ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରି ୧୪ ବର୍ଷ ଜେଲ୍ଦଣ୍ଡ ଭୋଗିବେ ଅଭିଯୁକ୍ତ
ବରଗଡ଼,୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପ ଅଞ୍ଚଳରେ୨୦୧୪ ନଭେମ୍ବରରେ ସଂଘଟିତ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଏବଂ ଗର୍ଭପାତ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ବରଗଡ଼ ପୋକ୍ସୋ ବିଚାରପତି ଏହି ମାମଲାର ରାୟ ପ୍ରକାଶ କରି ଅଭିଯୁକ୍ତ ପ୍ରତାପ ପଟ୍ଟନାୟକଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ କାରାଦଣ୍ଡ ଅବଧି ଆହୁରି ୬ମାସ ବୃଦ୍ଧି ହେବ ବୋଲି ବିଚାରପତି ଆଦେଶ […] The post ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରି ୧୪ ବର୍ଷ ଜେଲ୍ଦଣ୍ଡ ଭୋଗିବେ ଅଭିଯୁକ୍ତ appeared first on Dharitri Odia News.
ବରଗଡ଼,୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପ ଅଞ୍ଚଳରେ୨୦୧୪ ନଭେମ୍ବରରେ ସଂଘଟିତ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଏବଂ ଗର୍ଭପାତ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ବରଗଡ଼ ପୋକ୍ସୋ ବିଚାରପତି ଏହି ମାମଲାର ରାୟ ପ୍ରକାଶ କରି ଅଭିଯୁକ୍ତ ପ୍ରତାପ ପଟ୍ଟନାୟକଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ କାରାଦଣ୍ଡ ଅବଧି ଆହୁରି ୬ମାସ ବୃଦ୍ଧି ହେବ ବୋଲି ବିଚାରପତି ଆଦେଶ ଦେଇଛନ୍ତି।
ସୂଚନାନୁଯାୟୀ, ଅଭିଯୁକ୍ତଙ୍କ ଘରେ ପୀଡ଼ିତା ନାବାଳିକା ବାସନକୁସନ ମାଜିବା କାମ କରୁଥିଲେ। ତେବେ ସେ ଦିବ୍ୟାଙ୍ଗ(ମୂକ, ବଧିର) ଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ନାବାଳିକା ଗର୍ଭବତୀ ହେବା ଜାଣିବା ପରେ ଗର୍ଭପାତ କରାଯାଇଥିଲା। ତେବେ ପୀଡ଼ିତା ମୃତଶିଶୁ ଜନ୍ମ କରିବା ପରେ ମୃତଶିଶୁ ଏବଂ ପୀଡ଼ିତାଙ୍କୁ ଧରି ଅତାବିରା ଥାନାକୁ ଯାଇ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ ସହିତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବା ସହିତ ତାଙ୍କୁ ବରଗଡ଼ କାରାଗାରକୁ ପଠାଇ ଦିଆଯାଇଥିଲା। ବରଗଡ଼ ପୋକ୍ସୋ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା। ସରକାରୀ ଓକିଲ ଭୀଷ୍ମଦେବ ସରାଫ ଏହି ମାମଲା ପରିଚାଳନା କରୁଥିଲେ।
The post ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରି ୧୪ ବର୍ଷ ଜେଲ୍ଦଣ୍ଡ ଭୋଗିବେ ଅଭିଯୁକ୍ତ appeared first on Dharitri Odia News.