ମୁଚେରଲାର ଅଙ୍ଗଦାନ
ଅଙ୍ଗଦାନର ଗୁରୁତ୍ୱ ଉପଲବ୍ଧି କରିଛନ୍ତି ତେଲଙ୍ଗାନାର ମୁଚେରଲା ଗ୍ରାମବାସୀ। ହନୁମାକୋଣ୍ଡା ଜିଲାର ଏହି ଗାଁର ୫୦୦ ଅଧିବାସୀ ସେମାନଙ୍କ ମୃତ୍ୟୁପରେ ଚକ୍ଷୁଦାନ କରିବା ପାଇଁ ସଙ୍କଳ୍ପ ନେଇଛନ୍ତି। ଗାଁର ବାସିନ୍ଦା ମଣ୍ଡଲା ରବିନ୍ଦରଙ୍କ ପ୍ରେରଣା ଓ ସଚତନତା ଯୋଗୁ ଏହା ସମ୍ଭବ ହୋଇଛି। ଏଭଳି ପ୍ରଶଂସନୀୟ ପଦକ୍ଷେପ ଅନ୍ୟତ୍ର ଗ୍ରହଣ କରାଯାଇପାରିଲେ ଭାରତରେ ଚକ୍ଷୁଦାନ ହାର ଯଥେଷ୍ଟ ବୃଦ୍ଧି ପାଇପାରନ୍ତା। ଉଲ୍ଲେଖନୀୟ ଯେ, ଭାରତରେ କର୍ନିଆ ବା ସ୍ବଚ୍ଛପଟଳ କ୍ଷତି ଯୋଗୁ ଦୃଷ୍ଟିଶକ୍ତି ହ୍ରାସ ପାଇଥିବା ପାଖାପାଖି […] The post ମୁଚେରଲାର ଅଙ୍ଗଦାନ appeared first on Dharitri Odia News.
ଅଙ୍ଗଦାନର ଗୁରୁତ୍ୱ ଉପଲବ୍ଧି କରିଛନ୍ତି ତେଲଙ୍ଗାନାର ମୁଚେରଲା ଗ୍ରାମବାସୀ। ହନୁମାକୋଣ୍ଡା ଜିଲାର ଏହି ଗାଁର ୫୦୦ ଅଧିବାସୀ ସେମାନଙ୍କ ମୃତ୍ୟୁପରେ ଚକ୍ଷୁଦାନ କରିବା ପାଇଁ ସଙ୍କଳ୍ପ ନେଇଛନ୍ତି। ଗାଁର ବାସିନ୍ଦା ମଣ୍ଡଲା ରବିନ୍ଦରଙ୍କ ପ୍ରେରଣା ଓ ସଚତନତା ଯୋଗୁ ଏହା ସମ୍ଭବ ହୋଇଛି। ଏଭଳି ପ୍ରଶଂସନୀୟ ପଦକ୍ଷେପ ଅନ୍ୟତ୍ର ଗ୍ରହଣ କରାଯାଇପାରିଲେ ଭାରତରେ ଚକ୍ଷୁଦାନ ହାର ଯଥେଷ୍ଟ ବୃଦ୍ଧି ପାଇପାରନ୍ତା। ଉଲ୍ଲେଖନୀୟ ଯେ, ଭାରତରେ କର୍ନିଆ ବା ସ୍ବଚ୍ଛପଟଳ କ୍ଷତି ଯୋଗୁ ଦୃଷ୍ଟିଶକ୍ତି ହ୍ରାସ ପାଇଥିବା ପାଖାପାଖି ୧୨ ଲକ୍ଷ ଲୋକ ଅଛନ୍ତି ଓ ପ୍ରତବର୍ଷ ଏଥିରେ ପ୍ରାୟ ୫୦ ହଜାର ଲୋକ ଯୋଡ଼ି ହେଉଛନ୍ତି। ଅପରପଟେ ଭାରତରେ ଅନେକ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଥିବାବେଳେ ସେମାନଙ୍କ ମଧ୍ୟରୁ ୩୦,୦୦୦ରୁ ୩୫,୦୦୦ ଲୋକ ଚକ୍ଷୁଦାନ କରୁଛନ୍ତି। ଏଣୁ ସମସ୍ୟା ଦୂର କରିବା ଲାଗି ପ୍ରତିବର୍ଷ ୧ ଲକ୍ଷ ଲୋକଙ୍କର ଚକ୍ଷୁ ପ୍ରତିରୋପଣର ଆବଶ୍ୟକତା ଥିବାବେଳେ ଏହାର ଅଧାରୁ କମ୍ ସଂଗ୍ରହ ହେବା ଚିନ୍ତାଜନକ ବୋଲି ଆଇ ବ୍ୟାଙ୍କ ଆସୋସିଏଶନ ଅଫ୍ ଇଣ୍ଡିଆ (ଇବିଏଆଇ) ତଥ୍ୟରୁ ଜଣାପଡ଼ିଛି। ଏହି ଅନୁଯାୟୀ ଆବଶ୍ୟକତା ପୂରଣ ପାଇଁ ପ୍ରତିବର୍ଷ ପାଖାପାଖି ୨ ଲକ୍ଷ କର୍ନିଆ ଦରକାର । ଅଙ୍ଗଦାନକୁ ମହତ କାର୍ଯ୍ୟ କହୁଥିବାବେଳେ, ସଚେତନ ହେବାକୁ ହେବ ଯେ ମୃତ ବ୍ୟକ୍ତିର ଚକ୍ଷୁ ଅତିଶୀଘ୍ର ନଷ୍ଟ ହୋଇଯାଇଥାଏ। ମୃତ୍ୟୁ ତତ୍କ୍ଷଣାତ୍ ପରେ ଅର୍ଥାତ୍ ୬ ଘଣ୍ଟା ମଧ୍ୟରେ ଯଦି ଆଖିକୁ ବଞ୍ଚତ୍ରହିବାର ସୁବିଧା ମିଳିପାରେ ତେବେ ତାହା ଅନ୍ୟଜଣେ ବ୍ୟବହାର କରିପାରିବ। ନଚେତ କର୍ନିଆର ଅଧୋଗତି ଘଟିବା ଆରମ୍ଭ ହୋଇଯାଏ। ଆଖିକୁ ଯେଭଳି ୬ ଘଣ୍ଟା ମଧ୍ୟରେ ବ୍ୟବହାର କରିବାର ନିୟମ ରହିଛି ସେହିଭଳି ହୃତ୍ପିଣ୍ଡ (ହାର୍ଟ)କୁ ୪ ଘଣ୍ଟା ଏବଂ କିଡ୍ନୀ ଭଳି ଅଙ୍ଗକୁ ୬ରୁ ୨୪ ଘଣ୍ଟା ମଧ୍ୟରେ ବଞ୍ଚେଇ ରଖିବାର ବ୍ୟବସ୍ଥା କରିବାକୁ ହେବ। ଏ ସମ୍ପର୍କରେ ଭାରତ ସରକାରଙ୍କ ଦ୍ୱାରା ସ୍ପଷ୍ଟ ଭାବେ ଆଇନ ପ୍ରସ୍ତୁତ କରାଯାଇଛି। ଯାହାର ନାମ ହେଉଛି ଟ୍ରାନ୍ସପ୍ଲାଣ୍ଟେଶନ ଅଫ୍ ହ୍ୟୁମାନ ଅର୍ଗାନ୍ସ ଆକ୍ଟ, ୧୯୯୪। ଏହି ଆଇନନ ସଂଶୋଧନ ୨୦୧୧ମସିହାରେ କରାଯାଇଥିଲା ବେଳେ ତାହା ୨୦୧୪ରେ କାର୍ଯ୍ୟକାରୀ ହୋଇଥିଲା। ଅଙ୍ଗକୁ ସୁରକ୍ଷିତ ଭାବେ ବଞ୍ଚେଇ ରଖିବା ପାଇଁ କେବଳ ତାହାର ଚରିତ୍ରକୁ ଡାକ୍ତରମାନେ ବୁଝିଥାଆନ୍ତି। ଯେଉଁସବୁ ଅଙ୍ଗକୁ ରକ୍ତପ୍ରବାହିତ ହୋଇଥାଏ ତାହାକୁ ଭାସ୍କୁଲାର ଅର୍ଗାନ କୁହାଯାଏ। କର୍ନିଆକୁ ଭାସ୍କୁଲାର ବୋଲି କୁହାଯାଇପାରିବ ନାହିଁ, ତାହାର ସୁରକ୍ଷା ଭିନ୍ନ ପ୍ରକାରରେ କରାଯାଏ। ସାଧାରଣତଃ, ପରିବାରବର୍ଗ ଦାନ କରୁଥିବା ଅଙ୍ଗକୁ ରୋଗୀକୁ ଦେବାରେ ସମସ୍ୟା ହୁଏ ନାହିଁ। କିନ୍ତୁ ଯେଉଁ ପ୍ରକାର ଅଙ୍ଗଦାନ ତେଲଙ୍ଗାନା ରାଜ୍ୟର ମୁଚେରଲା ଗ୍ରାମର ବାସିନ୍ଦାମାନେ କରିଛନ୍ତି, ତାହାକୁ ଆଲଟ୍ରୁଇଷ୍ଟିକ ଡୋନେଶନର ଆଖ୍ୟା ଦିଆଯାଇଥାଏ। ଏହାର ଅର୍ଥ ହେଲେ ଅଙ୍ଗ ପ୍ରଦାନକାରୀ ଜାଣନ୍ତି ନାହିଁ କେଉଁ ବ୍ୟକ୍ତିଙ୍କୁ ସେହି ଅଙ୍ଗ ଦିଆଗଲା। ଏହି କ୍ଷେତ୍ରରେ ବ୍ୟବସାୟିକ ହସ୍ତକ୍ଷେପ ପ୍ରବେଶ କରୁଥିବାରୁ ଟ୍ରାନ୍ସପ୍ଲାଣ୍ଟେଶନ ଅଫ୍ ହ୍ୟୁମାନ ଅର୍ଗାନ ଆକ୍ଟର ଭୂମିକା ଜଣାପଡ଼େ। ଏଥିସହିତ ଅନେକ ଘଟଣାରେ ଅଙ୍ଗଦାନ ପାଇଁ ଲିଖିତ ଆବେଦନ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁପରେ ତାଙ୍କର ନିକଟତମ ପରିବାରବର୍ଗଙ୍କର ସ୍ବୀକୃତି ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଯଦି ପରିବାରବର୍ଗ ମନା କରିବେ ତେବେ ପୂର୍ବରୁ କୁହାଯାଉଥିବା ଅଙ୍ଗଦାନ ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯାଇପାରିବ ନାହିଁ।
ଭାରତ କେବଳ ଏକ ଜନବହୁଳ ଦେଶ ନୁହେଁ, ଦାରିଦ୍ର୍ୟ ଯୋଗୁ ରକ୍ତଦାନଠାରୁ ଅଙ୍ଗଦାନ ପାଇଁ ଅର୍ଥ ଲୋଡ଼ା ଯିବା ଖବର ଅନେକ ସମୟରେ ଶୁଣିବାକୁ ମିଳେ। ଏଥିସହିତ କୋଲକାତାର ଆର୍ ଜି କର ହସ୍ପିଟାଲ ଭଳି ଭାରତର ଅନେକ ଘରୋଇ ଏବଂ ସରକାରୀ ଚିକିତ୍ସାଳୟରେ ଅଙ୍ଗ ଚୋରି ହେବା ଘଟଣା ପଦାକୁ ଆସୁଛି। ସେହିସବୁ ଅଙ୍ଗର ମୂଲ୍ୟ ଯେତେ ଅଧିକ ହେବା ସତ୍ତ୍ୱେ ତାହାକୁ କିଣିବା ପାଇଁ ଲୋକଙ୍କର ଧାଡ଼ି ଲାଗୁଛି। ସେହିଭଳି ରକ୍ତଦାନ ପାଇଁ ଅନେକ ଲୋକ ବିଭିନ୍ନ ବ୍ଲଡ୍ କ୍ୟାମ୍ପ ବା ରକ୍ତଦାନ ଶିବିରକୁ ଦେଶପ୍ରେମରେ ମୋହିତ ହୋଇ ଆଗେଇ ଆସନ୍ତି। ସାଧାରଣରେ ଏହିସବୁ ବିଷୟରେ ଆମ୍ଭେମାନେ ଅଶିକ୍ଷିତ ହୋଇଥିବାରୁ କେହି ଜଣେ ପଚାରନ୍ତି ନାହିଁ ସଂଗୃହୀତ ରକ୍ତକୁ କେଉଁ ସ୍ଥାନରେ ଏବଂ କିପରି ଆକାରରେ ସଂରକ୍ଷିତ ରଖାଯିବ। ଅନେକ ଘରୋଇ ସଂସ୍ଥା ରକ୍ତଦାନ ଶିବିରର ଆୟୋଜନ କରି ବିଭିନ୍ନ ବ୍ଲଡ୍ ଗ୍ରୁପ୍ର ରକ୍ତ ଏକାଠି କରନ୍ତି। ପରବର୍ତ୍ତୀ ସମୟରେ ସେହି ରକ୍ତ କିଏ ନେଲା ତାହାର ଖୋଜଖବର କରିବା ପାଇଁ ସମ୍ପୃକ୍ତ ଦାନ କରିଥିବା ବ୍ୟକ୍ତିମାନେ ଚେଷ୍ଟା କରନ୍ତି ନାହିଁ। ତଥାପି ପ୍ରାୟ ଅଧିକାଂଶ ବ୍ଲଡ୍ବ୍ୟାଙ୍କରେ ଖୋଜିଲା ବେଳକୁ ଉପଯୁକ୍ତ ଗ୍ରୁପ୍ର ରକ୍ତ ମିଳେନାହିଁ। ରକ୍ତର ଅଭାବ ଆମ ଦେଶରେ ସବୁଆଡ଼େ ଏବଂ ସବୁବେଳେ ପଡ଼ିଥାଏ। ତାହାର