ମଣିପୁରରେ କୁକି ଉଗ୍ରପନ୍ଥୀଙ୍କ ଡ୍ରୋନ୍‌ ବୋମା ବ୍ୟବହାରରେ ୨ ଜଣଙ୍କ ମୃତ୍ୟୁ

ଇମ୍ଫାଲ: ମଣିପୁରରେ ଆଜି କୁକି ସଂପ୍ରଦାୟର ଉଗ୍ରପନ୍ଥୀଙ୍କ ଅଚାନକ ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତ ମହିଳାଙ୍କ ୧୩ ବର୍ଷର ଝିଅ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଏଥିସହ ଦୁଇ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ଆହତ ହୋଇଥିବା ଉଭୟ ପୁଲିସ କର୍ମୀ ବିପଦମୁକ୍ତ ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଉଗ୍ରପନ୍ଥୀମାନେ ଆଜି ଡ୍ରୋନ୍‌ […]

ମଣିପୁରରେ କୁକି ଉଗ୍ରପନ୍ଥୀଙ୍କ ଡ୍ରୋନ୍‌ ବୋମା ବ୍ୟବହାରରେ ୨ ଜଣଙ୍କ ମୃତ୍ୟୁ

ଇମ୍ଫାଲ: ମଣିପୁରରେ ଆଜି କୁକି ସଂପ୍ରଦାୟର ଉଗ୍ରପନ୍ଥୀଙ୍କ ଅଚାନକ ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତ ମହିଳାଙ୍କ ୧୩ ବର୍ଷର ଝିଅ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଏଥିସହ ଦୁଇ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ଆହତ ହୋଇଥିବା ଉଭୟ ପୁଲିସ କର୍ମୀ ବିପଦମୁକ୍ତ ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଉଗ୍ରପନ୍ଥୀମାନେ ଆଜି ଡ୍ରୋନ୍‌ ବୋମା ବ୍ୟବହାର କରିଥିଲେ। କାଙ୍ଗପୋକ୍ପିର ନାଖୁଜଙ୍ଗ ଗାଁରୁ ଇମ୍ଫାଲ ପଶ୍ଚିମର କାଡାଙ୍ଗବନ୍ଦ ଅଭିମୁଖେ ଅପରାହ୍ଣ ୨ଟା ୩୫ମିନିଟରେ ଗୁଳିଚାଳନା ଆରମ୍ଭ ହୋଇଥିଲା। ଏଥିରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ନାବାଳିକା ଝିଅ ଗୁରୁତର ଆହତ ହୋଇଛନ୍ତି। କାଡାଙ୍ଗବନ୍ଦର ବାସିନ୍ଦା କହିଛନ୍ତି ଯେ ଗୋଟିଏ ଡ୍ରୋନ୍‌ରୁ ଘର ଉପରେ ବୋମା ମଧ୍ୟ ପକାଯାଇଥିଲା। ଡ୍ରୋନରେ ବୋମା ଫିଙ୍ଗୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ବେଳେ ଲୋକମାନେ ଭୟରେ ଦୌଡ଼ୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଗତକାଲିଠାରୁ କୁକି-ଜୋ ସମ୍ପ୍ରଦାୟର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ପୁଣି ଉତ୍ତେଜନା ସରକାରଙ୍କ ଚିନ୍ତା ବଢ଼ାଇଛି। କୁକି-ଜୋ ସମ୍ପ୍ରଦାୟର ସଦସ୍ୟମାନେ ଏକ ସ୍ୱତନ୍ତ୍ର ପ୍ରଶାସନ ଦାବିରେ ତିନୋଟି ରାଲି କରିଛନ୍ତି, ଯେଉଁଥିରେ କେତେକ ଆପତ୍ତିଜନକ ମନ୍ତବ୍ୟ ଯୋଗୁଁ ଉତ୍ତେଜନା ବଢ଼ିଛି।