ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆମେରିକା କନ୍‌ସଲ ଜେନେରାଲ

ଭୁବନେଶ୍ୱର,୭ା୮: ହାଇଦ୍ରାବାଦଠାରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍‌ସଲ ଜେନେରାଲ ଜେନିଫର୍‌ ଲାର୍‌ସନ ବୁଧବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିବା ସହ ଶିଳ୍ପ, ଶିକ୍ଷା, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ଉଭୟ ଆମେରିକା ଏବଂ ଓଡ଼ିଶା ମଧ୍ୟରେ ଅଂଶୀଦାରକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ଭୂମି, ଜଳ ଓ ଶକ୍ତି ସହିତ ଦକ୍ଷ ମାନବ […] The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆମେରିକା କନ୍‌ସଲ ଜେନେରାଲ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆମେରିକା କନ୍‌ସଲ ଜେନେରାଲ

ଭୁବନେଶ୍ୱର,୭ା୮: ହାଇଦ୍ରାବାଦଠାରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍‌ସଲ ଜେନେରାଲ ଜେନିଫର୍‌ ଲାର୍‌ସନ ବୁଧବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିବା ସହ ଶିଳ୍ପ, ଶିକ୍ଷା, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ଉଭୟ ଆମେରିକା ଏବଂ ଓଡ଼ିଶା ମଧ୍ୟରେ ଅଂଶୀଦାରକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ଭୂମି, ଜଳ ଓ ଶକ୍ତି ସହିତ ଦକ୍ଷ ମାନବ ସମ୍ବଳ ରହିଛି। ଆସନ୍ତା ୬ରୁ ୭ ମାସ ମଧ୍ୟରେ ଓଡ଼ିଶାରେ ଉତ୍କର୍ଷ ଉତ୍କଳ କନ୍‌କ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଆମେରିକାର ଶିଳ୍ପସଂସ୍ଥା ଅଧିକରୁ ଅଧିକ ଅଂଶଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି। ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା କରିବା ସହିତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆମେରିକାର ସହଯୋଗ କାମନା କରିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆମେରିକା କନ୍‌ସଲ ଜେନେରାଲ appeared first on Dharitri Odia News.