ମୁଢି ବିକାଳିଙ୍କୁ ଟାଙ୍ଗିଆରେ ଆକ୍ରମଣ

ମୁଢି ମିଲ ମାଲିକ ନିଜ ଗାଁକୁ ମୁଢ଼ି ବିକିବାକୁ ନ ଆସିବା ପାଇଁ ପୂର୍ବରୁ ଅଭଲେଙ୍କୁ ବାରଣ କରିଥିଲେ।

ମୁଢି ବିକାଳିଙ୍କୁ ଟାଙ୍ଗିଆରେ ଆକ୍ରମଣ

ଜଣେ ମୁଢି ବିକାଳିକୁ ଟାଙ୍ଗିଆରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଦେଢ଼ଣମାଳ ଗାଁରେ ଏହି ଘଟଣା ଘଟିଛି। ମୁଢି ବିକାଳିକୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି। ଗୁରୁତର ମୁଢି ବିକାଳି ଜଣଙ୍କ ହେଲେ ଅଭଲେ ବିଶି l

ଆଜି ସକାଳେ ଘଣ୍ଟାପଡା ଗାଁର ଅଭଲେ ଦେଢ଼ଣମାଳ ଗାଁକୁ ମୁଢି ବିକିବାକୁ ଯାଇଥିଲେ। ତେବେ ସେହି ଗାଁରେ ଥିବା ଏକ ମୁଢି ମିଲ ମାଲିକ
ଅଭଲେକୁ ଗାଁରେ ମୁଢି ନବିକିବାକୁ ପୂର୍ବରୁ ବାରଣ କରିଥିଲେ। ଆଜି ପୁଣି ଥରେ ଅଭଲେ ଦେଢ଼ଣମାଳ ଗାଁକୁ ମୁଢ଼ି ବିକିବାକୁ ଯାଇଥିବା ବେଳେ ମୁଢି ମିଲ ମାଲିକ ତ୍ରିଲୋଚନ ମାଝୀ ଏହା ଦେଖି ଉତକ୍ଷିପ୍ତ ହୋଇପଡ଼ିଥିଲେ।

ବାରଣ କରିବା ସତ୍ତ୍ୱେ କାହିଁକି ଗାଁକୁ ମୁଢ଼ି ବାକୁ ଆସିଛ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ତ୍ରିଲୋଚନ  ଟାଙ୍ଗିଆ ଆଣି ଅଭଲେଙ୍କୁ ଆକ୍ରମଣ କରିଥିଲେ। ଗ୍ରମାବାସୀ ଅଭଲେଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।