ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ଡେଭିଡ୍ ଜନସନଙ୍କ ପରଲୋକ
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଟେଷ୍ଟ୍ କ୍ରିକେଟର୍ ଡେଭିଡ୍ ଜନସନଙ୍କ ୫୨ ବର୍ଷ ବୟସରେ ପରଲୋକ ଘଟିଛି। ବେଙ୍ଗାଲୁରୁସ୍ଥିତ ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ଥିବା ତାଙ୍କ ଫ୍ଲାଟ୍ର ବାଲ୍କୋନିରୁ ସେ ଖସିପଡ଼ିଥିଲେ। ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍କୁ ନିଆଯାଇଥିଲା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସ୍ସିଏ) ପକ୍ଷରୁ କୁହାଯାଇଛି। ଶେଷ ସମୟରେ ପତ୍ନୀ ଓ ଦୁଇ ସନ୍ତାନ ଉପସ୍ଥିତ ଥିଲେ। ଏହି ପୂର୍ବତନ ଦ୍ରୁତ ବୋଲର ୧୯୯୬ରେ […]

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଟେଷ୍ଟ୍ କ୍ରିକେଟର୍ ଡେଭିଡ୍ ଜନସନଙ୍କ ୫୨ ବର୍ଷ ବୟସରେ ପରଲୋକ ଘଟିଛି। ବେଙ୍ଗାଲୁରୁସ୍ଥିତ ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ଥିବା ତାଙ୍କ ଫ୍ଲାଟ୍ର ବାଲ୍କୋନିରୁ ସେ ଖସିପଡ଼ିଥିଲେ। ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍କୁ ନିଆଯାଇଥିଲା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସ୍ସିଏ) ପକ୍ଷରୁ କୁହାଯାଇଛି। ଶେଷ ସମୟରେ ପତ୍ନୀ ଓ ଦୁଇ ସନ୍ତାନ ଉପସ୍ଥିତ ଥିଲେ। ଏହି ପୂର୍ବତନ ଦ୍ରୁତ ବୋଲର ୧୯୯୬ରେ ଭାରତ ପାଇଁ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ସେଥିରୁ ସେ ୩ ୱିକେଟ୍ ମଧ୍ୟ ଅକ୍ତିଆର କରିଛନ୍ତି। ଘରୋଇ କ୍ରିକେଟ୍ରେ ଜନସନ୍ ୩୯ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚ୍ଗୁଡ଼ିକରୁ ସେ ୧୨୫ ୱିକେଟ୍ ମଧ୍ୟ ଅକ୍ତିଆର କରିଛନ୍ତି। ୧୯୯୫-୯୬ ରଣଜୀ ଟ୍ରଫିରେ କେରଳ ବିପକ୍ଷରେ ସେ ୧୫୨ରନ୍ ଦେଇ ସବୁ ୧୦ ୱିକେଟ୍ ଅକ୍ତିଆର କରିନେବା ତାଙ୍କ ଜୀବନର ସବୁଠୁ ବଡ଼ ସଫଳତା ଥିଲା। ଏହି ପ୍ରଦର୍ଶନ ବଳରେ ସେ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟତା ଅର୍ଜନ କରିଥିଲେ।