ସ୍ବାମୀଙ୍କ ପାଦ ଛୁଇଁ ଟ୍ରୋଲ ହେଉଛନ୍ତି ରୁପାଲି

ବମ୍ବେ: ଟେଲିପରଦାର ଲୋକପ୍ରିୟ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ‘ଅନୁପମା’ ଜରିଆରେ ଘରେ ଘରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜର ଅଭିନୟରେ ସେ ମହିଳାସଶକ୍ତିକରଣକୁ ପ୍ରୋତ୍ସାହିତ କରିଆସିଛନ୍ତି। ଦର୍ଶକେ ତାଙ୍କର ବଳିଷ୍ଠ ଅଭିନୟକୁ ପସନ୍ଦ କରିଥାନ୍ତି। ହେଲେ ଏବେ କିଛି ଘଟଣାକୁ ନେଇ ରୁପାଲିଙ୍କୁ ଟ୍ରୋଲ ହେବାକୁ ପଡ଼ୁଛି। ରୁପାଲିଙ୍କ ଏକ ଭିଡିଓ ଭାଇରାଲ ହେଉଛି। ବିମାନବନ୍ଦରରେ ସେ ସ୍ବାମୀ ଅଶ୍ୱିନ କେ ବର୍ମାଙ୍କ ପାଦ ଛୁଉଁଥିବା ଦେଖାଯାଇଛି। ତାଙ୍କ ସହ ପୁଅ ରୁଦ୍ରାଂଶ ମଧ୍ୟ […] The post ସ୍ବାମୀଙ୍କ ପାଦ ଛୁଇଁ ଟ୍ରୋଲ ହେଉଛନ୍ତି ରୁପାଲି appeared first on Dharitri Odia News.

ସ୍ବାମୀଙ୍କ ପାଦ ଛୁଇଁ ଟ୍ରୋଲ ହେଉଛନ୍ତି ରୁପାଲି

ବମ୍ବେ: ଟେଲିପରଦାର ଲୋକପ୍ରିୟ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ‘ଅନୁପମା’ ଜରିଆରେ ଘରେ ଘରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜର ଅଭିନୟରେ ସେ ମହିଳାସଶକ୍ତିକରଣକୁ ପ୍ରୋତ୍ସାହିତ କରିଆସିଛନ୍ତି। ଦର୍ଶକେ ତାଙ୍କର ବଳିଷ୍ଠ ଅଭିନୟକୁ ପସନ୍ଦ କରିଥାନ୍ତି। ହେଲେ ଏବେ କିଛି ଘଟଣାକୁ ନେଇ ରୁପାଲିଙ୍କୁ ଟ୍ରୋଲ ହେବାକୁ ପଡ଼ୁଛି।

ରୁପାଲିଙ୍କ ଏକ ଭିଡିଓ ଭାଇରାଲ ହେଉଛି। ବିମାନବନ୍ଦରରେ ସେ ସ୍ବାମୀ ଅଶ୍ୱିନ କେ ବର୍ମାଙ୍କ ପାଦ ଛୁଉଁଥିବା ଦେଖାଯାଇଛି। ତାଙ୍କ ସହ ପୁଅ ରୁଦ୍ରାଂଶ ମଧ୍ୟ ଅଛନ୍ତି। ଏହି ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି। କ’ଣ ପାଇଁ ସେ କ୍ୟାମେରା ସମ୍ମୁଖରେ ମୁଣ୍ଡିଆ ମାରିଲେ, ଘରେ ମାରି ଆସିପାରିଥାନ୍ତେ ବୋଲି ଅନେକେ ପ୍ରଶ୍ନ କରୁଛନ୍ତି।

The post ସ୍ବାମୀଙ୍କ ପାଦ ଛୁଇଁ ଟ୍ରୋଲ ହେଉଛନ୍ତି ରୁପାଲି appeared first on Dharitri Odia News.