ସ୍ତ୍ରୀ କଲେ ସ୍ବାମୀଙ୍କୁ ହତ୍ୟା, ସନ୍ଦେହରେ…
ଗଜପତି,୭।୧୨(ଗିରିଧାରୀ ପରିଛା): ପାରିବାରିକ ହିଂସାକୁ କେନ୍ଦ୍ର କରି ସ୍ତ୍ରୀ କରିଲେ ସ୍ବାମୀଙ୍କୁ ହତ୍ୟା । ଏଭଳି ଏକ ଘଟଣା ଘଟିଛି ପାରଳାଖେମୁଣ୍ଡି ଜଙ୍ଗମସାହିରେ। ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଜଙ୍ଗମ ସାହିର ଡିଲେଶରଙ୍କ ପୁଅ ବିଜୟ କୁମାରଙ୍କୁ ତାଙ୍କ ବୋହୂ ସାରଦା ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ହତ୍ୟା ସମୟରେ ଶାଶୁ ଶ୍ୱଶୁର କୌଣସି କାମରେ ଅନ୍ୟ ଏକ ଗାଁକୁ ଯାଇଥିଲେ। ଏହାର ସୁଯୋଗ ନେଇ ବୋହୂ ତାଙ୍କର ପୁଅକୁ ହତ୍ୟା କରିଥିବା ଅଭିଯୋଗ […] The post ସ୍ତ୍ରୀ କଲେ ସ୍ବାମୀଙ୍କୁ ହତ୍ୟା, ସନ୍ଦେହରେ… appeared first on Dharitri Odia News.
ଗଜପତି,୭।୧୨(ଗିରିଧାରୀ ପରିଛା): ପାରିବାରିକ ହିଂସାକୁ କେନ୍ଦ୍ର କରି ସ୍ତ୍ରୀ କରିଲେ ସ୍ବାମୀଙ୍କୁ ହତ୍ୟା । ଏଭଳି ଏକ ଘଟଣା ଘଟିଛି ପାରଳାଖେମୁଣ୍ଡି ଜଙ୍ଗମସାହିରେ। ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଜଙ୍ଗମ ସାହିର ଡିଲେଶରଙ୍କ ପୁଅ ବିଜୟ କୁମାରଙ୍କୁ ତାଙ୍କ ବୋହୂ ସାରଦା ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ହତ୍ୟା ସମୟରେ ଶାଶୁ ଶ୍ୱଶୁର କୌଣସି କାମରେ ଅନ୍ୟ ଏକ ଗାଁକୁ ଯାଇଥିଲେ। ଏହାର ସୁଯୋଗ ନେଇ ବୋହୂ ତାଙ୍କର ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଡିଲେଶର ଏବଂ ତାଙ୍କ ସ୍ତ୍ରୀ ।
ସେମାନଙ୍କ କହିବା ମୁତାବକ, ଶୁକ୍ରବାର ସକାଳେ ଡିଲେଶର ଓ ତାଙ୍କ ସ୍ତ୍ରୀ ଘରକୁ ଆସି ଦେଖିଲା ବେଳକୁ ପୁଅ ଘୋଡାଇ ହୋଇ ଶୋଇଥିବା ଦେଖିଥିଲେ। ପରେ ସେମାନେ ପୁଅ ବିଜୟକୁ ଉଠେଇ ଥିଲେ। ହେଲେ ବିଜୟ ଉଠି ନ ଥିଲା। ଶ୍ୱଶୁର ବୋହୂଙ୍କୁ ପଚାରାଉଚରା କରିଥିଲେ। ହେଲେ ବୋହୂ ସଠିକ କଥା କହି ନ ଥିଲେ।
ହେଲେ ସାହିପଡିଶା ମରଶରୀରର ଶେଷକୃତ୍ୟ ନିମନ୍ତେ ପ୍ରସ୍ତୁତି କରିବା ସମୟରେ ବିଜୟଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଥିବା ଦେଖି ପୋଲିସକୁ ଖବର କରିଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସମ୍ପର୍କୀୟଙ୍କ କହିବା ମୁତବେକ,ବିଭିନ୍ନ ସମୟରେ ସ୍ବମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା। ଗତକାଲି ମଧ୍ୟ ଝଗଡା ହୋଇଥିଲା। ମା’ ବାପାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବିଜୟଙ୍କୁ ହତ୍ୟା କରାଯାଇଥିବା ଆଭିଯୋଗ ହୋଇଛି।
The post ସ୍ତ୍ରୀ କଲେ ସ୍ବାମୀଙ୍କୁ ହତ୍ୟା, ସନ୍ଦେହରେ… appeared first on Dharitri Odia News.