ହୋଟେଲ ଗୁଡି଼କରେ ଚେକିଂ କଡାକଡି
ଭୁବନେଶ୍ୱର : ଏଣିକି ସାବାଡ଼ ହେବେ ଅପରାଧୀ I ରାଜଧାନୀରେ ଥିବା ସମସ୍ତ ହୋଟେଲ ଗୁଡିକରେ ଚେକିଂକୁ କଡା କଡ଼ି କରିଛି କମିଶନରେଟ ପୋଲିସ I ରାଜଧାନୀର ଗଳିକନ୍ଦିରେ ଥିବା ବିଭିନ୍ନ ହୋଟେଲ ଓ ଲଜ୍ରେ କମିସନରେଟ ପୋଲିସ ପକ୍ଷରୁ କଡା ଚେକିଂ ଚାଲିଛି । ବିଳମ୍ବିତ ରାତିରେ ଏଭଳି ଚେକିଂ ଆରମ୍ଭ କରିଛି କମିଶନରେଟ ପୋଲିସ । ରାଜଧାନୀରେ ଡେରା ପକାଉଥିବା ଲୁଟେରା ଏବଂ ଠକଙ୍କୁ ଠାବ କରିବାକୁ ପ୍ରୟାସ କରାଯାଉଥିବା କମିଶନରେଟ ପୋଲିସ ପକ୍ଷରୁ […]

ଭୁବନେଶ୍ୱର : ଏଣିକି ସାବାଡ଼ ହେବେ ଅପରାଧୀ I ରାଜଧାନୀରେ ଥିବା ସମସ୍ତ ହୋଟେଲ ଗୁଡିକରେ ଚେକିଂକୁ କଡା କଡ଼ି କରିଛି କମିଶନରେଟ ପୋଲିସ I ରାଜଧାନୀର ଗଳିକନ୍ଦିରେ ଥିବା ବିଭିନ୍ନ ହୋଟେଲ ଓ ଲଜ୍ରେ କମିସନରେଟ ପୋଲିସ ପକ୍ଷରୁ କଡା ଚେକିଂ ଚାଲିଛି । ବିଳମ୍ବିତ ରାତିରେ ଏଭଳି ଚେକିଂ ଆରମ୍ଭ କରିଛି କମିଶନରେଟ ପୋଲିସ । ରାଜଧାନୀରେ ଡେରା ପକାଉଥିବା ଲୁଟେରା ଏବଂ ଠକଙ୍କୁ ଠାବ କରିବାକୁ ପ୍ରୟାସ କରାଯାଉଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ହୋଟେଲରେ ରହୁଥିବା ଅତିଥି ମାନଙ୍କର ସମ୍ପୂର୍ଣ୍ଣ ଡାଟା ଦେବାକୁ ସମ୍ପୃକ୍ତ ହୋଟେଲ ମାଲିକ ମାନଙ୍କୁ ତାଗିଦ କରାଯାଇଛି I ଏହାର ଖିଲାପ କଲେ ଆଇନ ଅନୁଯାୟୀ ଆକ୍ସନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ I
ଗତକାଲି ବିଳମ୍ବିତ ରାତିରେ କମିସନରେଟ୍ ପୋଲିସ ରାଜଧାନୀରେ ବହୁ ହୋଟେଲ୍, ଲଜ୍ ଓ ଗେଷ୍ଟ୍ ହାଉସ୍ ବୁଲି ଯାଞ୍ଚ କରିଛି । ଭୁବନେଶ୍ୱରର କ୍ୟାପିଟାଲ, ଖାରବେଳ ନଗର, ସହିଦନଗର, ଭରତପୁର, ଲକ୍ଷ୍ମୀସାଗର, ଖଣ୍ଡଗିରି, ବଡ଼ଗଡ଼, ନୟାପଲ୍ଲୀ ଆଦି ଥାନା ଅଞ୍ଚଳରେ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସ୍ରେ ଯାଞ୍ଚ୍ କରିଛି । ସେଫ ସିଟି ଡ୍ରାଇଭ ଅଭିଯାନରେ ରାତି ଅଧରେ ଏହି ହୋଟେଲ ଗୁଡିକୁ ଚେକିଂ କରାଯାଇଛି I
ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ସମସ୍ତ ରେଜିଷ୍ଟର ଚେକିଂ,ବୁକିଂ ଆଦିକୁ ଯାଞ୍ଚ କରିଛନ୍ତି ପୋଲିସ ଅଧିକାରୀ I ଏଥିସହ ସରାଇ ଆପ୍ ଜରିଆରେ ସମସ୍ତ ରହଣିର ଡାଟା ଦେବାକୁ ନିର୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି I ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଏଭଳି ପନ୍ଥା ଆପଣାଇଛି ପୋଲିସ । ସରାଇ ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଫୁ’କରିଦେଇଥିବାରୁ ଗ୍ୟାଙ୍ଗ୍ ସବୁ ରାଜଧାନୀରେ ସହଜରେ ଡେରା ପକାଇଥିଲେ । ତେଣୁ ଏଣିକି ସରାଇ ନିୟମକୁ କଡ଼ାକଡ଼ି କରି ରାଜଧାନୀରେ ଲୁଟେରା ଓ ଠକଙ୍କୁ ମଉକା ଦେବ ନାହିଁ ପୂର୍ବରୁ ସୂଚନା ଦେଇଥିଲେ ଡିସିପି ।