ମୁମ୍ବାଇ ଆପାର୍ଟମେଣ୍ଟକୁ ୮୩ କୋଟି ଟଙ୍କାରେ ବିକିଲେ ଅମିତାଭ

ମୁମ୍ବାଇ: ମୁମ୍ବାଇ ଆଟାଲାଣ୍ଟିସ୍‌ରେ ଥିବା ନିଜର ଆପାର୍ଟମେଣ୍ଟକୁ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ୮୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଆପାର୍ଟମେଣ୍ଟର ବିକ୍ରି ନଥିର ତଥ୍ୟାନୁସାରେ, ଓଶିୱାରାର କ୍ରାଇଷ୍ଟାଲ୍‌ ଗ୍ରୁପ୍‌ ଦ୍ବାରା ନିର୍ମିତ ଏହି ଆପାର୍ଟମେଣ୍ଟ ପ୍ରକଳ୍ପ ୧.୫୫ ଏକର ଅଞ୍ଚଳରେ ପରିବ୍ୟାପ୍ତ। ଏଥିରେ ୪ ବି‌ଏଚ୍‌କେ, ୫ ବିଏଚ୍‌କେ ଓ ୬ ବିଏଚ୍‌କେ ଆପର୍ଟମେଣ୍ଟ ରହିଛି। ଏଥିରୁ ଏକ ଡୁପ୍ଲେକ୍ସ ଆପାର୍ଟମେଣ୍ଟକୁ ଏପ୍ରିଲ୍‌ ୨୦୨୧ରେ ଅମିତାଭ ୩୧ କୋଟି ଟଙ୍କା ବିନିମୟରେ କିଣିଥିଲେ। ଚଳିତ ବର୍ଷ […]

ମୁମ୍ବାଇ ଆପାର୍ଟମେଣ୍ଟକୁ ୮୩ କୋଟି ଟଙ୍କାରେ ବିକିଲେ ଅମିତାଭ

ମୁମ୍ବାଇ: ମୁମ୍ବାଇ ଆଟାଲାଣ୍ଟିସ୍‌ରେ ଥିବା ନିଜର ଆପାର୍ଟମେଣ୍ଟକୁ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ୮୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଆପାର୍ଟମେଣ୍ଟର ବିକ୍ରି ନଥିର ତଥ୍ୟାନୁସାରେ, ଓଶିୱାରାର କ୍ରାଇଷ୍ଟାଲ୍‌ ଗ୍ରୁପ୍‌ ଦ୍ବାରା ନିର୍ମିତ ଏହି ଆପାର୍ଟମେଣ୍ଟ ପ୍ରକଳ୍ପ ୧.୫୫ ଏକର ଅଞ୍ଚଳରେ ପରିବ୍ୟାପ୍ତ। ଏଥିରେ ୪ ବି‌ଏଚ୍‌କେ, ୫ ବିଏଚ୍‌କେ ଓ ୬ ବିଏଚ୍‌କେ ଆପର୍ଟମେଣ୍ଟ ରହିଛି। ଏଥିରୁ ଏକ ଡୁପ୍ଲେକ୍ସ ଆପାର୍ଟମେଣ୍ଟକୁ ଏପ୍ରିଲ୍‌ ୨୦୨୧ରେ ଅମିତାଭ ୩୧ କୋଟି ଟଙ୍କା ବିନିମୟରେ କିଣିଥିଲେ। ଚଳିତ ବର୍ଷ ଜାନୁଆରିରେ ଏହାକୁ ୮୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଫଳରେ ୪ ବର୍ଷରେ ଅମିତାଭ ଏହି ସମ୍ପତ୍ତିରୁ ୧୯୮ ପ୍ରତିଶତ ଲାଭ ପାଇ ପାରିଛନ୍ତି। ଏହି ଆପାର୍ଟମେଣ୍ଟର ୫୭୦୪ ବର୍ଗ ଫୁଟ ଅଞ୍ଚଳରେ କୋଠାଘର ରହିଛି। ଏହା ସହ ୬ଟି କାର୍‌ ରହିବା ଭଳି ପାର୍କିଂ ସ୍ଥାନ ରହିଛି। ଏହାର ବିକ୍ରି ପଞ୍ଜୀକରଣ ନିମନ୍ତେ ୪.୯୮ କୋଟି ଟଙ୍କା ଷ୍ଟାମ୍ପ୍‌ ଡ୍ୟୁଟି ଓ ୩୦ ହଜାର ଟଙ୍କା ପଞ୍ଜୀକରଣ ଖର୍ଚ୍ଚ ପ୍ରଦାନ କରାଯାଇଛି।