି। ସେତେବେଳେ ଆନ୍ଧ୍ରପ୍ରଦେଶ ଦେଶରେ ‘ଗଞ୍ଜା ରାଜଧାନୀ’ ହୋଇଯାଇଥିଲା ବୋଲି ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି। ସେହି ସମୟରେ ଆନ୍ଧ୍ରର ପ୍ରତ୍ୟେକ ଗ୍ରାମରେ ସହଜରେ ଗଞ୍ଜେଇ ମିଳୁଥିଲା। ଏ ବିଷୟ ତାଙ୍କ ଶାସନକାଳରେ ଜଗନ୍‌ କେବେ ଉଠାଇ ନ ଥିଲେ। ତେଣୁ ବର୍ତ୍ତମାନର ଯୁବପିଢ଼ି ନିଶାଠାରୁ ଦୂରେଇ ରହି ସେମାନଙ୍କ ପରିବାରକୁ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ସାଧାରଣରେ ନିବେଦନ କରିଛନ୍ତି। ଏଭଳି କାରବାର କିଭଳି ବନ୍ଦ କରାଯିବ ସେ ଦିଗରେ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।

The post ଜଗନ୍‌ ମୋହନଙ୍କୁ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କଲେ ଚନ୍ଦ୍ରାବାବୁ appeared first on Dharitri Odia News.