ଏକମାତ୍ର କାରଣ ହେଉଛି ରକ୍ତଦାନ ଶିବିର କରାଉଥିବା ସଂସ୍ଥାଗୁଡ଼ିକ ସେହିସବୁ ସଂଗୃହୀତ ରକ୍ତକୁ ଦଲାଲମାନଙ୍କୁ ବହୁ ଲାଭରେ ବିକିଦିଅନ୍ତି। ଭାରତରେ ପରିସ୍ଥିତି ଏପରି ହୋଇଛି ଯେ ଦେଶର ଆଭ୍ୟନ୍ତରୀଣ ରକ୍ତ ଚାହିଦା ମେଣ୍ଟିପାରୁ ନ ଥିବା ବେଳେ ଭାରତ ଏବେ ପୃଥିବୀର ଅନ୍ୟତମ ବୃହତ୍ ରକ୍ତ ରପ୍ତାନିକାରୀ ଦେଶ ଭାବେ ପରିଚିତ ହେଲାଣି। ଏହାସବୁ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଲାଭ ଦେଉଥିବା ବେଳେ ଜନସାଧାରଣଙ୍କ କ୍ଷତି ଘଟୁଛି।
ଭାରତରେ ଅଙ୍ଗଦାନ ଓ ପ୍ରତିରୋପଣ କ୍ଷେତ୍ରରେ ଶିଥିଳତା ଏବଂ ଅସମାନତା ଦେଖାଯାଇଛି। ଏକ ପରିସଂଖ୍ୟାନରୁ ଜଣାପଡ଼େ ଯେ, ୫ ଜଣ ଅଙ୍ଗଦାତାଙ୍କ ମଧ୍ୟରେ ୪ ଜଣ ମହିଳା ଥିବାବେଳେ ଅଙ୍ଗ ପ୍ରତିରୋପଣ କରାଯାଉଥିବା ୫ ଜଣଙ୍କ ଭିତରେ ୪ ଜଣ ପୁରୁଷ ଅଛନ୍ତି। ଉଲ୍ଲେଖନୀୟ ଯେ, ୨୦୨୪ ଫେବୃଆରୀ ପ୍ରଥମ ସପ୍ତାହରେ ଲୋକ ସଭାରେ ତତ୍କାଳୀନ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଏସ୍.ପି. ସିଂ ବଘେଲଙ୍କ ପ୍ରଦତ୍ତ ତଥ୍ୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରତିରୋପଣ ଅସମାନତାକୁ ସ୍ପଷ୍ଟ କରିଥିଲା। ଗତ ଏକ ଦଶନ୍ଧି ହେଲା ଭାରତରେ ପ୍ରତି ୧୦ ଲକ୍ଷରେ ସଦ୍ୟମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ପ୍ରତିଶତ ୧ରୁ କମ୍ ରହିଆସିଛି। ଜଣେ ମୃତକଙ୍କ ଅଙ୍ଗଦାନ ୮ଜଣଙ୍କ ଜୀବନ ବଞ୍ଚାଇପାରିବ। ହେଲେ ଭାରତରେ ଅଙ୍ଗଦାନ ସ୍ଥିତି ବିଶ୍ୱରେ ଦୁର୍ବଳ ଅଛି। ଭାରତୀୟ ଅଙ୍ଗଦାନ ସମ୍ପର୍କିତ ନୀତିନିୟମ ଜଟିଳ ବୋଲି ଲୋକଙ୍କ ଧାରଣା ରହିଛି। ଏହା ସହ ଅଙ୍ଗଦାନରେ ବାଧକ ସାଜୁଛି ରୂଢିବାଦୀ ଧର୍ମୀୟ ଭାବନା ଓ ଅନ୍ଧବିଶ୍ୱାସ । ଏସବୁ ଦୃଷ୍ଟିରୁ ସଚେତନତା କେବଳ ବଡ଼ ଅସ୍ତ୍ର ହୋଇପାରିବ ଯାହା ଦେଖାଯାଇଛି ମୁଚେରଲା ଗାଁରେ।
The post ମୁଚେରଲାର ଅଙ୍ଗଦାନ appeared first on Dharitri Odia News.