ଅଡିଟ ବେଳେ ନକଲି ସୁନା ବନ୍ଧକ ଧରାପଡ଼ିଲା

ଲୋଇସିଂହା,୩୦।୮(ସୁଶାନ୍ତ ବାରିକ): ନକଲି ସୁନା ବନ୍ଧକ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଋଣ ନାମରେ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ଘଟଣାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡାସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକଙ୍କୁ ପୋଲିସ ଗିରଫ କରିଛି । ଗିରଫ ପୂର୍ବତନ ଶାଖା ପରିଚାଳକ ହେଲେ ଅମରେନ୍ଦ୍ର ନାୟକ। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବଲାଙ୍ଗୀର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। […] The post ଅଡିଟ ବେଳେ ନକଲି ସୁନା ବନ୍ଧକ ଧରାପଡ଼ିଲା appeared first on Dharitri Odia News.

ଅଡିଟ ବେଳେ ନକଲି ସୁନା ବନ୍ଧକ ଧରାପଡ଼ିଲା

ଲୋଇସିଂହା,୩୦।୮(ସୁଶାନ୍ତ ବାରିକ): ନକଲି ସୁନା ବନ୍ଧକ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଋଣ ନାମରେ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ଘଟଣାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡାସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକଙ୍କୁ ପୋଲିସ ଗିରଫ କରିଛି । ଗିରଫ ପୂର୍ବତନ ଶାଖା ପରିଚାଳକ ହେଲେ ଅମରେନ୍ଦ୍ର ନାୟକ। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବଲାଙ୍ଗୀର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଚଳିତ ମାସରେ ବଲାଙ୍ଗୀର ରିଜିଓନାଲ ବ୍ୟାଙ୍କ ପକ୍ଷରୁ ଝାରମୁଣ୍ଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଅଡିଟ କରାଯାଇଥିଲା। ୨୦୨୪ ଜାନୁୟାରୀ ୨୫ ରୁ ୧୦ ଜୁଲାଇ ମଧ୍ୟରେ ବ୍ୟାଙ୍କରେ ବଡଧରଣର ଅନିୟମିତତା ହୋଇଥିବା ଅଡିଟ ଟିମ୍‌ର ନଜରକୁ ଆସିଥିଲା। ବ୍ୟାଙ୍କରେ ୧୧୬ ସୁନା ବନ୍ଧକ ମଧ୍ୟରୁ ୯ ଟି ନକଲି ସୁନା ବୋଲି ଅଡିଟ ଟିମ୍‌ ଜାଣିବାକୁ ପାଇଥିଲେ। ରୁପା ସଦୃଶ ଅଳଙ୍କାରକୁ ସୁନା ଦର୍ଶାଇ ୯ ଜଣଙ୍କୁ ୨୨ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛିା। ସେହିପରି ବିଶ୍ୱ ପ୍ରଭାତୀ, ମା’ ସନ୍ତୋଷୀ, ମା’ ଲକ୍ଷ୍ମୀ, ମା’ ସାବିତ୍ରୀ, ମା’ ସନ୍ତୋଷିନୀ, ଜୟ ମା’ ଲକ୍ଷ୍ମୀ, ଜୟ ମା’ ଦୁର୍ଗା ଏପରି ୧୯ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ଅଜାଣତରେ ୫୨ ଲକ୍ଷ ୩୦ ହଜାର ଟଙ୍କା ଉଠାଣ କରି ଆତ୍ମସାତ କରାଯାଇଛି। ଅମରେନ୍ଦ୍ର ନାୟକ ବ୍ୟାଙ୍କରେ ଶାଖା ପରିଚାଳକ ଥିବା ସମୟରେ ଏହିସବୁ ଅନିୟମିତତା ହୋଇଛି। ସୁନା ବନ୍ଧକ ଅନିୟମିତତାରେ ବ୍ୟାଙ୍କର ଯୁଗ୍ମ କଷ୍ଟିଡିଏନ ରମାକାନ୍ତ ସାହୁଙ୍କ ସମ୍ପୃକ୍ତି ମଧ୍ୟ ରହିଥିବା ଅଡିଟ ଟିମ୍‌ ସନ୍ଦେହ କରିଛନ୍ତି। ବନ୍ଧକ ସୁନା ଶାଖା ପରିଚାଳକ ଏବଂ ଯୁଗ୍ମ କଷ୍ଟିଡିଏନଙ୍କ ସୁରକ୍ଷାରେ ରହିଥାଏ। ଅଡିଟ ଟିମ୍‌ ଏହି ଅନିୟମିତତା ସମ୍ପର୍କରେ ଦୃଷ୍ଟି ଆକଷଁଣ କରିବା ପରେ ଗତ ୨୭ ତାରିଖରେ ବଲାଙ୍ଗୀର ରିଜିଓନାଲ ମ୍ୟାନେଜର ଦେବେଶ ରଞ୍ଜନ ଧର ଲୋଇସିଂହା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଲୋଇସିଂହା ଥାନାରେ ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାୟୀ ଦଫା ୩୧୬(୫), ୩୨୦, ୩୧୮(୩), ୩(୫) ରେ ମାମଲା (ନଂ୨୯୩।୨୪) ରୁଜୁ ହୋଇଛି। ସୂଚନାଯୋଗ୍ୟ, ବଲାଙ୍ଗୀର ରିଜିଓନାଲ ବ୍ୟାଙ୍କର ଦୁଇ ଜଣ ଅଧିକାରୀ ପ୍ରାୟ୧୫ ଦିନ ଧରି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଅଡିଟ କରିଥିଲେ। ଏହି ଘଟଣା ନେଇ ଗ୍ରାହକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post ଅଡିଟ ବେଳେ ନକଲି ସୁନା ବନ୍ଧକ ଧରାପଡ଼ିଲା appeared first on Dharitri Odia News.