ବୃଦ୍ଧାଙ୍କୁ କଚାଡ଼ି ମାରିଦେଲେ, ବନ୍ଧାହେଲେ ନାତୁଣୀ- ନାତୁଣୀ ଜ୍ୱାଇଁ

କେନ୍ଦୁଝର,୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ମୁଣ୍ଡା ସାହିରେ ଜଣେ ବୃଦ୍ଧାକୁ ହତ୍ୟା କରିବା ଘଟଣାରେ ନାତୁଣୀ ଏବଂ ନାତୁଣୀ ଜ୍ୱାଇଁଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କର ନାମ ଦୁଲା ମୁଣ୍ଡା(୩୮) ଓ ତାଙ୍କ ସ୍ତ୍ରୀ ଗାଙ୍ଗି ମୁଣ୍ଡା(୩୫) ବୋଲି ଜଣାପଡିଛି । ପୋଲିସ ମୃତ ଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ଘଟଣାର ପ୍ରକାଶ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଘରୋଇ ଝଗଡ଼ାରୁ […] The post ବୃଦ୍ଧାଙ୍କୁ କଚାଡ଼ି ମାରିଦେଲେ, ବନ୍ଧାହେଲେ ନାତୁଣୀ- ନାତୁଣୀ ଜ୍ୱାଇଁ appeared first on Dharitri Odia News.

ବୃଦ୍ଧାଙ୍କୁ କଚାଡ଼ି ମାରିଦେଲେ, ବନ୍ଧାହେଲେ ନାତୁଣୀ- ନାତୁଣୀ ଜ୍ୱାଇଁ

କେନ୍ଦୁଝର,୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ମୁଣ୍ଡା ସାହିରେ ଜଣେ ବୃଦ୍ଧାକୁ ହତ୍ୟା କରିବା ଘଟଣାରେ ନାତୁଣୀ ଏବଂ ନାତୁଣୀ ଜ୍ୱାଇଁଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କର ନାମ ଦୁଲା ମୁଣ୍ଡା(୩୮) ଓ ତାଙ୍କ ସ୍ତ୍ରୀ ଗାଙ୍ଗି ମୁଣ୍ଡା(୩୫) ବୋଲି ଜଣାପଡିଛି । ପୋଲିସ ମୃତ ଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
ଘଟଣାର ପ୍ରକାଶ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଘରୋଇ ଝଗଡ଼ାରୁ ବିରମା ମୁଣ୍ଡା(୭୦) ସହିତ ନାତୁଣୀ ଏବଂ ନାତୁଣୀ ଜ୍ୱାଇଁଙ୍କ ସହିତ ଝଗଡ଼ା ହୋଇଥିଲା। ସ୍ବାମୀ-ସ୍ତ୍ରୀ ଉତ୍‌କ୍ଷିପ୍ତ ହୋଇ ବୃଦ୍ଧାଙ୍କୁ କଚାଡ଼ି ଦେଇଥିଲେ। ଫଳରେ ଗୁରୁତର ଆହତ ହୋଇ ଅଚେତ ହୋଇ ପଡ଼ିଯାଇଥିଲେ। ଆଜି ସକାଳୁ ବିରମା ମୁଣ୍ଡା ଘରେ ମରି ପଡ଼ିଥିବାର ଜାଣି ଗ୍ରାମବାସୀ ଉଭୟଙ୍କୁ ବାନ୍ଧି ଟାଉନ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରି ଗିରଫ କରିଥିଲା । ଦୁଲା ମୁଣ୍ଡାଙ୍କ ଏତଲା କ୍ରମେ ଟାଉନ ପୋଲିସ କେସ ନମ୍ବର ୨୬୧/୨୫ ଅନୁଯାୟୀ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏକ ବିଶେଷଜ୍ଞ ଟିମ୍‌ ଘଟଣାସ୍ଥଳକୁ ଯାଇ ପ୍ରମାଣ ଓ ନମୁନା ସଂଗ୍ରହ କରି ତଦନ୍ତ କରୁଛି।

The post ବୃଦ୍ଧାଙ୍କୁ କଚାଡ଼ି ମାରିଦେଲେ, ବନ୍ଧାହେଲେ ନାତୁଣୀ- ନାତୁଣୀ ଜ୍ୱାଇଁ appeared first on Dharitri Odia News.