ବିଓଆଇ ଶୈଳଶ୍ରୀ ବିହାର ଶାଖାର ନୂତନ ପରିସର

ଭୁବନେଶ୍ୱର,୧୦।୯ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ର ୧୧୯ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓଆଇ ଶୈଳଶ୍ରୀ ବିହାର ଶାଖାର ନୂତନ ପରିସରକୁ ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟର ମହାପ୍ରବନ୍ଧକ ବିକାଶ କ୍ରିଷ୍ଣା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ (ଉଦ୍‌ଘାଟନ) କରିଥିଲେ। ଏହି ଅବସରରେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲ୍ଲିକ, ଉପ ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ଜେନା ଓ ସହାୟକ ମହାପ୍ରବନ୍ଧକ ନବଦୀପ ମହାନ୍ତିଙ୍କ ସମେତ […] The post ବିଓଆଇ ଶୈଳଶ୍ରୀ ବିହାର ଶାଖାର ନୂତନ ପରିସର appeared first on Dharitri Odia News.

ବିଓଆଇ ଶୈଳଶ୍ରୀ ବିହାର ଶାଖାର ନୂତନ ପରିସର

ଭୁବନେଶ୍ୱର,୧୦।୯ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ର ୧୧୯ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓଆଇ ଶୈଳଶ୍ରୀ ବିହାର ଶାଖାର ନୂତନ ପରିସରକୁ ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟର ମହାପ୍ରବନ୍ଧକ ବିକାଶ କ୍ରିଷ୍ଣା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ (ଉଦ୍‌ଘାଟନ) କରିଥିଲେ। ଏହି ଅବସରରେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲ୍ଲିକ, ଉପ ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ଜେନା ଓ ସହାୟକ ମହାପ୍ରବନ୍ଧକ ନବଦୀପ ମହାନ୍ତିଙ୍କ ସମେତ ବହୁ ସଂଖ୍ୟକ ଗ୍ରାହକ ଓ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବ୍ୟାଙ୍କର ଶୈଳଶ୍ରୀ ବିହାର ଶାଖାର ବରିଷ୍ଠ ଶାଖା ପ୍ରବନ୍ଧକ ମୋନାଲିସା ମଧୁମିତାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ପରିସରକୁ ପ୍ରସ୍ତୁତ କରାଯାଇଥିଲାବେଳେ ଏହି ଶାଖାକୁ ଏକ ନୂତନ ପରିସରକୁ ସ୍ଥାନାନ୍ତର କରିବାରେ ବ୍ୟାଙ୍କର ପଦକ୍ଷେପକୁ ନେଇ ଗ୍ରାହକମାନେ ଆନନ୍ଦ ପ୍ରକାଶ କରିବା ସହିତ ଏହା ସେମାନଙ୍କୁ ଉତ୍ତମ ବ୍ୟାଙ୍କିଙ୍ଗ୍‌ ସେବା ଓ ଗ୍ରାହକ ସନ୍ତୁଷ୍ଟି ଯୋଗାଇ ଦେବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

The post ବିଓଆଇ ଶୈଳଶ୍ରୀ ବିହାର ଶାଖାର ନୂତନ ପରିସର appeared first on Dharitri Odia News.