ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯିବ ଆରୋଗ୍ୟମ ସେଣ୍ଟର – ସ୍ୱାସ୍ଥ୍ୟମନ୍ତ୍ରୀ
ବଲାଙ୍ଗୀର : ଆଜି ପାଳନ ରାଜ୍ୟରେ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି। ବଲାଙ୍ଗୀରରେ ଯୋଗ ଦିବସ ପାଳନ ଅବସରରେ ସେ କହିଛନ୍ତି, ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ଆରୋଗ୍ୟମ ସେଣ୍ଟର ଖୋଲିବ। ପ୍ରତି ଆରୋଗ୍ୟମ ସେଣ୍ଟରରେ ଯୋଗ ଶିକ୍ଷକ ରହିବେ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି। ଅନ୍ୟପଟେ ଖୁବ ଶୀଘ୍ର ବାଣୀବିହାର କ୍ୟାମ୍ପସରେ ପୁଣି କାର୍ଯ୍ୟକ୍ଷମ ହେବ ଯୋଗ ବିଭାଗ । ଏ ନେଇ […]

ବଲାଙ୍ଗୀର : ଆଜି ପାଳନ ରାଜ୍ୟରେ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି। ବଲାଙ୍ଗୀରରେ ଯୋଗ ଦିବସ ପାଳନ ଅବସରରେ ସେ କହିଛନ୍ତି, ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ଆରୋଗ୍ୟମ ସେଣ୍ଟର ଖୋଲିବ। ପ୍ରତି ଆରୋଗ୍ୟମ ସେଣ୍ଟରରେ ଯୋଗ ଶିକ୍ଷକ ରହିବେ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି।
ଅନ୍ୟପଟେ ଖୁବ ଶୀଘ୍ର ବାଣୀବିହାର କ୍ୟାମ୍ପସରେ ପୁଣି କାର୍ଯ୍ୟକ୍ଷମ ହେବ ଯୋଗ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଖୁବଶୀଘ୍ର ନିଷ୍ପତ୍ତିି ନିଆଯିବ ବୋଲି କହିଛନ୍ତି ସୂରଜ । କୌଣସି କାରଣ ପାଇଁ ଦୀର୍ଘଦିନ ହେବ ବନ୍ଦ ରହିଛି ବିଭାଗ । ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ ଦେଉଥିବାରୁ ପୁଣିଥରେ ବାଣୀବିହାରରେ ଯୋଗ ବିଭାଗ କାର୍ଯ୍ୟକ୍ଷମ ହେବ ବୋଲି କ୍ରୀଡ଼ାମନ୍ତ୍ରୀ ସୂଚନା ଦେଇଛନ୍ତି I
ସୂଚନାନୁସାରେ,ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଦିବସରେ ସାମିଲ ହୋଇ ଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ କଲେ ଶରୀର ସୁସ୍ଥ ରହିଥାଏ। ଯୋଗ ଗୋଟିଏ ଦିନ ନୁହେଁ ସବୁଦିନ କରିବା ଉଚିତ।