ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଭିଆରଏସ୍ ଅନୁମତି

ଭୁବନେଶ୍ୱର: ୧୯୯୦ ବ୍ୟାଚ ଆଇପିଏସ୍ ତଥା ପୂର୍ବତନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ଆଜି ଅନୁମତି ଦେଇଛନ୍ତି । ଫଳରେ ସେ ନିଜର ନୂଆ ଦାୟିତ୍ୱ ଆସନ୍ତା ସୋମବାର ଅପରାହ୍ନରୁ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ରାଜ୍ୟର ମୋହନ ମାଝୀ ସରକାର ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବିଜୁ ପଟ୍ଟନାୟକ […]

ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଭିଆରଏସ୍ ଅନୁମତି
ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଭିଆରଏସ୍ ଅନୁମତି

ଭୁବନେଶ୍ୱର: ୧୯୯୦ ବ୍ୟାଚ ଆଇପିଏସ୍ ତଥା ପୂର୍ବତନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ଆଜି ଅନୁମତି ଦେଇଛନ୍ତି । ଫଳରେ ସେ ନିଜର ନୂଆ ଦାୟିତ୍ୱ ଆସନ୍ତା ସୋମବାର ଅପରାହ୍ନରୁ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ରାଜ୍ୟର ମୋହନ ମାଝୀ ସରକାର ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ସେପ୍ଟେମ୍ବର ୨୭ତାରିଖରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଆଉ ଶ୍ରୀ ଷଡ଼ଙ୍ଗୀ ନିଜର ନୂଆ ଦାୟିତ୍ୱ ସମ୍ଭାଳିବା ପାଇଁ ସେପ୍ଟେମ୍ବର ୩୦ତାରିଖରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନିମନ୍ତେ ଆବେଦନ କରିଥିଲେ । ଅକ୍ଟୋବର ୭ତାରିଖ ପୂର୍ବାହ୍ନରୁ ତାଙ୍କୁ ଅବସର ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ରାଜ୍ୟ ସରକାର ସର୍ବଭାରତୀୟ ସେବା ରୁଲସ-୧୯୫୮ର ଉପଧାରା-୨ରେ ଥିବା ସର୍ତ୍ତାବଳୀକୁ କୋହଳ କରି ତାଙ୍କୁ ଚାକିରିରୁ ଅବସର ନେବାକୁ ଅନୁମତି ଦେଇଛନ୍ତି । ଏହାସହିତ ସେ ସର୍ବଭାରତୀୟ ସେବା ରୁଲସ-୧୯୫୮ର ପ୍ରାବଧାନ ଆଧାରରେ ସମସ୍ତ ଅବସରକାଳୀନ ସୁବିଧା ପାଇବାକୁ ହକଦାର ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।