ଆମେଥିରେ ଶିକ୍ଷକ ପରିବାରକୁ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ

ଆମେଥି: ଉତ୍ତରପ୍ରଦେଶର ଆମେଥିରେ ଜଣେ ଶିକ୍ଷକ, ତାଙ୍କ ପତ୍ନୀ ଓ ୨ ଶିଶୁକନ୍ୟାଙ୍କୁ ଗୁରୁବାର ହତ୍ୟା କରାଯାଇଛି। ଏହି ବର୍ବର ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବର୍ମାକୁ ଆଜି ପୁଲିସ ଗିରଫ କରିଛି। ଚନ୍ଦନକୁ ଜେରା ଚାଲିଥିବା ବେଳେ ଫୋନ୍‌ରେ ସେପ୍ଟେମ୍ବର ୧୨ ତାରିଖର ଏକ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ର ସ୍କ୍ରିନସଟ୍‌ ପାଇଛି। ଏହି ସ୍କ୍ରିନସଟ୍‌ରେ ଲେଖାଯାଇଛି, ୫ ଜଣ ମରିବାକୁ ଯାଉଛନ୍ତି, ମୁଁ ଖୁବ୍‌ଶୀଘ୍ର ଏହା ଦେଖାଇବି। ପୁଲିସ ଅନୁଯାୟୀ, ଚନ୍ଦନ ବର୍ମାର ସ୍କ୍ରିନସଟ୍‌ ଏବଂ […]

ଆମେଥିରେ ଶିକ୍ଷକ ପରିବାରକୁ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ

ଆମେଥି: ଉତ୍ତରପ୍ରଦେଶର ଆମେଥିରେ ଜଣେ ଶିକ୍ଷକ, ତାଙ୍କ ପତ୍ନୀ ଓ ୨ ଶିଶୁକନ୍ୟାଙ୍କୁ ଗୁରୁବାର ହତ୍ୟା କରାଯାଇଛି। ଏହି ବର୍ବର ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବର୍ମାକୁ ଆଜି ପୁଲିସ ଗିରଫ କରିଛି। ଚନ୍ଦନକୁ ଜେରା ଚାଲିଥିବା ବେଳେ ଫୋନ୍‌ରେ ସେପ୍ଟେମ୍ବର ୧୨ ତାରିଖର ଏକ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ର ସ୍କ୍ରିନସଟ୍‌ ପାଇଛି। ଏହି ସ୍କ୍ରିନସଟ୍‌ରେ ଲେଖାଯାଇଛି, ୫ ଜଣ ମରିବାକୁ ଯାଉଛନ୍ତି, ମୁଁ ଖୁବ୍‌ଶୀଘ୍ର ଏହା ଦେଖାଇବି। ପୁଲିସ ଅନୁଯାୟୀ, ଚନ୍ଦନ ବର୍ମାର ସ୍କ୍ରିନସଟ୍‌ ଏବଂ ପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିଛି ଯେ ଚନ୍ଦନ ବର୍ମା ଶିକ୍ଷକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ଯୋଜନା କରିଥିଲା। ସେ ମଧ୍ୟ ହତ୍ୟାକାଣ୍ଡ ଘଟାଇବାର କିଛି ଘଣ୍ଟା ପୂର୍ବରୁ ଆମେଥିର ଏକ ପ୍ରସିଦ୍ଧ ମନ୍ଦିର ଯାଇଥିଲା। ଗୁଳିମାଡ଼ରେ ପ୍ରାଣ ହରାଇଥିବା ଶିକ୍ଷକ ହେଉଛନ୍ତି ସୁନୀଲ କୁମାର, ତାଙ୍କ ପତ୍ନୀ ପୁନମ ଭାରତୀ ଏବଂ ୨ ଝିଅ। ୨ ଝିଅଙ୍କ ବୟସ ଯଥାକ୍ରମେ ୧ ଏବଂ ୬। ଆମେଥି ସ୍ଥିତ ଭବାନୀ ନଗର ବାସଭବନରେ ସେମାନଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପରେ ଏହା ଜଣାପଡ଼ିଛି ଯେ ଭାରତୀ ଗତ ୨ ମାସ ତଳେ ଚନ୍ଦନ ବର୍ମା ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ଭାରତୀ ଚନ୍ଦନ ବର୍ମା ବିରୋଧରେ ରୁଜୁ କରିଥିବା ଏତଲାରେ ଦର୍ଶାଇଥିଲେ ଯେ ଅଗଷ୍ଟ ୧୮ ତାରିଖରେ ସେ ରାଏବରେଲିରେ ଏକ ହସ୍ପିଟାଲ୍‌ ଯାଇଥିଲେ। ସେ ସମୟରେ ବର୍ମା ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ସେ ଏହାର ବିରୋଧ କରିବାରୁ ଚନ୍ଦନ ବର୍ମା ତାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଚାପୁଡ଼ା ମାରିଥିଲା। ସେ ମଧ୍ୟ ଭାରତୀଙ୍କୁ ଧମକ ଦେଇ କହିଥିଲା ଯେ ଯଦି ସେ ଉକ୍ତ ଘଟଣା ସଂକ୍ରାନ୍ତରେ ପୁଲିସରେ ଜଣାନ୍ତି ତେବେ ତାକୁ ହତ୍ୟା କରାଯିବ।