ଖୁବ ଶୀଘ୍ର ରତ୍ନଭଣ୍ଡାରର ମରାମତି କାମ ହେବ: ଆଇନ ମନ୍ତ୍ରୀ

ଭୁବନେଶ୍ଵର: ରତ୍ନଭଣ୍ଡାର ଖୋଲାଗଲା ପରେ ଅସ୍ଥାୟୀ ଜାଗାକୁ ସ୍ଥାନାନ୍ତରିତ ହୋଇ ସାରିଛି ମହାପ୍ରଭୂଙ୍କ ସମସ୍ତ ରତ୍ନ ଅଳଙ୍କାର।  ଏବେ ଖୁବ ଶୀଘ୍ର ରତ୍ନଭଣ୍ଡାରର ମରାମତି କାମ ହେବ। ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ପରେ ମରାମତି କାମ କରିବ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ(ଏଏସଆଇ)। ଏଏସଆଇ ପକ୍ଷରୁ ପ୍ରଥମେ ରତ୍ନଭଣ୍ଡାରର ଅନୁଧ୍ୟାନ କରାଯିବ। ମରାମତି ପରେ ରତ୍ନଭଣ୍ଡାରକୁ ସମସ୍ତ ଅଳଙ୍କାର ଅଣାଯିବା। ଏହା ପରେ  ଗଣତି ମଣତି କରାଯିବ। Also read: ରତ୍ନଭଣ୍ଡାର ଖୋଲାଗଲା ପରେ କେମିତି ଥିଲା ଭିତରର ବାତାବରଣ, ବଖାଣିଲେ ତଦାରଖ କମିଟିର ଅଧ୍ୟକ୍ଷସୂଚନାଯୋଗ୍ୟ, ୧୮ ତାରିଖରେ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା। ଏଥିପାଇଁ ପାଖାପାଖି ୭ ଘଣ୍ଟା ସମୟ ଲାଗିଥିଲା। ଭିତରେ ତିନୋଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ଦୁଇଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା। ସମସ୍ତ ଆଲମାରୀ ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର ହୋଇଥିଲା। ଯେଉଁ ସିନ୍ଦୁକରେ ଯେମିତି ଯାହା ଥିଲା, ସେମିତି କ୍ରମରେ ହିଁ ରଖାଯାଇଥିଲା। ଏସଓପି ଅନୁଯାୟୀ, ସମସ୍ତ ନୂଆ କଣ୍ଟେନରରେ ତାଲା ପକାଯାଇଥିଲା।ଏହା ପୂର୍ବରୁ ଜୁଲାଇ ୧୪ ତାରିଖରେ ଦୀର୍ଘ ୪୬ ବର

ଖୁବ ଶୀଘ୍ର ରତ୍ନଭଣ୍ଡାରର ମରାମତି କାମ ହେବ: ଆଇନ ମନ୍ତ୍ରୀ

ଭୁବନେଶ୍ଵର: ରତ୍ନଭଣ୍ଡାର ଖୋଲାଗଲା ପରେ ଅସ୍ଥାୟୀ ଜାଗାକୁ ସ୍ଥାନାନ୍ତରିତ ହୋଇ ସାରିଛି ମହାପ୍ରଭୂଙ୍କ ସମସ୍ତ ରତ୍ନ ଅଳଙ୍କାର।  ଏବେ ଖୁବ ଶୀଘ୍ର ରତ୍ନଭଣ୍ଡାରର ମରାମତି କାମ ହେବ। ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। 

ସେ କହିଛନ୍ତି, ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ପରେ ମରାମତି କାମ କରିବ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ(ଏଏସଆଇ)। ଏଏସଆଇ ପକ୍ଷରୁ ପ୍ରଥମେ ରତ୍ନଭଣ୍ଡାରର ଅନୁଧ୍ୟାନ କରାଯିବ। ମରାମତି ପରେ ରତ୍ନଭଣ୍ଡାରକୁ ସମସ୍ତ ଅଳଙ୍କାର ଅଣାଯିବା। ଏହା ପରେ  ଗଣତି ମଣତି କରାଯିବ। 

Also read: ରତ୍ନଭଣ୍ଡାର ଖୋଲାଗଲା ପରେ କେମିତି ଥିଲା ଭିତରର ବାତାବରଣ, ବଖାଣିଲେ ତଦାରଖ କମିଟିର ଅଧ୍ୟକ୍ଷ

ସୂଚନାଯୋଗ୍ୟ, ୧୮ ତାରିଖରେ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା। ଏଥିପାଇଁ ପାଖାପାଖି ୭ ଘଣ୍ଟା ସମୟ ଲାଗିଥିଲା। ଭିତରେ ତିନୋଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ଦୁଇଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା। ସମସ୍ତ ଆଲମାରୀ ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର ହୋଇଥିଲା। ଯେଉଁ ସିନ୍ଦୁକରେ ଯେମିତି ଯାହା ଥିଲା, ସେମିତି କ୍ରମରେ ହିଁ ରଖାଯାଇଥିଲା। ଏସଓପି ଅନୁଯାୟୀ, ସମସ୍ତ ନୂଆ କଣ୍ଟେନରରେ ତାଲା ପକାଯାଇଥିଲା।

ଏହା ପୂର୍ବରୁ ଜୁଲାଇ ୧୪ ତାରିଖରେ ଦୀର୍ଘ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ଏହି ଦିନ ରତ୍ନଭଣ୍ଡାର ଖୋଲା ଯାଇ ବାହାର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାନାନ୍ତର ହୋଇଥିଲା। ବାହାର ରତ୍ନଭଣ୍ଡାରର ତାଲା ଟ୍ରେଜେରୀରୁ ଅଣା ଯାଇଥିବା ଚାବିରେ ଖୋଲିଥିଲେ ହେଁ  ଭିତର ରତ୍ନଭଣ୍ଡାରରେ ଲାଗିଥିବା ୩ଟି ତାଲା ଚାବିରେ ଖୋଲି ନ ଥିଲା। ଏହାପରେ ତାଲା ଭାଙ୍ଗି ୧୧ ଜଣିଆ ଯାଞ୍ଚ କମିଟି ଭିତରକୁ ପ୍ରବେଶ କରିଥିଲେ।