ରାଜ୍ୟ ଭାଜପାର ସଂକଳ୍ପପତ୍ର ଜାରି: ମୋଦି ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ

ଭୁବନେଶ୍ୱର,୨୨।୪: ରାଜ୍ୟ ଭାଜପା ପକ୍ଷରୁ ସୋମବାର ସଂକଳ୍ପପତ୍ର ଜାରି କରାଯାଇଛି। ଭାଜପା କାର୍ଯ୍ୟାଳୟରେ ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ ହୋଇଛି। ଏହାକୁ ଲୋକାର୍ପଣ କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ଏହି ମୋଦି ଗ୍ୟାରେଣ୍ଟି ଓଡ଼ିଆ ସଂକଳ୍ପପତ୍ରକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ମନମୋହନ କହିଛନ୍ତି। ଏହି ଅବସରରେ ଭାଜପା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମରଙ୍କ ସହ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଭାଜପାର ସଂକଳ୍ପପତ୍ରରେ ଗରିବ ପରିବାରକୁ ପରବର୍ତ୍ତୀ ୫ବର୍ଷ […] The post ରାଜ୍ୟ ଭାଜପାର ସଂକଳ୍ପପତ୍ର ଜାରି: ମୋଦି ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ appeared first on Dharitri Odia News.

ରାଜ୍ୟ ଭାଜପାର ସଂକଳ୍ପପତ୍ର ଜାରି: ମୋଦି ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ

ଭୁବନେଶ୍ୱର,୨୨।୪: ରାଜ୍ୟ ଭାଜପା ପକ୍ଷରୁ ସୋମବାର ସଂକଳ୍ପପତ୍ର ଜାରି କରାଯାଇଛି। ଭାଜପା କାର୍ଯ୍ୟାଳୟରେ ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ ହୋଇଛି। ଏହାକୁ ଲୋକାର୍ପଣ କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ଏହି ମୋଦି ଗ୍ୟାରେଣ୍ଟି ଓଡ଼ିଆ ସଂକଳ୍ପପତ୍ରକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ମନମୋହନ କହିଛନ୍ତି। ଏହି ଅବସରରେ ଭାଜପା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମରଙ୍କ ସହ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ଭାଜପାର ସଂକଳ୍ପପତ୍ରରେ ଗରିବ ପରିବାରକୁ ପରବର୍ତ୍ତୀ ୫ବର୍ଷ ପାଇଁ ମାଗଣା ରାସନ ଯୋଗାଇ ଦିଆଯିବ। ମାଗଣା ଏବଂ ଉତ୍ତମମାନର ସ୍ବାସ୍ଥ୍ୟସେବା ଯୋଗାଣ ଜାରି ରହିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିସ୍ତାର ସହ ପ୍ରତିଘରକୁ ଟ୍ୟାପ ଜଳ ଯୋଗାଣ ଓ ବସ୍ତିର ପୁନଃବିକାଶ କରିବାକୁ ଗ୍ୟାରେଣ୍ଟି ଦିଆଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଅଧୀନରେ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ। ସେହିପରି କୃଷକଙ୍କ ପାଇଁ ପିଏମ କିଷାନ ଓ ପିଏମ ଫସଲ ବୀମା ଯୋଜନାରେ ଚାଷୀଙ୍କ ପାଇଁ ଆର୍ଥିକ ସହାୟତାଜାରି ରହିବ। କଷ୍ଟମ ହାଇରିଂ କେନ୍ଦ୍ର, କୃଷି ବିଜ୍ଞାନ କେନ୍ଦ୍ର ଓ କିଷାନ ସମୃଦ୍ଧି କେନ୍ଦ୍ରର ବିସ୍ତାର ଯୋଗୁ ସହଜରେ କୃଷି ସମ୍ବନ୍ଧୀୟ ସୂଚନା ପାଇବେ ଚାଷୀ। ଦୁଗ୍ଧ ସମବାୟ ସମିତି ଯୋଗେ ଦୁଗ୍ଧ ପରୀକ୍ଷଣ, ଲାବୋରାଟୋରୀ, କୁଲର ଓ ପ୍ରକ୍ରିୟାକରଣ କେନ୍ଦ୍ରର ବିସ୍ତାର ହେବ। ଯୁବକଙ୍କ ପାଇଁ ନୂତନ ଶିକ୍ଷାନୀତି-୨୦୨୦ ଅଧୀନରେ ଉଚ୍ଚମାନର ଶିକ୍ଷା, ବିଶ୍ୱସ୍ତରୀୟ କ୍ରୀଡା ସୁବିଧା, ନିଯୁକ୍ତି ଓ ଉଦ୍ୟୋଗୀ ସୁଯୋଗର ଗ୍ୟାରେଣ୍ଟି ଦିଆଯାଇଛି।

The post ରାଜ୍ୟ ଭାଜପାର ସଂକଳ୍ପପତ୍ର ଜାରି: ମୋଦି ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ appeared first on Dharitri Odia News.