ମୁଣ୍ଡରେ ବନ୍ଧୁକ ଲଗାଇ ଗ୍ରାହକ ସେବାକେନ୍ଦ୍ରରୁ ଟଙ୍କା ଲୁଟ
ସୁନ୍ଦରଗଡ଼ : ବନ୍ଧୁକ ମୁନରେ ଲୁଟ I ସୁନ୍ଦରଗଡ଼ ଜିଲା ଧାରୁଆଡିହି ଥାନା ସାଲେପାଲି ଗାଁର ଏସ୍ବିଆଇ ଗ୍ରାହକ ସେବା କେନ୍ଦ୍ରରୁ ସୋମବାର ମଧ୍ୟାହ୍ନରେ ଲୁଟ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଗ୍ରାହକ ସେବାକେନ୍ଦ୍ରରୁ ୩୦ ହଜାର ଟଙ୍କା ଦୁର୍ବୁତ୍ତ ଲୁଟି ନେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଏକ ନମ୍ବର ବିହୀନ ଆପଚୀ ବାଇକ୍ରେ ଦୁଇଜଣ ଯୁବକ ହେଲମେଟ୍ ପିନ୍ଧି ଗ୍ରାହକ ସେବାକେନ୍ଦ୍ରରେ ନିକଟରେ ପହଞ୍ଚି ଥିଲେ। ପରେ ସେମାନେ ସେବାକେନ୍ଦ୍ର ଭିତରକୁ ପଶି ଯାଇଥିଲେ। […]

ସୁନ୍ଦରଗଡ଼ : ବନ୍ଧୁକ ମୁନରେ ଲୁଟ I ସୁନ୍ଦରଗଡ଼ ଜିଲା ଧାରୁଆଡିହି ଥାନା ସାଲେପାଲି ଗାଁର ଏସ୍ବିଆଇ ଗ୍ରାହକ ସେବା କେନ୍ଦ୍ରରୁ ସୋମବାର ମଧ୍ୟାହ୍ନରେ ଲୁଟ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଗ୍ରାହକ ସେବାକେନ୍ଦ୍ରରୁ ୩୦ ହଜାର ଟଙ୍କା ଦୁର୍ବୁତ୍ତ ଲୁଟି ନେଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଏକ ନମ୍ବର ବିହୀନ ଆପଚୀ ବାଇକ୍ରେ ଦୁଇଜଣ ଯୁବକ ହେଲମେଟ୍ ପିନ୍ଧି ଗ୍ରାହକ ସେବାକେନ୍ଦ୍ରରେ ନିକଟରେ ପହଞ୍ଚି ଥିଲେ। ପରେ ସେମାନେ ସେବାକେନ୍ଦ୍ର ଭିତରକୁ ପଶି ଯାଇଥିଲେ। ସେଠାରେ ସେମାନେ ଧରିଥିବା ବନ୍ଧୁକ ବାହାର କରି ଅନିଲଙ୍କ ମୁଣ୍ଡରେ ଲଗାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏପରିକି ସେମାନେ କେନ୍ଦ୍ରରୁ ୩୦ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ କାହାରିକୁ ଗିରଫ କରିନଥବା ଜଣାପଡ଼ିଛି।
ସେହିପରି ଗତ ଡିସେମ୍ବର ମାସ କୁତ୍ରା ଅଞ୍ଚଳରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରୁ ବନ୍ଧୁକ ମୁନରେ ୨ଲକ୍ଷ ତାଙ୍କ ଲୁଟ ହେବା ସହିତ କିଂଜିରୀକେଲା ସିକା ଜୋର ଅଞ୍ଚଳରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରୁ ୧ ଲକ୍ଷ ତାଙ୍କ ଲୁଟିବା ସହିତ ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ I