ସରକାରୀ କର୍ମଚାରୀଙ୍କ ପ୍ରମୋଶନକୁ ନେଇ ବଡ ରାୟ ଦେଲେ ସିଜେଆଇ ଚନ୍ଦ୍ରଚୁଡଙ୍କ ବେଞ୍ଚ
ନୂଆଦିଲ୍ଲୀ,୩୧।୫: ଦେଶରେ ସରକାରୀ ଚାକିରି ପାଇଁ ବହୁତ ଆଗ୍ରହ ଅଛି ଲୋକଙ୍କ ମଧ୍ୟରେ। କେବଳ ସେତିକି ନୁହେଁ, ସରକାରୀ ଚାକିରିରେ ପଦୋନ୍ନତି ପାଇବାକୁ ମଧ୍ୟ ଅଧିକାର ଅଛି। ସରକାରୀ ଚାକିରିରେ ପଦୋନ୍ନତି ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। ସରକାରୀ ଚାକିରିରେ ପଦୋନ୍ନତି ସହ ଜଡିତ ଏକ ମାମଲାର ଶୁଣାଣି ପରେ ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ତିନିଜଣ ବିଚାରପତିଙ୍କ ଏକ ବେଞ୍ଚ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ […] The post ସରକାରୀ କର୍ମଚାରୀଙ୍କ ପ୍ରମୋଶନକୁ ନେଇ ବଡ ରାୟ ଦେଲେ ସିଜେଆଇ ଚନ୍ଦ୍ରଚୁଡଙ୍କ ବେଞ୍ଚ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୫: ଦେଶରେ ସରକାରୀ ଚାକିରି ପାଇଁ ବହୁତ ଆଗ୍ରହ ଅଛି ଲୋକଙ୍କ ମଧ୍ୟରେ। କେବଳ ସେତିକି ନୁହେଁ, ସରକାରୀ ଚାକିରିରେ ପଦୋନ୍ନତି ପାଇବାକୁ ମଧ୍ୟ ଅଧିକାର ଅଛି। ସରକାରୀ ଚାକିରିରେ ପଦୋନ୍ନତି ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। ସରକାରୀ ଚାକିରିରେ ପଦୋନ୍ନତି ସହ ଜଡିତ ଏକ ମାମଲାର ଶୁଣାଣି ପରେ ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ତିନିଜଣ ବିଚାରପତିଙ୍କ ଏକ ବେଞ୍ଚ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଚାକିରିରେ ପଦୋନ୍ନତି ଏକ ସାମ୍ବିଧାନିକ ଅଧିକାର ନୁହେଁ। ସମ୍ବିଧାନରେ ଏଥିପାଇଁ କୌଣସି ମାନଦଣ୍ଡ ଉଲ୍ଲେଖ କରାଯାଇ ନାହିଁ, ତେଣୁ ସରକାରୀ କର୍ମଚାରୀମାନେ ଚାକିରିରେ ପଦୋନ୍ନତି ଦାବି କରିପାରିବେ ନାହିଁ। ଅଦାଲତ କହିଛନ୍ତି ଯେ କାର୍ଯ୍ୟନିର୍ବାହୀ (କେନ୍ଦ୍ର କ୍ଷେତ୍ରରେ ସଂସଦ ଏବଂ ରାଜ୍ୟ କ୍ଷେତ୍ରରେ ବିଧାନସଭା ) ପଦୋନ୍ନତି ସମ୍ବନ୍ଧରେ ନିୟମାବଳୀ ପ୍ରସ୍ତୁତ କରିପାରିବେ।
ଗୁଜୁରାଟରେ ଜିଲା ଜଜ ଚୟନ ସହ ଜଡିତ ଏକ ମାମଲା ସୁପ୍ରିମକୋର୍ଟ ସରକାରୀ ଚାକିରିରେ ପଦୋନ୍ନତି ଅଧିକାର ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଏହାଦ୍ୱାରା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। କୋର୍ଟ କହିଛନ୍ତି ଯେ କେଉଁ ଆଧାରରେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବା ଉଚିତ ତାହା ଉପରେ ଆମର ସମ୍ବିଧାନ ନୀରବ ରହିଛି। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ବିଧାନସଭା ଏବଂ କାର୍ଯ୍ୟନିର୍ବାହୀ ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦୋନ୍ନତି ପଦବୀ ସମ୍ବନ୍ଧରେ ନିୟମ ପ୍ରସ୍ତୁତ କରିବାକୁ ମୁକ୍ତ। ସିଜେଆଇ ଚନ୍ଦ୍ରଚୁଡଙ୍କ ବେଞ୍ଚ କହିଛନ୍ତି, ଦେଶରେ ଜଣେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ଦାବି କରିବାର ଅଧିକାର ନାହିଁ। ସମ୍ବିଧାନରେ ପଦୋନ୍ନତି ପଦବୀ ପୂରଣ ପାଇଁ ମାନଦଣ୍ଡ ଉଲ୍ଲେଖ କରାଯାଇ ନାହିଁ।
The post ସରକାରୀ କର୍ମଚାରୀଙ୍କ ପ୍ରମୋଶନକୁ ନେଇ ବଡ ରାୟ ଦେଲେ ସିଜେଆଇ ଚନ୍ଦ୍ରଚୁଡଙ୍କ ବେଞ୍ଚ appeared first on Dharitri Odia News.