ଭାଜପା ଅଧ୍ୟକ୍ଷ ଚୟନ ପାଇଁ ଚାଲିଛି କସରତ: ଆରଏସ୍ଏସ୍ ପାଖରେ ଅଟକିଛି ପେଞ୍ଚ
ନୂଆଦିଲ୍ଲୀ,୩୦ା୬:ଭାଜପାର ବର୍ତ୍ତମାନର ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ବିଳମ୍ବିତ ହେଉଛି। ଏହାକୁ ନେଇ ଭାଜପାର ଶୀର୍ଷ ନେତୃତ୍ୱ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମଧ୍ୟରେ ଅଚଳାବସ୍ଥା ଲାଗିରହିଛି। ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୩ ଜାନୁଆରୀରେ ଶେଷ ହେବାକୁ ଥିବାବେଳେ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ୨୦୨୪ ଜୁନ୍ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଇତିମଧ୍ୟରେ ବର୍ଷେ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ […] The post ଭାଜପା ଅଧ୍ୟକ୍ଷ ଚୟନ ପାଇଁ ଚାଲିଛି କସରତ: ଆରଏସ୍ଏସ୍ ପାଖରେ ଅଟକିଛି ପେଞ୍ଚ appeared first on Dharitri Odia News.
ନୂଆଦିଲ୍ଲୀ,୩୦ା୬:ଭାଜପାର ବର୍ତ୍ତମାନର ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ବିଳମ୍ବିତ ହେଉଛି। ଏହାକୁ ନେଇ ଭାଜପାର ଶୀର୍ଷ ନେତୃତ୍ୱ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମଧ୍ୟରେ ଅଚଳାବସ୍ଥା ଲାଗିରହିଛି। ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୩ ଜାନୁଆରୀରେ ଶେଷ ହେବାକୁ ଥିବାବେଳେ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ୨୦୨୪ ଜୁନ୍ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଇତିମଧ୍ୟରେ ବର୍ଷେ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ହୋଇପାରି ନାହିଁ। ୨୦୧୯ରେ ଅମିତ୍ ଶାହା ଦଳ ଅଧ୍ୟକ୍ଷ ଥାଇ ଜେ.ପି. ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା ଏବଂ ୨୦୨୦ ଜାନୁଆରୀରେ ତାଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପଦୋନ୍ନତି ଦିଆଯାଇଥିଲା। ୨୦୨୪ ଜୁନ୍ରେ ମଧ୍ୟ ଅନୁରୂପ ଭାବେ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇପାରିଥାନ୍ତା ବୋଲି ଦଳର କେତେଜଣ ନେତା କହିଛନ୍ତି।
ଭାଜପା ଅଧ୍ୟକ୍ଷ ମନୋନୟନ ନେଇ ଆର୍ଏସ୍ଏସ୍ ନିଜ ମତାମତ ଦେଇସାରିଥିବା ଏହାର କାର୍ଯ୍ୟକର୍ତ୍ତା କହିଛନ୍ତି। ସଂଘ ବାଢ଼ିଥିବା ସର୍ତ୍ତ ଅନୁଯାୟୀ, ପରବର୍ତ୍ତୀ ଅଧ୍ୟକ୍ଷ ସାଂଗଠନିକ ଦୃଷ୍ଟିରୁ ସୁଦୃଢ଼ ହୋଇଥିବେ ଏବଂ ନିଯୁକ୍ତି ଜରିଆରେ ରାଜନୈତିକ ବାର୍ତ୍ତା ଦେବାକୁ ପ୍ରାଥମିକତା ଦେଉ ନ ଥିବେ। ଏଥିସହିତ ସରକାରରେ ଅଦଳବଦଳ ସମେତ ସାଂଗଠନିକ ପରିବର୍ତ୍ତନ ପାଇଁ ଆର୍ଏସ୍ଏସ୍ ଚାହୁଁଛି। ଜୁଲାଇ ୪ରେ ଦିଲ୍ଲୀରେ ଆର୍ଏସ୍ଏସ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି, ଯେଉଁଥିରେ ଏହାର ମୁଖ୍ୟ ମୋହନ ଭାଗବତ, ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ଏବଂ ୬ ଜଣ ଯୁଗ୍ମ ସାଧାରଣ ସମ୍ପାଦକ ଯୋଗଦେବେ। ପରବର୍ତ୍ତୀ ଅଧ୍ୟକ୍ଷ ଚୟନ ଚୂଡ଼ାନ୍ତ କରିବା ନେଇ ଏହି ବୈଠକରେ ଭାଜପା ନେତୃତ୍ୱ ଆର୍ଏସ୍ଏସ୍ ନେତାମାନଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ନୂଆ ଅଧ୍ୟକ୍ଷ ଦଳରେ ବଡ଼ ଧରଣର ପରିବର୍ତ୍ତନ କରିବେ। ବର୍ତ୍ତମାନର ସାଧାରଣ ସମ୍ପାଦକମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକଙ୍କୁ ବାଦ୍ ଦିଆଯାଇ ସେମାନଙ୍କ ସ୍ଥାନରେ ଯୁବ ନେତୃତ୍ୱଙ୍କୁ ସୁଯୋଗ ଦିଆଯିବ ବୋଲି ଭାଜପାର ବରିଷ୍ଠ ନେତା କହିଛନ୍ତି। ଆଗକୁ କେତେକ ପ୍ରମୁଖ ରାଜ୍ୟରେ ନିର୍ବାଚନ ଥିବାରୁ ସଂଗଠନକୁ ମଜଭୁତ କରିବା ଲାଗି ପ୍ରଭାବଶାଳୀ ନେତାଙ୍କୁ ଭାଜପା ସଂସଦୀୟ ବୋର୍ଡରେ ସାମିଲ କରାଯିବ। ତେବେ ଅଧ୍ୟକ୍ଷ ଚୟନକୁ ନେଇ ଏପର୍ଯ୍ୟନ୍ତ ଭାଜପା ନେତୃତ୍ୱ ଏବଂ ଆର୍ଏସ୍ଏସ୍ ମଧ୍ୟରେ ସହମତି ହୋଇପାରି ନାହିଁ। ବର୍ତ୍ତମାନ ସୁଦ୍ଧା ମାତ୍ର ୧୪ ରାଜ୍ୟରେ ଭାଜପାର ସାଂଗଠନିକ ନିର୍ବାଚନ ଶେଷ ହୋଇଛି।
The post ଭାଜପା ଅଧ୍ୟକ୍ଷ ଚୟନ ପାଇଁ ଚାଲିଛି କସରତ: ଆରଏସ୍ଏସ୍ ପାଖରେ ଅଟକିଛି ପେଞ୍ଚ appeared first on Dharitri Odia News.