୫୦୦ଟଙ୍କିଆ ନୋଟ୍ରେ ରହିବ ଶ୍ରୀରାମଙ୍କ ଫଟୋ! ୨୨ରେ ଜାରି କରିବ ଆରବିଆଇ
ନୂଆଦିଲ୍ଲୀ,୨୦।୧: ସବୁ ଅଶା ଆକାଂକ୍ଷାର ଅବସାନ ଘଟାଇ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର। ଏହାରି ଭିତରେ ଶ୍ରୀରାମଙ୍କ କମନୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆରବିଆଇ ପକ୍ଷରୁ ରାମଙ୍କ ପ୍ରତିମୂର୍ତ୍ତି ଥିବା ୫୦୦ଟଙ୍କିଆ ନୋଟ୍ ବଜାରକୁ ଆସିବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଖୁବ୍ ଲାଗି ରହିଛି। ମହାତ୍ମା ଗାନ୍ଧୀଙ୍କ ଫଟୋ ବଦଳରେ ଶ୍ରୀରାମଙ୍କ ଛବି ରଖାଯାଇଛି। ଏହି ସ୍ପତନ୍ତ୍ର ନୋଟ୍କୁ ରିଜର୍ଭ ବ୍ୟାଙ୍କ […] The post ୫୦୦ଟଙ୍କିଆ ନୋଟ୍ରେ ରହିବ ଶ୍ରୀରାମଙ୍କ ଫଟୋ! ୨୨ରେ ଜାରି କରିବ ଆରବିଆଇ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୧: ସବୁ ଅଶା ଆକାଂକ୍ଷାର ଅବସାନ ଘଟାଇ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର। ଏହାରି ଭିତରେ ଶ୍ରୀରାମଙ୍କ କମନୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆରବିଆଇ ପକ୍ଷରୁ ରାମଙ୍କ ପ୍ରତିମୂର୍ତ୍ତି ଥିବା ୫୦୦ଟଙ୍କିଆ ନୋଟ୍ ବଜାରକୁ ଆସିବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି।
ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଖୁବ୍ ଲାଗି ରହିଛି। ମହାତ୍ମା ଗାନ୍ଧୀଙ୍କ ଫଟୋ ବଦଳରେ ଶ୍ରୀରାମଙ୍କ ଛବି ରଖାଯାଇଛି। ଏହି ସ୍ପତନ୍ତ୍ର ନୋଟ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁମୋଦନ କରିଛି ବୋଲି ଦାବି କରାଯାଉଛି। ଯାହାକୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଲଞ୍ଚ କରାଯିବ।
କହି ରଖୁଛି କି, ଆରବିଆଇ ଏହି ସୂଚନାକୁ ଖଣ୍ଡନ କରିଛି। ଏହା ଗୁଜବ ଓ ଏହାର କୌଣସି ସତ୍ୟତା ନାହିଁ ବୋଲି ଆରବିଆଇ କହିଛି।
୨୦୨୪ ଜାନୁଆରୀ ୧୪ରେ ରଘୁନ୍ ମୁର୍ତ୍ତୀ ନାମକ ଜଣେ ସୋସିଆଲ ମିଡିଆ ଏକ୍ସ ୟୁଜର ଏହି ୫୦୦ଟଙ୍କିଆ ନୋଟର ଫଟୋକୁ ଶେୟାର କରିଥିଲେ। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଥିଲା। ପରେ ୟୁଜର୍ସ ଜଣକ ପୋଷ୍ଟ କରି ଭୁଲ ତଥ୍ୟ ଭାଇରାଲ କରନ୍ତୁ ନାହିଁ ବୋଲି ଲୋକଙ୍କୁ ନିବେଦନ କରିଥିଲେ। ଏଥିପାଇଁ ତାଙ୍କ କ୍ରିଏଟିଭିଟିକୁ ବ୍ୟବହାର କରନ୍ତୁ ନାହିଁ ବୋଲି କହିଥିଲେ।
The post ୫୦୦ଟଙ୍କିଆ ନୋଟ୍ରେ ରହିବ ଶ୍ରୀରାମଙ୍କ ଫଟୋ! ୨୨ରେ ଜାରି କରିବ ଆରବିଆଇ appeared first on Dharitri Odia News.