ତତଲାଗଡ଼ ଟିଟିଲାଗଡ଼ରେ ନିର୍ବାଚନୀ ତାତି: ଟୁକୁନୀ-ନବୀନ ଟକ୍କର ଚର୍ଚ୍ଚା

ବଲାଙ୍ଗୀର,୨୮।୨(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଗ୍ରୀଷ୍ମ ତାତି ଅନୁଭୂତ ହେଉଥିବାରୁ ଟିଟିଲାଗଡ଼କୁ ଲୋକେ ତତଲାଗଡ଼ କହିଥାଆନ୍ତି। ସେଭଳି ଖରା ଆସି ନ ଥିଲେ ମଧ୍ୟ ଏବେ ନିର୍ବାଚନୀ ତାତି ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଲାଣି। ୨୦୧୪ ମସିହାରେ ବିଜେଡି ଯୁବନେତା ଅଭିମନ୍ୟୁ ସାହୁଙ୍କ ହତ୍ୟା ପରେ ତାଙ୍କ ସ୍ତ୍ରୀ ଟୁକୁନୀ ସାହୁଙ୍କୁ ବିଜେଡି ଟିକେଟ ମିଳିଥିଲା। ୨୦୧୪ ଓ ୨୦୧୯ ନିର୍ବାଚନରେ ସେ କ୍ରମାଗତ ବିଜୟୀ ହୋଇଥିଲେ। ଏବେ ସେ ସରକାରରେ ମନ୍ତ୍ରୀ ଅଛନ୍ତି। ଏଥର […] The post ତତଲାଗଡ଼ ଟିଟିଲାଗଡ଼ରେ ନିର୍ବାଚନୀ ତାତି: ଟୁକୁନୀ-ନବୀନ ଟକ୍କର ଚର୍ଚ୍ଚା appeared first on Dharitri Odia News.

