ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଧର୍ମେନ୍ଦ୍ର! ମନମୋହନଙ୍କ ପୋଷ୍ଟକୁ କଲେ ରିପୋଷ୍ଟ

ଭୁବନେଶ୍ୱର,୨୨।୩: ଆସନ୍ତା ଲୋକ ସଭା ନିର୍ବାଚନରେ ଏକାକୀ ଲଢ଼ିବ ଭାଜପା। ଶୁକ୍ରବାର କିଛି ଏଭଳି କଥା ସୋସିଆଲ ମିଡିଆରେ ପୋଷ୍ଟ କରି ମେଣ୍ଟ ଚର୍ଚ୍ଚାକୁ ନୂଆ ମୋଡ ଦେଇଥିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଏହାପରେ ତାଙ୍କ ପୋଷ୍ଟକୁ ରି-ପୋଷ୍ଟ କରି ଚର୍ଚ୍ଚାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତ କିଛି ଦିନ ଧରି ରାଜ୍ୟରେ ଭାଜପା ଏବଂ ଶାସକ ବିଜେଡି ମେଣ୍ଟ ସରକାର ଗଠନକୁ ନେଇ […] The post ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଧର୍ମେନ୍ଦ୍ର! ମନମୋହନଙ୍କ ପୋଷ୍ଟକୁ କଲେ ରିପୋଷ୍ଟ appeared first on Dharitri Odia News.

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଧର୍ମେନ୍ଦ୍ର! ମନମୋହନଙ୍କ ପୋଷ୍ଟକୁ କଲେ ରିପୋଷ୍ଟ

ଭୁବନେଶ୍ୱର,୨୨।୩: ଆସନ୍ତା ଲୋକ ସଭା ନିର୍ବାଚନରେ ଏକାକୀ ଲଢ଼ିବ ଭାଜପା। ଶୁକ୍ରବାର କିଛି ଏଭଳି କଥା ସୋସିଆଲ ମିଡିଆରେ ପୋଷ୍ଟ କରି ମେଣ୍ଟ ଚର୍ଚ୍ଚାକୁ ନୂଆ ମୋଡ ଦେଇଥିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଏହାପରେ ତାଙ୍କ ପୋଷ୍ଟକୁ ରି-ପୋଷ୍ଟ କରି ଚର୍ଚ୍ଚାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗତ କିଛି ଦିନ ଧରି ରାଜ୍ୟରେ ଭାଜପା ଏବଂ ଶାସକ ବିଜେଡି ମେଣ୍ଟ ସରକାର ଗଠନକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଭାଜପା ନେତାମାନେ ଦିଲ୍ଲୀ ଗସ୍ତ କରୁଥିବା ବେଳେ ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ବସୁଥିଲା। ହେଲେ ମେଣ୍ଟ ନେଇ କେହି ସ୍ପଷ୍ଟ ସୂଚନା ଦେଉ ନ ଥିଲେ। ଫଳରେ ଉଭୟ ଦଳର ନେତା ଏବଂ କର୍ମୀମାନେ ଚିନ୍ତାରେ ରହିଥିଲେ। ଏବେ ସେସବୁରେ ବିରାମ ଲାଗିଥିବା ଚର୍ଚ୍ଚା ଜୋର ଧରିଛି।

କହିରଖୁଛୁ, ମନମୋହନ ଏକ୍ସରେ ଲେଖିଛନ୍ତି, ‘ଗତ ୧୦ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ୱ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି। ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ ।
ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି, ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ୱରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସମ୍ପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ ।

କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି। ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନାହୁଁ ।

ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ଭାଜପା) ଏଥର ସମସ୍ତ ୨୧ ଲୋକ ସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ’ ବୋଲି ସେ କହିଛନ୍ତି।

The post ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଧର୍ମେନ୍ଦ୍ର! ମନମୋହନଙ୍କ ପୋଷ୍ଟକୁ କଲେ ରିପୋଷ୍ଟ appeared first on Dharitri Odia News.