ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତ ମସଲା ଏମ୍‌ଡି

ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା): ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ସୁଶାନ୍ତ କୁମାର ପଣ୍ଡା ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟର କିଭଳି କାର୍ଯ୍ୟକରୁଛି, ଉଦ୍ୟୋଗପତିମାନଙ୍କୁ ସହଯୋଗ ମିଳୁଛି କି ନାହିଁ ଓ ବିଶେଷକରି ଯୁବ ଉଦ୍ୟୋଗୀମାନଙ୍କୁ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସରକାରଙ୍କ ଆନୁଷଙ୍ଗିକ ସୁବିଧା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ସେହିପରି ଭାରତ ମସଲା ରାଜ୍ୟର ଏକ ଅଗ୍ରଣୀ ଶିଳ୍ପାନୁଷ୍ଠାନ ହୋଇଥିବାରୁ କମ୍ପାନୀର ବାର୍ଷିକ ଆୟବ୍ୟୟ ସହ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା […] The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତ ମସଲା ଏମ୍‌ଡି appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତ ମସଲା ଏମ୍‌ଡି

ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା): ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ସୁଶାନ୍ତ କୁମାର ପଣ୍ଡା ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟର କିଭଳି କାର୍ଯ୍ୟକରୁଛି, ଉଦ୍ୟୋଗପତିମାନଙ୍କୁ ସହଯୋଗ ମିଳୁଛି କି ନାହିଁ ଓ ବିଶେଷକରି ଯୁବ ଉଦ୍ୟୋଗୀମାନଙ୍କୁ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସରକାରଙ୍କ ଆନୁଷଙ୍ଗିକ ସୁବିଧା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ସେହିପରି ଭାରତ ମସଲା ରାଜ୍ୟର ଏକ ଅଗ୍ରଣୀ ଶିଳ୍ପାନୁଷ୍ଠାନ ହୋଇଥିବାରୁ କମ୍ପାନୀର ବାର୍ଷିକ ଆୟବ୍ୟୟ ସହ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ଏହି ଅବସରରେ କମ୍ପାନୀ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମୃତିଫଳକ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତ ମସଲା ଏମ୍‌ଡି appeared first on Dharitri Odia News.