ରାଜସ୍ବ ଅମଲା ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ
ଫୁଲବାଣୀ: ଫୁଲବାଣୀ ସମ୍ମନିତ ଆଦିବାସୀ ଜନଜାତି ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜସ୍ବ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଏବଂ ନୂତନ କର୍ମରକର୍ତ୍ତ ଚୟନ ଜିଲ୍ଲା ଅଧକ୍ଷ୍ୟ ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ମାନିତ ଅତିଥି ଭାବରେ ଓଡିଶା ରାଜସ୍ବ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ପରିଷଦ ଅଧକ୍ଷ୍ୟ […]
ଫୁଲବାଣୀ: ଫୁଲବାଣୀ ସମ୍ମନିତ ଆଦିବାସୀ ଜନଜାତି ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜସ୍ବ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଏବଂ ନୂତନ କର୍ମରକର୍ତ୍ତ ଚୟନ ଜିଲ୍ଲା ଅଧକ୍ଷ୍ୟ ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ମାନିତ ଅତିଥି ଭାବରେ ଓଡିଶା ରାଜସ୍ବ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ପରିଷଦ ଅଧକ୍ଷ୍ୟ ପ୍ରସନ୍ନ କୁମାର ନାୟକ, ସଂଗଠନ ସମ୍ପାଦକ ରାମାକାନ୍ତ ସାହୁ, ରାଜ୍ୟ କୋଷାଧ୍ୟକ୍ଷ କିର୍ତ୍ତୀ ରଞ୍ଜନ ପ୍ରଧାନ, ଦାକ୍ଷିଣାଞ୍ଚଳ ଖଣ୍ଡିୟ ସଭାପତି କୈଳାଶ ଚନ୍ଦ୍ର ଦାସ, କୋରାପୁଟ ଜିଲ୍ଲା ସମ୍ପାଦକ ନିତ୍ୟାନନ୍ଦ ଭତ୍ରା, ବୌଦ୍ଧ ଜିଲ୍ଲା ସଭାପତି ମାନସ ରଞ୍ଜନ ସେଠି, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅରୁଣ କୁମାର ମୁଦୁଲି, କଟକ ଜିଲ୍ଲାର ସମ୍ପାଦକ ସୂର୍ଯ୍ୟ କାନ୍ତ ପାଣି ପ୍ରମୁଖ ମଞ୍ଚାସୀନ ଥିଲେ।
ସଭା ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇ ଥିଲା ଓ ଜିଲ୍ଲା ସଂଘ କାର୍ଯ୍ୟକର୍ତ୍ତାଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ଜିଲ୍ଲା ସଭାପତି ଭାବେ ଗଣେଶ ନାୟକ, ଉପସଭାପତି କେ. ଗୌତମ ରାଓ (ବାଲିଗୁଡା ଉପଖଣ୍ଡ), ରୁପମ୍ବିକା ତ୍ରିପାଠୀ (ଫୁଲବାଣୀ ଉପଖଣ୍ଡ), ସମ୍ପାଦକ ସିମାଞ୍ଚଳ ପଣ୍ଡା, କୋଷାଧକ୍ଷ ସୁନୀତ କୁମାର ଦଳବେହେରା, ଯୁଗ୍ମ ସମ୍ପାଦକ ନିଖିଲ ଚନ୍ଦ୍ର ସାହା, ସଂଗଠନ ସମ୍ପାଦକ ବିଶ୍ବଜିତ ପଣ୍ଡା ଏବଂ କ୍ଷୀରାଦ୍ଦିତନୟା ଦିଗାଲଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଗଲା ଓ ଶେଷରେ ନୂତନ କର୍ମକର୍ତ୍ତାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ଶପଥପାଠ କରାଇଥିଲେ।