ବୈରୀ-ଚଣ୍ଡିଖୋଲ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର
ଚଣ୍ଡିଖୋଲ,୨୦ା୧(ପ୍ରଦୀପ୍ତ କୁମାର ପୃଷ୍ଟି): କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡର ବୈରୀଠାରୁ ଚଣ୍ଡିଖୋଲ ଖୋସାଲିପୁର ହାଇଲେଭଲ କେନାଲ ବନ୍ଧ ରାସ୍ତା ଅଛି। ଏହାର ୬ କି.ମି. ୪୦୦ମିଟର କାମ ଆରମ୍ଭ ହୋଇଛି। ଏଥିପାଇଁ ବିଭାଗ ପକ୍ଷରୁ ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ମାତ୍ର ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ନିୟମ ଅନୁଯାୟୀ, ରାସ୍ତାର ଚଉଡ଼ା ୫.୫ ମିଟର ପିଚୁ ସହ […] The post ବୈରୀ-ଚଣ୍ଡିଖୋଲ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର appeared first on Dharitri Odia News.
ଚଣ୍ଡିଖୋଲ,୨୦ା୧(ପ୍ରଦୀପ୍ତ କୁମାର ପୃଷ୍ଟି): କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡର ବୈରୀଠାରୁ ଚଣ୍ଡିଖୋଲ ଖୋସାଲିପୁର ହାଇଲେଭଲ କେନାଲ ବନ୍ଧ ରାସ୍ତା ଅଛି। ଏହାର ୬ କି.ମି. ୪୦୦ମିଟର କାମ ଆରମ୍ଭ ହୋଇଛି। ଏଥିପାଇଁ ବିଭାଗ ପକ୍ଷରୁ ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ମାତ୍ର ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି।
ନିୟମ ଅନୁଯାୟୀ, ରାସ୍ତାର ଚଉଡ଼ା ୫.୫ ମିଟର ପିଚୁ ସହ ଉଭୟ ପାର୍ଶ୍ୱରେ ମୋରମ ୧.୫ ମିଟର କରି ୮.୫ ମିଟର ଚଉଡ଼ା ହେବା କଥା। ଏହାର ଅବଧି ୨୦୨୩ ଜୁନରୁ ଆରମ୍ଭ ହୋଇ ୯ ମାସ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ରାସ୍ତା ନିର୍ମାଣ ସମୟରେ ୬ଇଞ୍ଚର ବିଏମଡବ୍ଲ୍ୟୁ ପଡ଼ିବା ସହ ୬ ଇଞ୍ଚର ପିଚୁ ପଡ଼ିବା ନିୟମ ରହିଛି। ମାତ୍ର ଠିକା ସଂସ୍ଥା ଏହି ନିୟମ ଖିଲାପ କରି ନିମ୍ନମାନର କାମ କରିବା ଯୋଗୁ ସ୍ଥାନୀୟ ସୁଙ୍ଗୁଡା ସରପଞ୍ଚ ଅଞ୍ଜୁଲତା ସ୍ବାଇଁ ଓ ପଞ୍ଚାୟତବାସୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ତ ଦୂରର କଥା କାମ ତଦାରଖ ପାଇଁ କେହିବି ପରିଦର୍ଶନରେ ଆସିଲେନାହିଁ। କେତେକ ସ୍ଥାନରେ ଗାଡ୍ୱାଲ କରିବା ବ୍ୟବସ୍ଥା ରହିଥିଲାବେଳେ ଠିକାସଂସ୍ଥା ବାଲି, ସିମେଣ୍ଟ, ଚିପ୍ସ ଆକଳନ ଅନୁଯାୟୀ ବ୍ୟବହାର ନ କରି ଗାଡୱାଲ କରିବାରୁ ସ୍ଥାନୀୟ ଅଧିବାସୀ ପ୍ରଶ୍ନ କରିଥିଲେ। ଫଳରେ ଠିକାସଂସ୍ଥା କର୍ମଚାରୀ କାମ ବନ୍ଦ କରି ପଳାଇଥିଲେ। ଏହାର କିଛି ଦିନ ପରେ ଠିକା ସଂସ୍ଥା ଅସମ୍ପୂର୍ଣ୍ଣ ଗାଡୱାଲ କାମ ଶେଷ ନ କରି ଅଚାନକ ରାତି ଅଧିଆ ପିଚୁ କରୁଥିବା ଦେଖିବାକୁ ମିଳିଛି।
ଶୁକ୍ରବାର ସୁଙ୍ଗୁଡା ପଞ୍ଚାୟତବାସୀଙ୍କ ଅଭିଯୋଗ ପରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ ନିମ୍ନମାନ କାମ ହେଉଥିବା ଦେଖିବାକୁ ପାଇଥିଲେ। ଆକଳନ ଅନୁଯାୟୀ, ରାସ୍ତା ଚଉଡ଼ା ଅନେକ ସ୍ଥାନରେ କମ କରାଯିବା ସହ ତରବରିଆ ଭାବେ କରାଯାଉଥିବା ପିଚୁ ପତଳା ପକାଯାଉଥିବାରୁ ସୁଙ୍ଗୁଡା ଗ୍ରାମ ନିକଟରେ ତାହା ଉଠିଯାଉଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ପଚାରିବାରୁ ସେ କାମ ଠିକ ହେଉଥିବା କହି ସଫେଇ ଦେଇଥିଲେ। ତେଣୁ ଏହା ବିରୋଧରେ ପଞ୍ଚାୟତବାସୀ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେବୋଲି କହିଛନ୍ତି।
The post ବୈରୀ-ଚଣ୍ଡିଖୋଲ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର appeared first on Dharitri Odia News.