ହାଇକୋର୍ଟଙ୍କ ଦୁଇଟି ଆଦେଶନାମାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଦ୍ୱନ୍ଦ୍ୱ

କେସିଙ୍ଗା,୩୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ୧୧ ଜଣ ଓ୍ବାର୍ଡମେମ୍ବର ଜିଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଦାବି କରିଥିଲେ। ଏହି କ୍ରମରେ ଜିଲା ପ୍ରଶାସନ ଶ୍ରୀମତୀ ସୁନାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ନଭେମ୍ବର ୨୮ ଧାର୍ଯ୍ୟ କରିଥିଲା। ଏହା ପୂର୍ବରୁ ସରପଞ୍ଚ ଶ୍ରୀମତୀ ସୁନା ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଏକ ରିଟ୍‌ ପିଟିଶନ ଦାୟର […] The post ହାଇକୋର୍ଟଙ୍କ ଦୁଇଟି ଆଦେଶନାମାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଦ୍ୱନ୍ଦ୍ୱ appeared first on Dharitri Odia News.

ହାଇକୋର୍ଟଙ୍କ ଦୁଇଟି ଆଦେଶନାମାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଦ୍ୱନ୍ଦ୍ୱ

କେସିଙ୍ଗା,୩୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ୧୧ ଜଣ ଓ୍ବାର୍ଡମେମ୍ବର ଜିଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଦାବି କରିଥିଲେ। ଏହି କ୍ରମରେ ଜିଲା ପ୍ରଶାସନ ଶ୍ରୀମତୀ ସୁନାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ନଭେମ୍ବର ୨୮ ଧାର୍ଯ୍ୟ କରିଥିଲା। ଏହା ପୂର୍ବରୁ ସରପଞ୍ଚ ଶ୍ରୀମତୀ ସୁନା ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଏକ ରିଟ୍‌ ପିଟିଶନ ଦାୟର କରିଥିଲେ। ରିଟ୍‌ ପିଟିଶନ- ଡବ୍ଲ୍ୟୁପି (ସି) ନଂ ୨୯୨୮୯ ଅଫ ୨୦୨୪କୁ ଖାରଜ କରି ଗତ ତା. ୨୬. ୧୧. ୨୦୨୪ରେ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଆଦେଶନାମା ଦେଇଥିଲେ। ଏହାକୁ ଆଧାର କରି ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସାରି ଅନାସ୍ଥା ପ୍ରସ୍ତାବ ପାଇଁ ଧାର୍ଯ୍ୟ ତାରିଖରେ ନର୍ଲା ତହସିଲଦାର ବଳଦେବ ବେହେରାଙ୍କୁ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗତ ୨୮ ନଭେମ୍ବର ମାସରେ ନର୍ଲା ତହସିଲଦାର ବାଲସି ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଭୋଟିଂ କରିଥିଲେ। ଏହି ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ୧୧ ଜଣ ଓ୍ବାର୍ଡମେମ୍ବର ସରପଞ୍ଚଙ୍କ ବିପକ୍ଷରେ ଭୋଟ୍‌ ଦେଇଥିବା ନେଇ ଘୋଷଣା ହେବା ପରେ ବିଳମ୍ବରେ ମାନ୍ୟବର ହାଇକୋର୍ଟରୁ ୨୮ ତାରିଖରେ ଏକ ରିଭ୍ୟୁ ପିଟିଶନକୁ ବିଚାର କରି ଆସନ୍ତା ଡିସେମ୍ବର ୭ରେ ଶୁଣାଣି କରିବା ପାଇଁ ଆଦେଶନାମା ଜାରି କରିଥିବାରୁ ଜନସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ତେବେ ସରପଞ୍ଚଙ୍କ ବିରୋଧ ୧୨ଜଣ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ମଧ୍ୟରୁ ଯେଉଁ ୧୧ଟି ଭୋଟ୍‌ ଦେଇଛନ୍ତି, ତାହା କେତେଦୂର କାର୍ଯ୍ୟ କରିହେବ ତାହାକୁ ନେଇ ଅଞ୍ଚଳବାସିନ୍ଦାଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜୁଥିବାର ଦେଖାଯାଉଛି।

The post ହାଇକୋର୍ଟଙ୍କ ଦୁଇଟି ଆଦେଶନାମାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଦ୍ୱନ୍ଦ୍ୱ appeared first on Dharitri Odia News.