‘ମୋଦି କେବଳ ଭାରତ ପାଇଁ ନୁହନ୍ତି, ବିଶ୍ୱ ପାଇଁ ଜଣେ ଶକ୍ତିଶାଳୀ ନେତା’

ନୂଆଦିଲ୍ଲୀ,୧୫।୫: ପାକିସ୍ତାନ ବଂଶୋଦ୍ଭବ ପ୍ରସିଦ୍ଧ ଆମେରିକୀୟ ବ୍ୟବସାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ମୋଦି ଜଣେ ଶକ୍ତିଶାଳୀ ନେତା। ତାଙ୍କ ନେତୃତ୍ୱରେ ଭାରତ ଶିଖରରେ ପହଞ୍ଚିଛି। ଏଣୁ ସେ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ବୋଲି ବାଲ୍ଟିମୋର ନିବାସୀ ବ୍ୟବସାୟୀ ସାଜିଦ ତରାର କହିଛନ୍ତି। ସେ କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ଭଲ। ଏଣୁ ପାକିସ୍ତାନକୁ ମଧ୍ୟ ତାଙ୍କ ଭଳି ନେତା ମିଳିବ ବୋଲି ସେ ମଧ୍ୟ କହିଛନ୍ତି। […] The post ‘ମୋଦି କେବଳ ଭାରତ ପାଇଁ ନୁହନ୍ତି, ବିଶ୍ୱ ପାଇଁ ଜଣେ ଶକ୍ତିଶାଳୀ ନେତା’ appeared first on Dharitri Odia News.

‘ମୋଦି କେବଳ ଭାରତ ପାଇଁ ନୁହନ୍ତି, ବିଶ୍ୱ ପାଇଁ ଜଣେ ଶକ୍ତିଶାଳୀ ନେତା’

ନୂଆଦିଲ୍ଲୀ,୧୫।୫: ପାକିସ୍ତାନ ବଂଶୋଦ୍ଭବ ପ୍ରସିଦ୍ଧ ଆମେରିକୀୟ ବ୍ୟବସାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ମୋଦି ଜଣେ ଶକ୍ତିଶାଳୀ ନେତା। ତାଙ୍କ ନେତୃତ୍ୱରେ ଭାରତ ଶିଖରରେ ପହଞ୍ଚିଛି। ଏଣୁ ସେ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ବୋଲି ବାଲ୍ଟିମୋର ନିବାସୀ ବ୍ୟବସାୟୀ ସାଜିଦ ତରାର କହିଛନ୍ତି। ସେ କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ଭଲ। ଏଣୁ ପାକିସ୍ତାନକୁ ମଧ୍ୟ ତାଙ୍କ ଭଳି ନେତା ମିଳିବ ବୋଲି ସେ ମଧ୍ୟ କହିଛନ୍ତି।

ତରାର କହିଛନ୍ତି, ମୋଦି ଜଣେ ଶକ୍ତିଶାଳୀ ନେତା। ସେ ଏଭଳି ଜଣେ ପ୍ରଧାନମନ୍ତ୍ରୀ ଯିଏ ବିପରୀତ ପରିସ୍ଥିତିରେ ପାକିସ୍ତାନ ଗସ୍ତ କରିଥିଲେ। ଆଶା କରୁଛି ଯେ ମୋଦି ପାକିସ୍ତାନ ସହ ବ୍ୟବସାୟ ଆରମ୍ଭ କରିବେ। ସବୁ ସ୍ଥାନରେ ମୋଦି ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଥିବା ସେ କହିଛନ୍ତି।

କହିରଖୁଛୁ, ୧୯୯୦ରେ ତରାର ଆମେରିକା ଚାଲିଆସିଥିଲେ। ଏବେ ସେ ପାକିସ୍ତାନ ଶାସନ ବ୍ୟବସ୍ଥା ସହ ଜଡ଼ିତ ଲୋକଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି। ଏବେ ଭାରତକୁ ସବୁଠାରୁ ବଡ଼ ଗଣତନ୍ତ୍ର ବୋଲି ସେ କହିଛନ୍ତି।

The post ‘ମୋଦି କେବଳ ଭାରତ ପାଇଁ ନୁହନ୍ତି, ବିଶ୍ୱ ପାଇଁ ଜଣେ ଶକ୍ତିଶାଳୀ ନେତା’ appeared first on Dharitri Odia News.