ରାଇଟର ବିପାଶା
ବିପାଶା ବସୁ ନିଜର ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ରସ୍ଥାନ ରଖିଥାଆନ୍ତି । ବର୍ତ୍ତମାନ ବିପାଶା ଅଭିନୟରୁ ବ୍ରେକ ନେଇ ନିଜ ଝିଅ ସହିତ ସମୟ କାଟୁଛନ୍ତି । ତେବେ ତାଙ୍କ ଫ୍ୟାନଙ୍କ ପାଇଁ ସେ କିଛି ଏକ୍ସସାଇଟିଂ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ବିପାଶା ନିଜର ସେଲ® ଡିସ୍କଭରୀକୁ ନେଇ ଏକ ବହି ଲେଖିବାକୁ ଯାଉଛନ୍ତି । ବିପାଶାଙ୍କ ଲାଇଫ୍ରେ ଏଭଳି ଅନେକ ଘଟଣା ଏହି କିଛି ଦିନ ଭିତରେ ଘଟିଛି ଯାହା […]

ବିପାଶା ବସୁ ନିଜର ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ରସ୍ଥାନ ରଖିଥାଆନ୍ତି । ବର୍ତ୍ତମାନ ବିପାଶା ଅଭିନୟରୁ ବ୍ରେକ ନେଇ ନିଜ ଝିଅ ସହିତ ସମୟ କାଟୁଛନ୍ତି । ତେବେ ତାଙ୍କ ଫ୍ୟାନଙ୍କ ପାଇଁ ସେ କିଛି ଏକ୍ସସାଇଟିଂ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ବିପାଶା ନିଜର ସେଲ® ଡିସ୍କଭରୀକୁ ନେଇ ଏକ ବହି ଲେଖିବାକୁ ଯାଉଛନ୍ତି । ବିପାଶାଙ୍କ ଲାଇଫ୍ରେ ଏଭଳି ଅନେକ ଘଟଣା ଏହି କିଛି ଦିନ ଭିତରେ ଘଟିଛି ଯାହା ତାଙ୍କ ପାଇଁ ଚାଲେଞ୍ଜିଂ ଥିଲା । ତେବେ ଏହି ଚାଲେଞ୍ଜକୁ ଫେସ୍ କରି ସେ କିଛି ନୂଆ ଖୁସି ମଧ୍ୟ ପାଇଛନ୍ତି । ତାଙ୍କର ଏହି ଆଡଭେଞ୍ଚରସ ଏକ୍ସପିରିଏନ୍ସକୁ ସେ ଦର୍ଶକଙ୍କ ସହିତ ବାଣ୍ଟିବାକୁ ଚାହୁଁଛନ୍ତି । ତେଣୁ ସେ ନିଜ ଲାଇଫ୍କୁ ନେଇ ଏହି ବହି ଲେଖିବାକୁ ଯାଉଛନ୍ତି । ଏହା ଉପରେ କାମ ମଧ୍ୟ ଆରମ୍ଭ ସରିଥିବା ବିପାଶା ପ୍ରକାଶ କରିଛନ୍ତି । ସେ ଏଥିପାଇଁ କିଛି ଟିମ୍ ବାଛିଛନ୍ତି ଯେଉଁମାନେ ଏହି ପ୍ରୋଜେକଫକୁ ନେଇ କାମ କରୁଛନ୍ତି । ଖୁବ ଶୀଘ୍ର ଏହା ଦର୍ଶକଙ୍କ ପାଖରେ ପହଞ୍ଚିବ ବୋଲି ବିପାଶା ମତ ଦେଇଛନ୍ତି । ୨୦୨୫ ସୁଦ୍ଧା ବିପାଶା ଏହି ବହିକୁ ରିଲିଜ୍ କରିବାକୁ ଯୋଜନା ରଖିଥିବା କହିଛନ୍ତି । ବିପାଶାଙ୍କୁ ଶେଷଥର ପାଇଁ ୨୦୨୦ରେ ଏକ ସିରିଜ୍ରେ ଦେଖିବାକୁ ମିଳିଥିଲା । ଖୁବ ଶୀଘ୍ର ସେ ନିଜ କାମକୁ ମଧ୍ୟ ଫେରିବେ ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।