ତତଲାଗଡ଼ ଟିଟିଲାଗଡ଼ରେ ନିର୍ବାଚନୀ ତାତି: ଟୁକୁନୀ-ନବୀନ ଟକ୍କର ଚର୍ଚ୍ଚା

ବଲାଙ୍ଗୀର,୨୮।୨(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଗ୍ରୀଷ୍ମ ତାତି ଅନୁଭୂତ ହେଉଥିବାରୁ ଟିଟିଲାଗଡ଼କୁ ଲୋକେ ତତଲାଗଡ଼ କହିଥାଆନ୍ତି। ସେଭଳି ଖରା ଆସି ନ ଥିଲେ ମଧ୍ୟ ଏବେ ନିର୍ବାଚନୀ ତାତି ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଲାଣି। ୨୦୧୪ ମସିହାରେ ବିଜେଡି ଯୁବନେତା ଅଭିମନ୍ୟୁ ସାହୁଙ୍କ ହତ୍ୟା ପରେ ତାଙ୍କ ସ୍ତ୍ରୀ ଟୁକୁନୀ ସାହୁଙ୍କୁ ବିଜେଡି ଟିକେଟ ମିଳିଥିଲା। ୨୦୧୪ ଓ ୨୦୧୯ ନିର୍ବାଚନରେ ସେ କ୍ରମାଗତ ବିଜୟୀ ହୋଇଥିଲେ। ଏବେ ସେ ସରକାରରେ ମନ୍ତ୍ରୀ ଅଛନ୍ତି। ଏଥର ହ୍ୟାଟ୍ରିକ୍‌ କରିବା ଲକ୍ଷ୍ୟରେ ଟିକେଟ ଆଶୟୀ। ତେବେ ପ୍ରାକ୍‌ ନିର୍ବାଚନୀ ଚର୍ଚ୍ଚାରୁ ବିଜେଡି ପାଇଁ ଆଗାମୀ ନିର୍ବାଚନୀ ଫଳାଫଳ ଏତେ ସହଜ ହେବନାହିଁ ବୋଲି ଆଲୋଚନା ହେଉଛି। କାରଣ ଭାଜପା ଆଶାୟୀ ପ୍ରାର୍ଥୀ ନବୀନ ଜୈନ ନିର୍ବାଚନମଣ୍ଡଳୀରେ ଲୋକସମ୍ପର୍କ ବଢ଼ାଇ ଚାଲିଛନ୍ତି। ତାଙ୍କୁ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଛି। ନବୀନଙ୍କୁ ଭାଜପା ଟିକେଟ ମିଳିଲେ ଟୁକୁନୀଙ୍କୁ ସେ କଡ଼ା ଟକ୍କର ଦେବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଏଭଳି ଚର୍ଚ୍ଚା ଜୋର ଧରିବା ଫଳରେ ନବୀନ ଉତ୍ସାହିତ ହୋଇ ଘରେ ଆଉ ବସୁନାହାନ୍ତି। ଦଳୀୟ ଟିକେଟ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ଟିଟିଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଗାଁ ଓ ସହରର ବହୁ ସ୍ଥାନରେ ସଭାସମିତିରେ ଯୋଗଦେଉଥିବା ଦେଖିବାକୁ ମିଳୁଛି।
ନିର୍ବାଚନରେ ଟୁକୁନୀଙ୍କୁ ଭାଜପା ପ୍ରାର୍ଥୀ ଅଶୋକ ଦୋରା ଟକ୍କର ଦେଇ ପରାଜିତ ହୋଇଥିଲେ। ସେ ଏଥର ଟିକେଟ ଦୌଡ଼ରେ ନ ଥିବା ଚର୍ଚ୍ଚା ହେଉଛି। ଅନ୍ୟ ଯେଉଁମାନେ ଭାଜପାରୁ ଆଶାୟୀ ରହିଛନ୍ତି ସେମାନେ ହେଲେ ମୁକେଶ ଜୈନ, ମନୋଜ ହାତୀ, ମହେନ୍ଦ୍ର ସିଂ ଠାକୁର ଓ ପ୍ରଶାନ୍ତ ଷଡ଼ଙ୍ଗୀ। କିନ୍ତୁ ସମସ୍ତଙ୍କ ଆଗରେ ନବୀନ। ଗତ ଟିଟିଲାଗଡ଼ ମ୍ୟୁନିସିପାଲିଟି ନିର୍ବାଚନରେ ନବୀନ ବାବୁଙ୍କ ସ୍ତ୍ରୀ ମମତାଦେବୀ ଜୈନ୍‌ ଭାଜପା ପ୍ରାର୍ଥତ୍ନୀ ଭାବେ ସିଧାସଳଖ ନିର୍ବାଚନ ଲଢ଼ି ବିଜେଡି ପ୍ରାର୍ଥୀଙ୍କୁ ହରାଇ ପୌରାଧ୍ୟକ୍ଷା ଭାବେ ବିଜୟୀ ହୋଇଥିଲେ। ଏହା ପ୍ରକାରାନ୍ତରେ ମନ୍ତ୍ରୀ ଟୁକୁନୀଙ୍କୁ ଚ୍ୟାଲେଞ୍ଜ ବୋଲି ସେତେବେଳେ ବି ଚର୍ଚ୍ଚା ହୋଇଥିଲା। ଏସବୁ ଦେଖିଲେ ବିଧାନସଭା ନିର୍ବାଚନ ପୂର୍ବରୁ ଟୁକୁନୀ-ନବୀନ ମୁହଁାମୁହିଁ ହେବା ଅଧିକ ଜଣାପଡ଼ୁଛି। ଏହା ମଧ୍ୟ କୁହାଯାଉଛି ଯେ, ନବୀନ ଭାଜପା ଟିକେଟ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଦଳୀୟ ଟିକେଟ ପାଇଲେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଯେତେ ଅସୁବିଧା ସୃଷ୍ଟି କରିବେ, ତା’ଠୁ ଢେର ଅଧିକ ବିଜେଡିର ଗୋଷ୍ଠୀକନ୍ଦଳ ଖୋଦ୍‌ ପ୍ରାର୍ଥୀଙ୍କୁ କ୍ଷତି ପହଞ୍ଚାଇପାରେ। କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ଏବେ ଜିଲା କଂଗ୍ରେସ ସଭାପତି ଅଛନ୍ତି। ସେ ଗତ ଦୁଇଟି ବିଧାନସଭା ନିର୍ବାଚନରେ ପରାସ୍ତ ହୋଇସାରିଥିବାରୁ ଆଗକୁ କଂଗ୍ରେସ କେଉଁଭଳି ରଣନୀତି କରି ନିଜର ସ୍ଥିତି ସୁଦୃଢ଼ କରୁଛି, ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

The post ତତଲାଗଡ଼ ଟିଟିଲାଗଡ଼ରେ ନିର୍ବାଚନୀ ତାତି: ଟୁକୁନୀ-ନବୀନ ଟକ୍କର ଚର୍ଚ୍ଚା appeared first on Dharitri Odia News.