ଲୋକେ ଆପଣଙ୍କ ବ୍ୟବହାରକୁ ଗ୍ରହଣ କରିବେ, ଭାଷଣକୁ ନୁହେଁ: ପ୍ରଧାନମନ୍ତ୍ରୀ
ସମାଜ ଡିଜିଟାଲ ଡେସ୍କ: ଜଣେ ନେତା ସେତେବେଳେ ନେତା ପାଲଟେ, ଯେତେବେଳେ ସେ ଯାହା କୁହେ ତାହା ନିଜେ ଅଭ୍ୟାସ କରେ ଏବଂ ଜନସାଧାରଣଙ୍କ ସମସ୍ୟାକୁ ବୁଝିପାରେ। ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ ପ୍ରଧାନମନ୍ତ୍ରୀ ଦେଶର ପରୀକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେବା ସମୟରେ ଏହା କହିଛନ୍ତି। ମୋଦୀ କହିଛନ୍ତି, ସମ୍ମାନ କେବେ ବି ଦାବି କରାଯାଇ ପାରିବ ନାହିଁ। ଆପଣମାନଙ୍କୁ ପ୍ରଥମେ ନିଜକୁ ପରିବର୍ତ୍ତନ କରିବାକୁ ହେବ ଏବଂ ଆପଣଙ୍କ ବ୍ୟବହାର […]

ସମାଜ ଡିଜିଟାଲ ଡେସ୍କ: ଜଣେ ନେତା ସେତେବେଳେ ନେତା ପାଲଟେ, ଯେତେବେଳେ ସେ ଯାହା କୁହେ ତାହା ନିଜେ ଅଭ୍ୟାସ କରେ ଏବଂ ଜନସାଧାରଣଙ୍କ ସମସ୍ୟାକୁ ବୁଝିପାରେ। ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ ପ୍ରଧାନମନ୍ତ୍ରୀ ଦେଶର ପରୀକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେବା ସମୟରେ ଏହା କହିଛନ୍ତି। ମୋଦୀ କହିଛନ୍ତି, ସମ୍ମାନ କେବେ ବି ଦାବି କରାଯାଇ ପାରିବ ନାହିଁ। ଆପଣମାନଙ୍କୁ ପ୍ରଥମେ ନିଜକୁ ପରିବର୍ତ୍ତନ କରିବାକୁ ହେବ ଏବଂ ଆପଣଙ୍କ ବ୍ୟବହାର ଆପଣଙ୍କ ପାଇଁ ସମ୍ମାନ ଆଣିଦେବ। ଲୋକମାନେ ଆପଣଙ୍କ ବ୍ୟବହାରକୁ ଗ୍ରହଣ କରିବେ, ସେମାନେ ଆପଣଙ୍କ ଭାଷଣକୁ ଗ୍ରହଣ କରିବେ ନାହିଁ।