ମୁମ୍ବାଇ ଆକ୍ରମଣ ଘଟଣାର ଷଡ଼ଯନ୍ତ୍ରକାରୀ ହାପିଜ ଅବଦୁଲ ରେମାନ ମକ୍କିର ମୃତ୍ୟୁ
ନୂଆଦିଲ୍ଲୀ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଷଡ଼ଯନ୍ତ୍ରକାରୀ ତଥା ଲସ୍କର-ଏ-ତାଇବା ଉପମୁଖ୍ୟ ହାଫିଜ ଅବଦୁଲ ରେହମାନ ମକ୍କିର ମୃତ୍ଯୁ ହୋଇଛି। ଶୁକ୍ରବାର(ଡିସେମ୍ବର ୨୭) ପାକିସ୍ତାନରେ ହୃଦ୍ଘାତରେ ମକ୍କିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ହେବ ମକ୍କିର ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଥିଲା। ସେ ଲାହୋରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲା। ଶୁକ୍ରବାର ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମେ ୨୦୧୯ରେ, ପାକିସ୍ତାନ ସରକାର ମକ୍କିକୁ ଗିରଫ କରି ଲାହୋରରେ ହାଉସ ଆରେଷ୍ଟ କରି ରଖିଥିଲେ। ୨୦୨୦ ମସିହାରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମ୍ପର୍କିତ ମାମଲାରେ ପାକିସ୍ତାନୀ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଜାନୁଆରୀ ୨୦୨୩, ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନସି) ମକ୍କିକୁ "ବିଶ୍ୱ ଆତଙ୍କବାଦୀ" ଘୋଷଣା କରିଥିଲା। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମକ୍କି ଆତଙ୍କବାଦୀମାନଙ୍କୁ ଆର୍ଥିକ ସହଯୋଗ ଯୋଗାଇଥିଲେ। ଫଳରେ ଆତଙ୍କବାଦୀମାନେ ଭାରତରେ ଆସି ନାରକୀୟ କାଣ୍ଡ ଘଟାଇଥିଲେ। ଯେଉଁଥିରେ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଓ ସେନା ଜବାବୀ ଆକ୍ରମଣରେ ୯ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ଆମୀର ଅଜମଲ କାସାବ ନାମକ ଏକ ଆତଙ୍କବାଦୀକୁ ଜୀବନ୍ତ ଧରା ଯାଇଥିଲା। ପରେ ତାକୁ ବି ଫାସୀ ଦିଆଯାଇଥିଲା। କେବଳ ମୁମ୍ବାଇ ଆକ୍ରମଣ ନୁହେ
ନୂଆଦିଲ୍ଲୀ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଷଡ଼ଯନ୍ତ୍ରକାରୀ ତଥା ଲସ୍କର-ଏ-ତାଇବା ଉପମୁଖ୍ୟ ହାଫିଜ ଅବଦୁଲ ରେହମାନ ମକ୍କିର ମୃତ୍ଯୁ ହୋଇଛି। ଶୁକ୍ରବାର(ଡିସେମ୍ବର ୨୭) ପାକିସ୍ତାନରେ ହୃଦ୍ଘାତରେ ମକ୍କିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ହେବ ମକ୍କିର ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଥିଲା। ସେ ଲାହୋରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲା। ଶୁକ୍ରବାର ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମେ ୨୦୧୯ରେ, ପାକିସ୍ତାନ ସରକାର ମକ୍କିକୁ ଗିରଫ କରି ଲାହୋରରେ ହାଉସ ଆରେଷ୍ଟ କରି ରଖିଥିଲେ। ୨୦୨୦ ମସିହାରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମ୍ପର୍କିତ ମାମଲାରେ ପାକିସ୍ତାନୀ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଜାନୁଆରୀ ୨୦୨୩, ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନସି) ମକ୍କିକୁ "ବିଶ୍ୱ ଆତଙ୍କବାଦୀ" ଘୋଷଣା କରିଥିଲା।
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମକ୍କି ଆତଙ୍କବାଦୀମାନଙ୍କୁ ଆର୍ଥିକ ସହଯୋଗ ଯୋଗାଇଥିଲେ। ଫଳରେ ଆତଙ୍କବାଦୀମାନେ ଭାରତରେ ଆସି ନାରକୀୟ କାଣ୍ଡ ଘଟାଇଥିଲେ। ଯେଉଁଥିରେ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଓ ସେନା ଜବାବୀ ଆକ୍ରମଣରେ ୯ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ଆମୀର ଅଜମଲ କାସାବ ନାମକ ଏକ ଆତଙ୍କବାଦୀକୁ ଜୀବନ୍ତ ଧରା ଯାଇଥିଲା। ପରେ ତାକୁ ବି ଫାସୀ ଦିଆଯାଇଥିଲା।
କେବଳ ମୁମ୍ବାଇ ଆକ୍ରମଣ ନୁହେଁ, ୨୦୦୦ ମସିହା ଡିସେମ୍ବର ୨୨ ତାରିଖରେ ଲାଲ୍ କିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ମକ୍କିର ସମ୍ପୃକ୍ତି ରହିଥିଲା। ୬ ଲସ୍କର ଆତଙ୍କବାଦୀ ଲାଲ୍ କିଲ୍ଲା ଜଗି ରହିଥିବା ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିଲେ। ତେଣୁ ମକ୍କି ଭାରତର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଥିଲା। ୨୦୧୮ରେ ମକ୍କିର ଆତଙ୍କବାଦୀ ସଂଗଠନ ଲସ୍କରର ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀର ବରିଷ୍ଠ ସାମ୍ବାଦିକ ଶୁଜାତ ବୁଖାରୀ ଓ ତାଙ୍କର ଦୁଇ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିଲେ।