ବବି ଇସଲାମଙ୍କୁ ହତ୍ୟା ଧମକ

କଟକ : ଓଡ଼ିଆ ସିନେମା ନିର୍ଦେଶକ ସଂଘ ସଭାପତି ବବି ଇସଲାମଙ୍କୁ ହତ୍ୟା ଧମକ । ଅଜଣା ହ୍ଵାଟ୍ସଆପ କଲରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ବିବାଦୀୟ ଅଭିନେତା ମନୋଜ ମିଶ୍ରଙ୍କ ନାଁ ନେଇ କେହି ଜଣେ ତାଙ୍କୁ ହତ୍ୟା ଧମକ ଦେଇଛି । ଏନେଇ କଟକ ଦରଘାବଜାର ଥାନାରେ ଅଭିଯୋଗ କରିଛନ୍ତି ବବି ଇସଲାମ୍‌। ମନୋଜ ତାଙ୍କୁ ଧମକାଉଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବବି ଇସଲାମ । ଏହାପୂର୍ବରୁ ମନୋଜ ମିଶ୍ର ଓଡ଼ିଆ […]

ବବି ଇସଲାମଙ୍କୁ ହତ୍ୟା ଧମକ
ବବି ଇସଲାମଙ୍କୁ ହତ୍ୟା ଧମକ

କଟକ : ଓଡ଼ିଆ ସିନେମା ନିର୍ଦେଶକ ସଂଘ ସଭାପତି ବବି ଇସଲାମଙ୍କୁ ହତ୍ୟା ଧମକ । ଅଜଣା ହ୍ଵାଟ୍ସଆପ କଲରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ବିବାଦୀୟ ଅଭିନେତା ମନୋଜ ମିଶ୍ରଙ୍କ ନାଁ ନେଇ କେହି ଜଣେ ତାଙ୍କୁ ହତ୍ୟା ଧମକ ଦେଇଛି । ଏନେଇ କଟକ ଦରଘାବଜାର ଥାନାରେ ଅଭିଯୋଗ କରିଛନ୍ତି ବବି ଇସଲାମ୍‌। ମନୋଜ ତାଙ୍କୁ ଧମକାଉଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବବି ଇସଲାମ ।

ଏହାପୂର୍ବରୁ ମନୋଜ ମିଶ୍ର ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ବ୍ୟାସ କବି ଫକୀର ମୋହନଙ୍କ କାଳଜୟୀ ଲେଖା ରାଣ୍ଡିପୁଅ ଅନନ୍ତାକୁ ନେଇ ଦେଇଥିଲେ ବିଭ୍ରାନ୍ତିକର ମନ୍ତବ୍ୟ । ଏହି ଘଟଣା ପରେ ସେ ବିଭିନ୍ନ ଆଡୁ ଚାପର ଶିକାର ହୋଇଥିଲେ। ମନୋଜ ମିଶ୍ର ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା । ଏପରି କି ରବିବାର ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଥିଲା। ରବିବାର ରାତିରେ ଏ ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ସେ କ୍ଷମା ମାଗିଥିଲେ । ସେ କହିଥିଲେ ବ୍ୟାସ କବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ । ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ ତେବେ ସେଥିପାଇଁ ମୁଁ ଦୁଃଖିତ।